Posted inଖେଳ

ସ୍ବାମୀ ବିର୍ଦ୍ଧାଓ୍ବାଲଙ୍କ ଭଳି ଜାତୀୟ ରେକର୍ଡ ଚାହାନ୍ତି ରୁଜୁତା

ନୂଆଦିଲ୍ଲୀ,୯।୯(ପିଟି): ଦେଶର ଦ୍ରୁତତମ ସନ୍ତରଣକାରୀ ବର୍ଦ୍ଧାଓ୍ବାଲ ଓ ରୁଜୁତା ଖାଡେ ସ୍ବାମୀ-ସ୍ତ୍ରୀଙ୍କ ଯୋଡ଼ି ଏବେ ୫୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ଜାତୀୟ ରେକର୍ଡ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବିର୍ଦ୍ଧାଓ୍ବାଲ ଏହି ସଫଳତା ପାଇସାରିଥିବାବେଳେ ପତ୍ନୀ ରୁଜୁତା ମଧ୍ୟ ସମାନ କୃତିତ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ସପ୍ତାହରେ ଦୁହେଁ ଭୋପାଲଠାରେ ଅନୁଷ୍ଠିତ ଜାତୀୟ ୫୦ ମି. ଫ୍ରିଷ୍ଟାଇଲ ଇଭେଣ୍ଟର ଉଭୟ ବର୍ଗରେ ଚାମ୍ପିୟନ ହୋଇ ଦେଶର ଦ୍ରୁତତମ ସନ୍ତରଣକାରୀ ଦମ୍ପତି ଆଖ୍ୟା ପାଇଛନ୍ତି। ବିର୍ଦ୍ଧାଓ୍ବାଲ ଇଭେଣ୍ଟରେ ଜାତୀୟ ରେକର୍ଡ ଭାଙ୍ଗି ସ୍ବର୍ଣ୍ଣ ଜିତିଥିଲେ। ସ୍ବାମୀଙ୍କ ପଦାନୁସରଣ କରି ପତ୍ନୀ ମଧ୍ୟ ଶୀର୍ଷ ସଫଳତା ପାଇଥିଲେ। ମୋ ପ୍ରଦର୍ଶନଠାରୁ ରୁଜୁତାଙ୍କ ସଫଳତା ପାଇଁ ମୁଁ ବହୁତ ଖୁସୀ। ଏହା ମୋ ଲାଗି ବଡ଼ ଗର୍ବର ବିଷୟ। ତାଙ୍କ ପ୍ରଦର୍ଶନ ନେଇ ଚିନ୍ତିତ ଥିଲି। କାରଣ ସେ ୨୦୧୫ଠାରୁ କୌଣସି ରେସ୍‌ରେ ଭାଗନେଇ ନ ଥିଲେ। ଏହାସତ୍ତ୍ୱେ ସେ ଜାତୀୟ ଚାମ୍ପିୟନଶିପରେ ଚାମ୍ପିୟନ ହୋଇଥିବାରୁ ମୁଁ ଆନନ୍ଦିତ ବୋଲି ବର୍ଦ୍ଧାଓା୍ବଲ କହିଛନ୍ତି। ଦ୍ରୁତତମ ଦମ୍ପତି ହୋଇପାରିଥିବରୁ ବହୁତ ଖୁସୀ। ଏହା କଦାପି ମୁଁ ଚିନ୍ତା କରି ନ ଥିଲି। ହେଲେ ମୁଁ ଜାତୀୟ ରେକର୍ଡ ହାତେଇବାକୁ ଲକ୍ଷ୍ୟ ରଖିଥିଲି। ମାତ୍ର ଏଥର ହୋଇପାରିଲା ନାହିଁ। ଉଭୟଙ୍କୁ ଏସିଆନ୍‌ ବୟସ ବର୍ଗର ସନ୍ତରଣ ପ୍ରତିଯୋଗିତା ପାଇଁ ଟିକେଟ ମିଳିଛି। ବର୍ଦ୍ଧାଓା୍ବଲ ଅଲିମ୍ପିକ୍ସ ଯୋଗ୍ୟତା ହାତେଇବାକୁ ନଜର ରଖିଥିବାବେଳେ ରୁଜୁତା ଜାତୀୟ ରେକର୍ଡକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri