Posted inଜାତୀୟ

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା ରୁଜୁ କରିଛି। ଅଧିକାଂଶ ସଂସ୍ଥା ଚେନ୍ନାଇ ବାସିନ୍ଦାଙ୍କ ମାଲିକାନାରେ ରହିଛି। ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର କେତେଜଣ ଅଧିକାରୀ ଏହି କଳାଧନ ଟ୍ରାନ୍ସଫର କରାଇବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେହି ବ୍ୟାଙ୍କଗୁଡ଼ିକ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏସ୍‌ବିଆଇ ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ। ଏହିସବୁ ବ୍ୟାଙ୍କର ୪ଟି ଶାଖାରେ ୪୮ଟି କମ୍ପାନୀର ୫୧ଟି କରେଣ୍ଟ ଆକାଉଣ୍ଟ ଖୋଲିଥିଲା। ଏହି ଆକାଉଣ୍ଟ ଜରିଆରେ ବିଦେଶକୁ ଟଙ୍କା ପଠାଯାଉଥିବା ସିବିଆଇକୁ ସୂଚନା ମିଳିଥିଲା। ୨୪ଟି ଆକାଉଣ୍ଟ ଜରିଆରେ ବିଭିନ୍ନ ଆମଦାନି ସାମଗ୍ରୀର ଅଗ୍ରିମ ପୈଠ ବାବଦକୁ ୪୮୮.୩୯ କୋଟି ଟଙ୍କା ପଠାଯାଇଥିବାବେଳେ ଭାରତୀୟ ପର୍ଯ୍ୟଟକମାନଙ୍କ ବିଦେଶ ଭ୍ରମଣ ବାବଦରେ ୫୪୯.୯୫ କୋଟି ଟଙ୍କା ୨୭ଟି ଆକାଉଣ୍ଟ ମାଧ୍ୟମରେ ପ୍ରେରଣ କରାଯାଇଥିଲା। ସିବିଆଇ ମହମ୍ମଦ ଇବ୍ରାମ୍‌ସା, ଜନି, ଜିଣ୍ଟା ମିଧାର, ନିଜାମୁଦ୍ଦିିନ ଏବଂ ୪୮ଟି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ୨୪ଟି କମ୍ପାନୀ ମଧ୍ୟରୁ ୧୦ଟି ପୂର୍ବରୁ ଛୋଟକାଟର ଆମଦାନି କରୁଥିଲେ। ସେମାନଙ୍କର ଆମଦାନି ସାମଗ୍ରିର ଦାମ୍‌ ଏବଂ ପଠାଯାଇଥିବା ଅର୍ଥ ପରିମାଣ ମଧ୍ୟରେ ତାଳମେଳ ନାହିଁ। ଏହାବ୍ୟତୀତ ଏହି କାରବାରରେ ସମ୍ପୃକ୍ତ କେତେଜଣଙ୍କୁ କମିଶନି ଦିଆଯିବା ସହ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀମାନେ ଲାଞ୍ଚ ନେଇଥିବା ମଧ୍ୟ ଜଣାପଡିଛି। ୨୦୧୫ ଶେଷ ଭାଗରେ ଏହିସବୁ କାରବାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର...

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା...

୨୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଲା ଓମିକ୍ରନ୍‌…

ନୂଆଦିଲ୍ଲୀ, ୧୧।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ...

ମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୨।୧୦: ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବକୁ ନେଇ ବ୍ଲାକ୍‌ଆଉଟ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ...

ଅଣାୟତ୍ତା ମୁହାଁ ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ଛୁଇଁଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର...

କୋଟିପତି କନଷ୍ଟେବଳ, ପାଖରେ ଏକାଧିକ ବିଳାସପୂର୍ଣ୍ଣ ବିଲ୍ଡିଂ…

ପାଟନା,୨୧।୯: ବିହାରରେ ସରକାର ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଜାରି ରଖିଛନ୍ତି। ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପୋଲିସ...

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ...

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ...

Advertisement
Archives

Model This Week