Posted inଜାତୀୟ

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର ଏକ ହୋଟେଲ୍‌ର ମାଲିକଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ମାମଲା ଦାଏର ହୋଇଥିଲା। ସ୍ବତନ୍ତ୍ର କୋର୍ଟର ବିଚାରପତି ଏ.ଟି. ଓ୍ବାଙ୍ଖେଡେ ମକୋକା ଏବଂ ଭାରତୀୟ ପେନାଲ କୋଡ୍‌ର ବିଭିନ୍ନ ଧାରାରେ ୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ୮ ବର୍ଷ ଜେଲ୍‌ ସମେତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ହୋଟେଲ ବ୍ୟବସାୟୀ ବି.ଆର୍‌. ସେଟ୍ଟୀ ୨୦୧୨ ଅକ୍ଟୋବରରେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ଅନ୍ଧେରିଠାରେ ତାଙ୍କୁ ଗୁଳି କରାଯାଇଥିଲା। ଏହି ମାମଲାରେ ନିତ୍ୟାନନ୍ଦ ନାୟକ, ସେଲଭିନ ଡାନିଏଲ, ରୋହିତ ଥାଙ୍ଗାପ୍ପାନ ଜୋସେଫ ଓରଫ ସତୀଶ କାଲିଆ, ଦିଲୀପ ଉପାଧ୍ୟାୟ ଏବଂ ତଲଭିନ୍ଦର ସିଂ ଦଣ୍ଡିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ବିକାଶ ଅପହଞ୍ଚ: ଆସିଲାନି ଆମ୍ବୁଲାନ୍ସ ଭରା ବନ୍ୟାପାଣିରେ ଭାରରେ ବୁହାହେଲେ ରୋଗୀ

ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର…

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଛାତ୍ର ଆନ୍ଦୋଳନ ୨ ମାସ ପାଇଁ ସ୍ଥଗିତ, ସରକାରଙ୍କୁ ଦେଲେ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ, ୧୯।୮: ରାଞ୍ଚିର ଜେପିଏସ୍‌ସି ଷ୍ଟାଡିୟମରେ ଜୁଲାଇ ୨୫ରୁ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ଦୁଇ ମାସ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଝାଡ଼ଖଣ୍ଡ ସରକାରଙ୍କୁ…

ପ୍ରଥମେ ଦେଲେ ଆଦେଶ, ଏବେ ୟୁ-ଟର୍ନ ନେଲେ ମୁଖ୍ୟମନ୍ତ୍ରୀ ବିଜୟ: ଛାତ୍ରଙ୍କୁ ନେଇ…

ଚେନ୍ନାଇ, ୧୯।୮: ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ ସରକାର ଛାତ୍ରୀଛାତ୍ର ଓ ଯୁବପିଢ଼ିଙ୍କୁ ରାଜନୈତିକ ପ୍ରଦର୍ଶନରୁ ଦୂରେଇ ରଖିବା ନେଇ ଜାରି କରିଥିବା ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri