ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍‌ସନ୍‌ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍‌ସନ୍‌ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିକାଶ ଦାସଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରିପ୍ରେଜେଣ୍ଟେଶନ ଆଧାରରେ ପଦକ୍ଷେପ ନେବାକୁ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ବିଚାରପତି ଏ.କେ. ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ଢେଙ୍କାନାଳ ଜିଲାର ସ୍ବାଧୀନତା ସଂଗ୍ରାମୀ ଶ୍ରୀଧର ପାତ୍ର ସରକାରୀ ନିୟମାନୁଯାୟୀ ପେନ୍‌ସନ୍‌ ପାଇ ଆସୁଥିଲେ। ୨୦୧୧ରେ ପାତ୍ରଙ୍କ ପରଲୋକ ହୋଇଥିଲା। ପରେ ତାଙ୍କ ସ୍ତ୍ରୀଙ୍କୁ ୨୦୧୫ ପର୍ଯ୍ୟନ୍ତ ସରକାର ଫ୍ୟାମିଲି ପେନ୍‌ସନ୍‌ ଦେଇଥିଲେ। ମାତ୍ର ଏହାପରେ ହଠାତ୍‌ ପେନ୍‌ସନ୍‌ ବନ୍ଦ କରି ଦେଇଥିଲେ। ଏ ସମ୍ପର୍କରେ ବୁଝିବାରୁ ସଂଗ୍ରାମୀ ପାତ୍ର ଜେଲ୍‌ ଯାଇ ନ ଥିବାରୁ ଫ୍ୟାମିଲି ପେନ୍‌ସନ୍‌ ଦିଆଯିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା। ସେହିପରି ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ପାତ୍ରଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ପେନ୍‌ସନ୍‌ ଫେରସ୍ତ ପାଇଁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏ ନେଇ ବିକାଶ ଦାସ ହାଇକୋର୍ଟରେ ଡବ୍ଲ୍ୟୁପି(ସି)୧୬୮୪୩/୨୦୧୯ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ନୋଟିସ୍‌କୁ ରଦ୍ଦ କରିବା ଓ ସଂଗ୍ରାମୀଙ୍କ ପରିବାରକୁ ନିୟମାନୁଯାୟୀ ଫ୍ୟାମିଲ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ସେହିପରି ପାତ୍ର ଜେଲ୍‌ ଯାଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିବାବେଳେ ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ଆଇନଜୀବୀ ବିଜୟ କୁମାର ମିଶ୍ର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ଏ ନେଇ ଗଞ୍ଜାମ...

ଗୃହ ସ୍ବାଭାବିକ ଭାବେ ଚାଲିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର,୨୫।୧୧: (ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ...

ଆଇନଜୀବୀ ଓ ଯୁବନେତାଙ୍କୁ ପୋଲିସର ମାଡ଼

ଆନନ୍ଦପୁର,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସ୍ପେଶାଲ ସ୍କାଡ୍‌ରେ କାର୍ଯ୍ୟ କରୁଥିବା ରାମଚନ୍ଦ୍ରପୁର ଥାନାର ଜଣେ ଏସଆଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବ୍ରିଜ ଛକ ନିକଟରୁ ଜଣେ...

ବିଜେଡିରେ ମିଶିଲେ ଶତାଧିକ ଭାଜପା-କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଗୋପାଳପୁର ଓ ନବରଙ୍ଗପୁରର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡି ମଙ୍ଗଳବାର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ବିଜେଡି...

ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା...

ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଅଭିଭାବକ

ଯୋଡ଼ା,୨।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସୋମବାର ନ୍ୟାୟ ପାଇଁ ଲିଖିତ ଆକାରରେ...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଧର୍ମଗଡ଼,୩୦।୧: କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ...

ଓସିଏ ସଭାପତି ପ୍ରାର୍ଥୀ ହେବେ ପ୍ରଣବ

ପୁରୀ ଅଫିସ/କଟକ ଅଫିସ୍‌, ୧୫ା୧୦: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ନିର୍ବାଚନ ନେଇ ଶୁକ୍ରବାର ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week