ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌ ନ ଥିବାରୁ ଚିଙ୍ଗୁଡି ଘେରି ମାଲିକ ଓ ଧାନଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ପଞ୍ଚାୟତ ଦେଇ ସାଆଙ୍ଗା ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଉକ୍ତ ନଦୀରେ ଥିବା ଆନନ୍ଦପୁର ପୋଲ ଦେଇ ଅଧିକାଂଶ ସମୟରେ ମଧୁର ପାଣି ପ୍ରବାହିତ ହୋଇଥାଏ। ଏହି ପଞ୍ଚାୟତର ନିମ୍ବବେଦୀ, ଜୁଣଗିରୀ ଓ ଆନନ୍ଦପୁର ଗ୍ରାମର ଅଧିକାଂଶ ଚାଷୀଙ୍କ ଜମି ସାଆଙ୍ଗା ନଦୀ ଅବବାହିକାରେ ରହିଥିବାରୁ ଏହାର ପାଣିକୁ ବ୍ୟବହାର କରି ସେମାନେ ଧାନ ଚାଷ କରିଆସୁଥିଲେ। ଡାଳୁଅ ଧାନ ସହିତ ରବି ଋତୁରେ ବିଭିନ୍ନ ଫସଲ ହୋଇଥାଏ। ମାତ୍ର ପରିତାପର ବିଷୟ, ବେଳେବେଳେ ଗ୍ରୀଷ୍ମ ଋତୁରେ ସମୁଦ୍ରରୁ ଲୁଣା ଜୁଆର ଉଠିଆସି ଜମିର ମୃତ୍ତିକା ନଷ୍ଟ କରିଦେଉଥିଲା। ଲୁଣାମାଟିର ପରିଚାଳନା ସମ୍ଭବ ନ ହେବାରୁ ଧାନ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ। ଆନନ୍ଦପୁର ପୋଲରେ ସ୍ଲୁଇସ ଗେଟ ନିର୍ମାଣ କରି ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଚାଷୀମାନେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି କରିଥିଲେ। ଏହାକୁ ବିଚାରକୁ ନେଇ ଗତ ୪ ବର୍ଷ ତଳେ ପୋଲ ନିକଟରେ ୮ ଫୁକାର ବିଶିଷ୍ଟ ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲା। ତେଣୁ ଏଣିକି ଧାନ ଚାଷରେ ଆଉ ମାରୁବଜା ରହିବ ନାହିଁ ବୋଲି ଭାବେ ଚାଷୀ ଖୁସି ହୋଇଯାଇଥିଲେ। ମାତ୍ର ୮ଟି ଗେଟ୍‌ ମଧ୍ୟରୁ ୨ଟିରେ ଲକ୍‌ ବ୍ୟବସ୍ଥା ଥିବାବେଳେ ଅବଶିଷ୍ଟ ୬ ଗେଟ୍‌ରେ ଲକ୍‌ ନାହିଁ। ତେଣୁ ସେଗୁଡିକୁ ହାତରେ ଟେକି ଦେଲେ ତାହା ବାହରି ଆସିବ।
ନଦୀରେ ଲୁଣା ଜୁଆର ଆସିବାବେଳେ ଧାନ ଚାଷୀମାନେ ଗେଟ୍‌ ବନ୍ଦ କରିଦିଅନ୍ତି। ମାତ୍ର ରାତିରେ ଚିଙ୍ଗୁଡି ଘେରି ମାଲିକମାନେ ତାଲା ପଡିଥିବା ୨ ଗେଟ୍‌କୁ ଛାଡ଼ି ଅବଶିଷ୍ଟ ୬ ଗେଟ୍‌କୁ କାଢି ଫୋପାଡି ଦେଉଛନ୍ତି। ଫଳରେ ଲୁଣାପାଣି ଧାନ ଜମିରେ ମାଡି ଯିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦି ସମସ୍ତ ଗେଟ୍‌ରେ ଲକ୍‌ ବ୍ୟବସ୍ଥା କରାଯାଆନ୍ତା ତେବେ ବିଭାଗୀୟ ଅଧିକାରୀ ପରିସ୍ଥିତିକୁ ଦେଖି ଜଳ ପରିଚାଳନା କରନ୍ତେ। ତାହା ହୋଇପାରୁ ନ ଥିବାରୁ ଧାନଚାଷୀ ଓ ଚିଙ୍ଗୁଡ଼ି ଘେରି ମାଲିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ସେହିପରି ସୀତାପାଣି କଳଭର୍ଟରେ ମଧ୍ୟ ଗୋଟିଏ ଗେଟ୍‌ରେ ଲକ୍‌ ଥିବାବେଳେ ଅନ୍ୟ ୨ଟି ଗେଟ୍‌ରେ ଲକ୍‌ ନାହିଁ। ସେଠାରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ସାଲାଇନ ବିଭାଗ ଏସଡିଓ ପ୍ରତାପ କୁମାର ଜେନାଙ୍କୁ ପଚାରିବାରୁ ଏହା ତାଙ୍କ ବିଭାଗର ନୁହେଁ, ଡ୍ରେନେଜ ବିଭାଗର କାର୍ଯ୍ୟ ବୋଲି କହିଛନ୍ତି। ସେହିପରି ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ତାହା ତହସିଲଦାରଙ୍କ ଦାୟିତ୍ୱ, ତେଣୁ ତାଙ୍କୁ ପଚାରନ୍ତୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୪୦ ଆହତ

ସିମୁଳିଆ,୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ୧୬ନଂ. ଜାତୀୟ ରାଜପଥ ମଞ୍ଜୁରୀପୁର ନିକଟରେ ରବିବାର ଭୋର୍‌ ସମୟରେ ଏକ ଯାତ୍ରୀବାହୀ...

ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି

ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି...

ସମ୍ମାନିତ ହେଲେ ସଫେଇ କର୍ମଚାରୀ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ...

ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ...

ପୁରୁଖା କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୁଇ ନୂଆ ମୁହଁ

ଉମରକୋଟ,୩୦ା୧(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଜୋନ୍‌ ୧ ଜିଲା ପରିଷଦ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ସମ୍ଭାବନା ରହିଛି।...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି...

ଠାକୁରମୁଣ୍ଡାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ଠାକୁରମୁଣ୍ଡା,୧୦।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ୨୬ ଟିକିଆ ହାତୀପଲ ପଶି ଆସିଛନ୍ତି। ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ...

ଭଷ୍ମା ପୋଲିସ ହାତରେ ଧରାପଡ଼ିଲେ ୨ ଗଞ୍ଜେଇ ଚୋରା ଚାଲାଣକାରୀ

ସୁନ୍ଦରଗଡ,୧୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ଭଷ୍ମା ଥାନା ପୋଲିସ ୨ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨କେଜି ଗଞ୍ଜେଇ ଏବଂ ଗୋଟିଏ ବାଇକକୁ ଜବତ...

Advertisement
Archives

Model This Week