ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌ ନ ଥିବାରୁ ଚିଙ୍ଗୁଡି ଘେରି ମାଲିକ ଓ ଧାନଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ପଞ୍ଚାୟତ ଦେଇ ସାଆଙ୍ଗା ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଉକ୍ତ ନଦୀରେ ଥିବା ଆନନ୍ଦପୁର ପୋଲ ଦେଇ ଅଧିକାଂଶ ସମୟରେ ମଧୁର ପାଣି ପ୍ରବାହିତ ହୋଇଥାଏ। ଏହି ପଞ୍ଚାୟତର ନିମ୍ବବେଦୀ, ଜୁଣଗିରୀ ଓ ଆନନ୍ଦପୁର ଗ୍ରାମର ଅଧିକାଂଶ ଚାଷୀଙ୍କ ଜମି ସାଆଙ୍ଗା ନଦୀ ଅବବାହିକାରେ ରହିଥିବାରୁ ଏହାର ପାଣିକୁ ବ୍ୟବହାର କରି ସେମାନେ ଧାନ ଚାଷ କରିଆସୁଥିଲେ। ଡାଳୁଅ ଧାନ ସହିତ ରବି ଋତୁରେ ବିଭିନ୍ନ ଫସଲ ହୋଇଥାଏ। ମାତ୍ର ପରିତାପର ବିଷୟ, ବେଳେବେଳେ ଗ୍ରୀଷ୍ମ ଋତୁରେ ସମୁଦ୍ରରୁ ଲୁଣା ଜୁଆର ଉଠିଆସି ଜମିର ମୃତ୍ତିକା ନଷ୍ଟ କରିଦେଉଥିଲା। ଲୁଣାମାଟିର ପରିଚାଳନା ସମ୍ଭବ ନ ହେବାରୁ ଧାନ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ। ଆନନ୍ଦପୁର ପୋଲରେ ସ୍ଲୁଇସ ଗେଟ ନିର୍ମାଣ କରି ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଚାଷୀମାନେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି କରିଥିଲେ। ଏହାକୁ ବିଚାରକୁ ନେଇ ଗତ ୪ ବର୍ଷ ତଳେ ପୋଲ ନିକଟରେ ୮ ଫୁକାର ବିଶିଷ୍ଟ ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲା। ତେଣୁ ଏଣିକି ଧାନ ଚାଷରେ ଆଉ ମାରୁବଜା ରହିବ ନାହିଁ ବୋଲି ଭାବେ ଚାଷୀ ଖୁସି ହୋଇଯାଇଥିଲେ। ମାତ୍ର ୮ଟି ଗେଟ୍‌ ମଧ୍ୟରୁ ୨ଟିରେ ଲକ୍‌ ବ୍ୟବସ୍ଥା ଥିବାବେଳେ ଅବଶିଷ୍ଟ ୬ ଗେଟ୍‌ରେ ଲକ୍‌ ନାହିଁ। ତେଣୁ ସେଗୁଡିକୁ ହାତରେ ଟେକି ଦେଲେ ତାହା ବାହରି ଆସିବ।
ନଦୀରେ ଲୁଣା ଜୁଆର ଆସିବାବେଳେ ଧାନ ଚାଷୀମାନେ ଗେଟ୍‌ ବନ୍ଦ କରିଦିଅନ୍ତି। ମାତ୍ର ରାତିରେ ଚିଙ୍ଗୁଡି ଘେରି ମାଲିକମାନେ ତାଲା ପଡିଥିବା ୨ ଗେଟ୍‌କୁ ଛାଡ଼ି ଅବଶିଷ୍ଟ ୬ ଗେଟ୍‌କୁ କାଢି ଫୋପାଡି ଦେଉଛନ୍ତି। ଫଳରେ ଲୁଣାପାଣି ଧାନ ଜମିରେ ମାଡି ଯିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦି ସମସ୍ତ ଗେଟ୍‌ରେ ଲକ୍‌ ବ୍ୟବସ୍ଥା କରାଯାଆନ୍ତା ତେବେ ବିଭାଗୀୟ ଅଧିକାରୀ ପରିସ୍ଥିତିକୁ ଦେଖି ଜଳ ପରିଚାଳନା କରନ୍ତେ। ତାହା ହୋଇପାରୁ ନ ଥିବାରୁ ଧାନଚାଷୀ ଓ ଚିଙ୍ଗୁଡ଼ି ଘେରି ମାଲିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ସେହିପରି ସୀତାପାଣି କଳଭର୍ଟରେ ମଧ୍ୟ ଗୋଟିଏ ଗେଟ୍‌ରେ ଲକ୍‌ ଥିବାବେଳେ ଅନ୍ୟ ୨ଟି ଗେଟ୍‌ରେ ଲକ୍‌ ନାହିଁ। ସେଠାରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହେଉଛି। ଏ ସମ୍ପର୍କରେ ସାଲାଇନ ବିଭାଗ ଏସଡିଓ ପ୍ରତାପ କୁମାର ଜେନାଙ୍କୁ ପଚାରିବାରୁ ଏହା ତାଙ୍କ ବିଭାଗର ନୁହେଁ, ଡ୍ରେନେଜ ବିଭାଗର କାର୍ଯ୍ୟ ବୋଲି କହିଛନ୍ତି। ସେହିପରି ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ତାହା ତହସିଲଦାରଙ୍କ ଦାୟିତ୍ୱ, ତେଣୁ ତାଙ୍କୁ ପଚାରନ୍ତୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri