Posted inଫୁରସତ

ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ନେଇଛନ୍ତି ଏହି ନୂଆ ପଦକ୍ଷେପ

ସ୍ମାର୍ଟଫୋନ୍‌ ସମସ୍ତ ବର୍ଗଙ୍କ ପାଇଁ ଯେପରି ଅତ୍ୟାବଶ୍ୟକ ପାଲଟିଯାଇଛି। ଏଥିରୁ ବାଦ୍‌ ବି ପଡୁନାହାନ୍ତି କୁନିକୁନି ପିଲା। ଅଧିକାଂଶ ସମୟ ସେମାନେ ଟିଭି କିମ୍ବା ଫୋନ୍‌ରେ ବିତାଉଛନ୍ତି। ଏଣୁ ପାଠପଢ଼ା ବ୍ୟାହତ ହେବା ସହ ଆଖି, ମସ୍ତିଷ୍କ ରୋଗର ଶିକାର ହେଉଛନ୍ତି ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ଏକ ପଦକ୍ଷେପ ନେଇଛନ୍ତି। ଯାହା ଦ୍ୱାରା ପିଲାମାନେ ଏଥିରେ ମନୋନିବେଶ କରିପାରିବେ। ଇଣ୍ଡୋନେସିଆ ସରକାର ଏକ ପାଇଲଟ୍‌ ଯୋଜନା ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ପିଲାମାନେ ଗଛ ଲଗାଇବା ସହ, ଘରେ ଚଢ଼େଇ, କୁକୁଡ଼ା ଆଦି ପାଳନ କରିପାରିବେ। ଫଳରେ ପିଲାମାନେ ଏସବୁରେ ମନ ଲଗାଇ ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବେ।

ଇଣ୍ଡୋନେସିଆର ବଣ୍ଡୁଙ୍ଗ୍‌ ପ୍ରଶାସନ କୁହନ୍ତି, ସହରରେ ୧୦ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ବିଦ୍ୟାଳୟରେ ୨୦୦୦ କୁକୁଡ଼ା ଛୁଆ, ୧୫୦୦ ଲଙ୍କା ଚାରା ବାଣ୍ଟିଛନ୍ତି। ମେୟର କୁହନ୍ତି, ଏଠାକାର ଲୋକେ ଇଣ୍ଟରନେଟ୍‌ ବ୍ୟବହାର କରିବାରେ ୮ ଘଣ୍ଟାରୁ ଅଧିକ ସମୟ ନଷ୍ଟ କରିଥାନ୍ତି। ସେହିପରି ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍‌ ଦୀର୍ଘ ସମୟ ଦେଖିଥାନ୍ତି। ତେଣୁ ଏଥିରୁ ଦୂରେଇ ରହିବା ପାଇଁ ଏହା ପ୍ରଶାସନର ଏକ ପ୍ରୟାସ ମାତ୍ର। ଲକ୍ଷ୍ୟସ୍ଥଳରେ ମଧ୍ୟ ଆମେ ପହଞ୍ଚି ସାରିଛୁ। ପିଲାମାନଙ୍କୁ ଅନୁଶାସନ କରିବା ଅଭିଭାବକଙ୍କ ଦାୟିତ୍ୱ। ସ୍ମାର୍ଟଫୋନ୍‌ରେ ଖେଳି ବିପଦ ଆଣିବା ଅପେକ୍ଷା ଗଛଲତା, ଜୀବଜନ୍ତୁ ସହ ସମୟ ବିତାଇଲେ ଶହେ ଗୁଣ ଭଲ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର କୁହନ୍ତି, ସେ କୁକୁଡ଼ା ଛୁଆଙ୍କ ଦେଖାଶୁଣା କରିବା ସହ ତାଙ୍କ ସହ ଖେଳି ସମୟ କାଟି ଦେଉଛନ୍ତି। ଆଉ ଫୋନ୍‌ ଦରକାର ପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ଡ୍ରେସ୍‌ ପିନ୍ଧିଥିଲେ ବୋଲି…

ବେଳେବେଳେ ଏମିତି ଘଟଣା ଘଟେ ଯାହା ଆମ କଳ୍ପନାର ପରିସରକୁ ମଧ୍ୟ ଛୁଇଁ ନ ଥାଏ। ସେମିତି ଗୋଟିଏ ଘଟଣା ଘଟିଛି ସାରା ଲ୍ୟୁକ୍‌ ନାମ୍ନୀ...

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ...

୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ...

କୁକୁରର ପୁସ୍‌ ଅପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ଯୋଗ ଏବଂ ବ୍ୟାୟାମ କରିଥାନ୍ତି। ଏବେ ତ ବିଭିନ୍ନ ପ୍ରକାରର ବ୍ୟାୟାମକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ...

ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…

ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ...

ପୋଷ୍ଟ ଅଫିସରେ ବିକ୍ରିହେବ ହ୍ୟାଣ୍ଡ ସାନିଟାଇଜର

ଲକ୍ଷ୍ନୌ: ମହାମାରୀ କରୋନା ଆତଙ୍କ ସୃଷ୍ଟିକରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ କରୋନାଠାରୁ ଦୂରେଇ ରଖିବା ଲାଗି ଆବଶ୍ୟକ ହେଉଥିବା ଜିନିଷ ଯୋଗାଇଦେବା...

ଚଷମା ପିନ୍ଧି ଭୋଟ ଦେଲେ ଯମଜ

ଅମୃତସର,୨୧।୨: ମତଦାନ ହେଉଛି ପ୍ରତ୍ୟେକ ଭାରତୀୟ ନାଗରୀକଙ୍କ ମୌଳିକ ଅଧିକାର। ମତଦାନ ଯେତିକି ଆବଶ୍ୟକ ଏହାର ଗୋପନୀୟତା ରକ୍ଷା କରିବା ମଧ୍ୟ ସେତିକି ଜରୁରୀ। ରବିବାର...

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।...

Advertisement
Archives

Model This Week