କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍‌ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ ଆସିବା ପାଇଁ କୁହାଯାଉଛି। କିନ୍ତୁ ସାମାଜିକ ଦୂରତା ରକ୍ଷାକରି ଜେଜେ, ଜେଜେ ମା’ଙ୍କୁ ହଗ୍‌ (ଆଲିଙ୍ଗନ) କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି କାଲିଫର୍ଣ୍ଣିଆର ୧୦ ବର୍ଷର ଝିଅ ପିଗି। ସୁରକ୍ଷା ସହିତ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିବା ପାଇଁ ସେ ବାହାର କରିଛନ୍ତି ଏକ ସ୍ବତନ୍ତ୍ର ଧରଣର ଉପକରଣ। ପିଗି ତିଆରି କରିଥିବା ଏହି ଉପକରଣକୁ ତାଙ୍କ ମା’ ଲିଣ୍ଡ୍‌ସେ ଓକ୍‌ରେ ଫେସ୍‌ବୁକ୍‌ରେ ପୋଷ୍ଟକରି ତା’ର ନାଁ ‘ହଗ୍‌ କର୍ଟନ୍‌’ ଦେଇଛନ୍ତି। ଏହି ଉପକରଣଟି ପ୍ଲାଷ୍ଟିକ୍‌ରେ ତିଆରି। ଦ୍ୱାର ପାଖରେ ଏହା ଏକ ପରଦା ଭଳି ଝୁଲିଥାଏ। ଏଥିରେ ନିଜର ଦୁଇହାତକୁ ଗଳାଇ ପରଦା ଏପଟରୁ ପିଗି ତାଙ୍କ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିପାରୁଛନ୍ତି। ଏଭଳି ହଗ୍‌ କରି ଉଭୟ ବେଶ୍‌ ଭାବବିହ୍ବଳ ହୋଇ ପଡୁଛନ୍ତି। ପିଗିଙ୍କ ଏଭଳି ଢଙ୍ଗରେ ହଗ୍‌ କରିବା ଶୈଳୀ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ବେଶ୍‌ ଭାବପ୍ରବଣ ହୋଇ ବିଭିନ୍ନ କମେଣ୍ଟ କରିଛନ୍ତି। ଏବେ ସୁଦ୍ଧା ପିଗିଙ୍କର ଏହି ଭିଜୁଆଲକୁ ୮ ହଜାରରୁ ଅଧିକ ଲୋକ ଦେଖି ପ୍ରଶଂସା କରିଛନ୍ତି ଓ ତାଙ୍କ ଜେଜେ ଓ ଜେଜେ ମା’ଙ୍କ ଓଠରେ ସେ ହସ ଫୁଟାଇ ପାରିଛନ୍ତି ବୋଲି କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଚ ଗୀତ ମାଧ୍ୟମରେ ମନ ଭୁଲାଇବାକୁ ଚାହୁଁଛନ୍ତି କରୋନାଭାଇରସ ସଂକ୍ରମିତ !

ବେଜିଂ,୧୩।୨: କରୋନାଭାଇରସରେ ଏବେ ଚାଇନାରେ ମୃତ୍ୟୁସଂଖ୍ୟା ୧୩ଶହ ଛୁଇଁଲାଣି। ବେଳକୁ ବେଳ କରୋନାଭାଇରସରେ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚାଇନାର ଉହାନ ସହରରେ...

ଦୁବାଇରେ ଚମକିଲା ଭାରତୀୟ ଯୁବ ଇଞ୍ଜିନିୟରଙ୍କ ଭାଗ୍ୟ

ଦୁବାଇ,୨୩।୧: ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବ ଇଞ୍ଜନିୟରଙ୍କ ଭାଗ୍ୟ ଚମକିଛି। ଶିଭିନ୍‌ ଓ୍ବିଲସନ ନାମକ ଜଣେ ଇଞ୍ଜିନିୟର ଏକ ସାପ୍ତାହିକ ଲକି ଡ୍ରରେ ୪୦...

ରାଜଧାନୀରେ ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲାଗୁ ହୋଇଥିବା ଲକ୍‌ ଡ଼ାଉନ୍‌...

ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର...

ଅକ୍ସିଜେନ ପାର୍ଲର

ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ...

ଯେଉଁଠି ପଞ୍ଜୁରିରେ ରୁହନ୍ତି ମଣିଷ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମଣିଷ ପଶୁପକ୍ଷୀଙ୍କ ପରି ପଞ୍ଜୁରି ଭିତରେ ରହିଥା’ନ୍ତି। କାରଣ ବି ସେତିକି ଦୁଃଖଦାୟକ। ଜାଣନ୍ତୁ ଏ ସମ୍ପର୍କରେ…...

ଭଗବାନଙ୍କ ଦର୍ଶନ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ

ଥିରୁଭାନନ୍ତପୁରମ,୧୭ ।୧୦: କରୋନା ଭାଇରସ ମହାମାରୀ ପାଇଁ ଦୀର୍ଘ ପ୍ରାୟ ୬ ମାସ ହେବ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଶନିବାର ସକାଳୁ...

ତାଲିବାନକୁ ଚ୍ୟାଲେଞ୍ଜ, ଭୋଟ ଦେଲେ ସୈଫୁଲ୍ଲା

କାବୁଲ,୩୦ା୯: ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବସାୟୀ ସୈଫୁଲ୍ଲା ସାଫି ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ୩୮ ବର୍ଷୀୟ...

Advertisement


Archives

Model This Week

Why Dharitri