ସ୍ବାଧୀନତା ଦିବସ ପାଳନ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ; ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ: ବିଜେଡି

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଭାଜପା ପ୍ରଶ୍ନ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ସେ କହିଛନ୍ତି, କେଉଁ ପରିପ୍ରେକ୍ଷୀରେ ଏଭଳି ପରିବର୍ତ୍ତନ କରାଯାଇଛି ତାହା ଗୃହ ବିଭାଗ କହିପାରିବ। ଏହାଦ୍ୱାରା କୌଣସି ପରମ୍ପରା ଭଙ୍ଗ ହୋଇନାହିଁ। ପରେଡରେ ସ୍କୁଲ ପିଲା ଭାଗନେବା ବାଧ୍ୟ ନୁହେଁ ବୋଲି ସେ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡ଼ା ହୋଇପାରିବେନି ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ନବୀନଙ୍କ ସ୍ବାସ୍ଥାବସ୍ଥାକୁ ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ। ବିରୋଧୀଙ୍କ ଏ ସବୁ କଥାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଦଳୀୟ କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି, ୧୯୪୭ ମସିହା ପରଠାରୁ ଦେଶ ସମେତ ରାଜ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇ ଆସୁଛି। ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ସମୟରେ ପୋଲିସ ବିଭାଗ, ସିଭିଲ୍‌ ଡିଫେନ୍ସ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ଗଣପ୍ୟାରେଡରେ ଭାଗ ନେଇଥାନ୍ତି। ଏପରିକି ଏହି ସମୟରେ ସ୍ବାଧୀନତା ସମ୍ପର୍କିତ ବିଭିନ୍ନ ଯୋଜନା ଓ ଅନେକ ବିକାଶମୂଳକ ଯୋଜନାକୁ ପ୍ରଦର୍ଶିତ କରାଯାଇଥାଏ। ପୂର୍ବରୁ ବିିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ପତାକା ଉତ୍ତୋଳନ କରି ସଲାମି ଗ୍ରହଣ କରୁଥିଲେ। ୧୯୭୩ ମସିହାରେ ନୂତନ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ମାତ୍ର ଚଳିତ ବର୍ଷ ବିନା କାରଣରେ ଗଣପ୍ୟାରେଡ୍‌କୁ ରାଜ୍ୟ ସରକାର ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହାଦ୍ୱାରା ବିଗତ ୭୨ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଭଙ୍ଗ ହୋଇଛି। ଏଣୁ କେଉଁ କାରଣ ଲାଗି ଏହାକୁ ବନ୍ଦ କରାଯାଇଛି ତାହାର ଉତ୍ତର ଦିଅନ୍ତୁ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ସମୟ ଛିଡ଼ା ହୋଇପାରିବେନି ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି କି? ଯଦି ଏହା ସତ୍ୟ ତେବେ ରାଜ୍ୟବାସୀଙ୍କ ଆଗରେ ତାହା ସ୍ପଷ୍ଟ କରାଯାଉ ବୋଲି ହରିଚନ୍ଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ଚାଲିଗଲା ପଡ଼ୋଶୀର ଜୀବନ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଏକ ଅଘଟଣ ଘଟିଛି । ସହରର ମନ୍ଦାରବଗିଚାପଡ଼ାରେ ରାଜୁ ରଣା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ...

ବଢୁଛି ବଜ୍ରପାତ ବିପତ୍ତ

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...

ଆଜି ରାଜ୍ୟରୁ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୨ ପିଲା

ଭୁବନେଶ୍ୱର,୬।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୬୦୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୨,୧୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ...

ମୋ ସରକାର ଅଧୀନକୁ ଆସିଲା ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ତୃଣମୂଳସ୍ତରରେ ଥିବା ବ୍ଲକ ଅଫିସ ପ୍ରଶାସନର କେନ୍ଦ୍ର। ଗ୍ରାମାଞ୍ଚଳରେ ବିଭିନ୍ନ ସେବା ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ...

ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ସର୍ବାଧିକ ଆତ୍ମହତ୍ୟାପ୍ରବଣ: ଓଡ଼ିଶାର ହାର ଉଦ୍‌ବେଗଜନକ

କଟକ ଅଫିସ,୯ ।୬: ପୂର୍ବରୁ ଭାରତରେ ଆତ୍ମହତ୍ୟାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଥିଲା। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୯ ଅନୁଯାୟୀ, ଏଥିପାଇଁ...

ଓଡ଼ିଶା ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ, ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ହୋଇଥିବା ଏହି ପରିଷଦରେ...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

Advertisement
Archives

Model This Week