Posted inଜାତୀୟ

ସ୍ବାଧୀନତା ଦିବସର ୯୨ ମିନିଟ୍‌ର ଭାଷଣ: ପ୍ରଧାନମନ୍ତ୍ରୀ ସର୍ବାଧିକ ୪୭ ଥର ନାଗରିକ ଶବ୍ଦର କଲେ ଉଚ୍ଚାରଣ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ୯୨ ମିନିଟ୍‌ ଭାଷଣ ଦେଇଛନ୍ତି। ଏହି ସମୟରେ ସେ ସର୍ବାଧିକ ୪୭ ଥର ନାଗରିକ ଶବ୍ଦର ଉଚ୍ଚାରଣ କରିଛନ୍ତି। ସେ ୩୦ ଥର ସ୍ବତନ୍ତ୍ରତା ଶବ୍ଦ ଏବଂ ୨୪ ଥର ପାଣି ଶବ୍ଦର ବ୍ୟବହାର କରିଛନ୍ତି। ସେହିପରି ଗରିବ ଶବ୍ଦ ୧୭ ଥର, ୧୬ ଥର ଆତଙ୍କବାଦ ଶବ୍ଦ, କିଷାନ୍‌ ଏବଂ ଅର୍ଥବ୍ୟବସ୍ଥା ୧୫ ଥର, ଧାରା ୩୭୦ ଶବ୍ଦ ୧୪ ଥର, ପର୍ଯ୍ୟଟନ ୧୩ ଥର, ବିକାଶ ୧୧ ଥର, ସେନା, ମହାତ୍ମାଗାନ୍ଧୀ, ମହିଳା ୧୦ ଥର, ଜନସଂଖ୍ୟା ୯ ଥର ଉଚ୍ଚାରଣ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ୍‌ ୮ ଥର, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ୭ ଥର, ଶାନ୍ତି, ଶିକ୍ଷା ଓ ଜମ୍ମୁ-କଶ୍ମୀର ୬ ଥର, ଏକ ରାଷ୍ଟ୍ର ୫ ଥର, ଯୋଜନା, ରକ୍ଷା, ଯୁଦ୍ଧ, ରୋଜଗାର, ଜ୍ଞାନକୌଶଳ, ଦଳିତ ଶବ୍ଦ ୪ ଥର ଉଚ୍ଚାରଣ କରିଛନ୍ତି। ଅପରପକ୍ଷରେ ଦୁର୍ନୀତି ଶବ୍ଦ ୩ ଥର, ବନ୍ୟା, ଚନ୍ଦ୍ରାୟନ, ଲଦାଖ ଆଦି ଶବ୍ଦ ୨ ଥର ଲେଖାଏଁ ଉଚ୍ଚାରଣ କରିଥିବାବେଳେ ସ୍ବଚ୍ଛ ଭାରତ ଶବ୍ଦ ଥରେ ଉଚ୍ଚାରଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଥରେ ହେଲେ ମଧ୍ୟ କଳାଧନ ଏବଂ ପାକିସ୍ତାନର ନାମ ଉଚ୍ଚାରଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇ ନାହିଁ: ଥରୁର

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ପାକିସ୍ତାନର ବାଲାକୋଟରେ କୌଣସି ଆତଙ୍କବାଦୀଙ୍କ ମୃତ୍ୟୁ...

ବଢ଼ିଲା କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ,୧୪।୩: ଦେଶରେ ପୁଣି କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଚିନ୍ତା ବଢ଼ିବା ସହିତ ପୁଣି...

ଦୁଇ ସପ୍ତାହ ହେବ ଉଦିତ ନାରାୟଣଙ୍କୁ ମିଳୁଛି ପୋଲିସ ସୁରକ୍ଷା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗରଙ୍କୁ ପ୍ରାୟ ଏକ ମାସ ହେବ ହତ୍ୟା ଧମକ ମିଳୁଛି। ଏହାକୁ ନେଇ ସେ ଗତ ୨ ସପ୍ତାହ ତଳେ ପୋଲିସରେ...

ବିଗୁଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା

ଗୁଆହାଟି,୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଏବେ ସେ ଭେଣ୍ଟିଲେଟରରେ...

ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ହୋଇଥିଲା ଚକ୍ରାନ୍ତ

ମୁମ୍ବାଇ,୧୯ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବା ଲାଗି ଲଶ୍କର-ଇ-ତୋଇବା ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ରାକେଶ...

ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା

ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ...

ଉଗ୍ରବାଦୀଙ୍କ ହାତରେ ଚାଇନା ବନ୍ଧୁକ

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଭାରତରେ...

ଏହି ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ

କୋଲକାତା,୮।୭: କରୋନା ସଂକ୍ରମଣ ବଢ଼ୁଥିବା ମାମଲାକୁ ଦେଖି ରାଜ୍ୟର କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆହୁରି ୭ଦିନ ଯାଏ ଲକ୍‌ଡାଉନ ଅବଧିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ...

Advertisement


Archives

Model This Week