ହତ୍ୟା ମାମଲାର ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ମାଷ୍ଟରମାଇଣ୍ଡ୍‌ ଫେରାର, ୪ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩ା୫: ଏକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣାର ୪ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ ନମ୍ବର ୧୩୧/୨୦ରେ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ରୋହିଗାଁର ପ୍ରଭାକର ଜେନା, ଟୁଲୁ ଜେନା, ଭିକା ଓରଫ ଭିକାରୀ ଜେନା ଓ ଟୁନା ସେଠୀ। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ବଶିଷ୍ଠଜେନା ଫେରାର ରହିଥିବା ପୋଲିସ କହିଛି ।
ଘଟଣାରୁ ପ୍ରକାଶ ଯେ, ୨୦୧୫ ସେପ୍ଟେମ୍ବର ୭ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ଣ୍ଣ ଜେନାଙ୍କୁ ବଶିଷ୍ଠ ଓ ତାଙ୍କ ସହଯୋଗୀମାନେ ହତ୍ୟା ଉଦ୍ୟମ କରି ଗିରଫ ହୋଇଥିଲେ। ଏପରିକି ଗତ ୨୦୧୭ ମାର୍ଚ୍ଚ ୧୮ ରେ ପୂର୍ଣ ଜେନାଙ୍କ ଭାଇ ଅଶୋକ ଜେନାଙ୍କୁ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଶିଷ୍ଠ ଓ ତାଙ୍କ ସହଯୋଗୀମାନେ ସଂଘବଦ୍ଧ ଭାବେ ହତ୍ୟା କରି ଜେଲ ଯାଇଥିଲେ। ଏହି ହତ୍ୟା ମାମଲାରେ ପୂର୍ଣ ଜେନା ମୁଖ୍ୟ ସାକ୍ଷୀ ଥିଲେ। ଜେଲରୁ ବଶିଷ୍ଠ ଜେନା ଓ ତାଙ୍କ ସହିଯୋଗୀମାନେ ଜାମିନରେ ଆସିବା ପରେ ପୁଣି ଥରେ ଅଞ୍ଚଳରେ ସେମାନେ ରାଜ୍‌ ଜାହିର ଆରମ୍ଭ କରିଥିଲେ। ଗତ ୧୦ ତାରିଖରେ ପୂର୍ଣ ଜେନାଙ୍କୁ ବଶିଷ୍ଠ ଓ ତାଙ୍କ ସହଯୋଗୀମାନେ କୋର୍ଟରେ ସାକ୍ଷୀ ନ ଦେବାକୁ ଧମକ ଦେବା ସହ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଚେରି ଡେଇଁ ଧାରଣାରେ ବସିଲେ ଅନ୍ତେବାସୀ

ଶେରଗଡ଼,୨୧ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବୁଧବାର ବାସିଖାଦ୍ୟ ଦିଆଯାଇଥିବାରୁ ଅନ୍ତେବାସୀମାନେ ପାଚେରୀ ଡେଇଁ ରାସ୍ତା ଅବରୋଧ...

ଉପଜିଲାପାଳଙ୍କୁ ଆକ୍ରମଣ ଘଟଣା: ୩ ମହିଳାଙ୍କ ସମେତ ୧୧ ଗିରଫ

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ମନ୍ଦାରପୁର ଓ ଦହପଡ଼ା ଅଞ୍ଚଳରେ ଶୁକ୍ରବାର ଉପଜିଲାପାଳ କୁନାଲ ମୋତିରାମ ଚଭନ ଓ ତାଙ୍କ ଡ୍ରାଇଭର...

ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀ, ସୁମିତ

ଆସିକା,୪।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁଘରେ ରହିବା ଲାଗି ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ରାତିରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ବାମୀ ସୁମିତ ସାହୁଙ୍କ ସହ ଆସିକା...

ଆଧାର ସଂଯୋଗ ନାହିଁ, ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

ରାଇସୁଆଁ,୧୪ା୫(ଡି.ଏନ୍‌.ଏନ୍‌.): ଆଧାର ସଂଯୋଗ ନାହିଁ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ଅସହାୟମାନଙ୍କ ପାଇଁ ବିଭିନ୍ନ ସରକାରୀ...

ଅସହାୟ ଅବସ୍ଥାରେ ୩ ଭଉଣୀ ଭାଇ

ଖଡ଼ିଆଳ,୨୦।୮(ସୁଜିତ୍‌ କୁମାର ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁର ନାଭ ରାଉତଙ୍କ ପରିବାରରେ ଦୁଃଖର ପାହାଡ଼ ପଡିଛି। ୩ ବର୍ଷ ତଳେ ରୋଗରେ ପଡ଼ି...

କେନ୍ଦ୍ରାପଡ଼ା ଜିଲାର ୬୦ ଭାଗ ଗାଁରେ ମିଳୁନି ପାନୀୟଜଳ

କେନ୍ଦ୍ରାପଡ଼ା ଅଫିସ, ୨୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଲୁଣାଞ୍ଚଳବାସୀଙ୍କ ପାଇଁ ଗତ ୨୦୧୮ ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା...

୩୪ ଏକର ଜାଗାରେ ହେବ ବାଲିଯାତ୍ରା

କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍‌ ଲଗାଇଛନ୍ତି...

ବିଜେଡି ହାତକୁ ଗଲା ବାଲେଶ୍ୱର ସଦର

ବାଲେଶ୍ୱର ଅଫିସ,୧୦।୧୧: ବାଲେଶ୍ୱର ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ଏବେ...

Advertisement
Archives

Model This Week