ହତ୍ୟାକାରୀଙ୍କୁ ଫାଶୀ ଦିଅ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ନର୍ସ ନୀହାରିକା ପାତ୍ର ଗତ ୮ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାର ୯ଦିନ ପରେ ବିରିଡ଼ି ଥାନା ବିଲୁଆଖାଇ ନଦୀପଠାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା। ମୃତଦେହରୁ ମାଂସ ଝଡ଼ିଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିିଥିଲା। ପରିବାର ଲୋକେ ପୋଷାକରୁ ମୃତଦେହ ଚିହ୍ନଟ କରିଥିଲେ। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ଉଦ୍ଦେଶ୍ୟରେ ଡିଏନ୍‌ଏ ଟେଷ୍ଟ ପାଇଁ ପୋଲିସ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ, ନୀହାରିକାଙ୍କ ମା’ ପ୍ରତିମା ପାତ୍ର ଓ ବାପା ଗଗନ ପାତ୍ରଙ୍କୁ ଶୁକ୍ରବାର ଅପରାହ୍ନରେ ତାଙ୍କ ଗ୍ରାମ ଭିଙ୍ଗାରପୁରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ଏହି ଅବସରରେ ଗଣମାଧ୍ୟମକୁ ନୀହାରିକାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ମୋ ଝିଅକୁ ଯିଏ ଏମିତି ମାରିଛି ତାକୁ ସେମିତି ମରାଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ନୀହାରିକା ଆମ ପରିବାରକୁ ପୋଷୁଥିଲା। ତାକୁ ହରାଇ ଆମେ କେମିତି ରହିବୁ। ସେହିପରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ନୀହାରିକାଙ୍କ ବାପା ଦାବି କରିଛନ୍ତି। ତାଙ୍କ ଝିଅକୁ କିଶୋର ଗତ ୮ ତାରିଖରେ ନେଇଯାଇ ହତ୍ୟା କରିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରାଯାଉ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, କଟକ ସ୍ବେରେଜ, ଡ୍ରେନ୍‌ ଅବସ୍ଥା ସଙ୍ଗିନ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଭୁବନେଶ୍ୱର, କଟକ ମହାନଗର ନିଗମରେ ଡ୍ରେନ୍‌ ଓ ସ୍ବେରେଜ ଅବସ୍ଥା ସଙ୍ଗିନ୍‌। ଦୀର୍ଘ ବର୍ଷ ଧରି ସ୍ବେରେଜ କାର୍ଯ୍ୟ ଚାଲୁଥିବା ବେଳେ ମୁକୁଳା ଡ୍ରେନ୍‌...

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

ଦିନକୁ ୩ ପର୍ଯ୍ୟାୟରେ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୨୩ା୧୨: ଦୀର୍ଘ ୯ମାସର ପ୍ରତୀକ୍ଷା ପରେ ବୁଧବାର ଶ୍ରୀମନ୍ଦିର ଖୋଲିବ। କରୋନା କଟକଣା ଭିତରେ ଦାରୁଦିଅଁଙ୍କ ଦର୍ଶନ ମିଳିବ। ପୁରୀ ଜିଲା ପ୍ରଶାସନ ପକ୍ଷରୁ...

ଭାଙ୍ଗିଲା ଆଉଟର ସ୍ପ୍ରିଙ୍ଗ୍‌: ଦିବ୍ରୁଗଡ଼ ଏକ୍ସପ୍ରେସରେ ବଦଳିଲା କୋଚ୍‌

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଶୁକ୍ରବାର ଦିବ୍ରୁଗଡ଼ ଏକ୍ସପ୍ରେସ (୧୫୯୨୯) ରେ ଏକ କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯିବାରୁ ଭୁବନେଶ୍ୱର ଷ୍ଟେଶନରେ କୋଚ୍‌ ବଦଳାଯାଇଛି। ତାମ୍ବରମରୁ ଦିବ୍ରୁଗଡ଼ ଯାଉଥିବା...

ଆଜି ଆଉ ୪୬ ଜୀବନ ନେଲା କରୋନା, ୪୧୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୬ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ...

ଅବପାତରେ ପରିଣତ ହେଲା ଲଘୁଚାପ: ୧୧ଟି ଜିଲାରେ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୭।୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ...

ଭୁବନେଶ୍ୱରରେ ସୁଲୋଚନା, କଟକରେ ସୁବାସ; ବ୍ରହ୍ମପୁରରେ ସଂଘମିତ୍ରା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ପୌର ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ୩ ମହାନଗର ନିଗମର ମେୟର ପଦବୀ ବିଜେଡି ହାତକୁ ଯାଇଛି। ଭୁବନେଶ୍ୱରରୁ ବିଜେଡିର ସୁଲୋଚନା...

Advertisement
Archives

Model This Week