Posted inଜାତୀୟ

ସ୍ବର୍ଣ୍ଣମନ୍ଦିରରେ ଖଲିସ୍ତାନ ସ୍ଲୋଗାନ୍‌: ବ୍ଲୁଷ୍ଟାର ଅପରେଶନ୍‌ର ୩୬ତମ ବାର୍ଷିକୀ ପାଳନ

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନକୁ ଶନିବାର ୩୬ବର୍ଷ ପୂରଣ ହୋଇଛି। ଏହି ଅବସରରେ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ଅକାଳ ତଖତ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମନ୍‌ ସିଂ ମନ୍‌ଙ୍କ ନେତୃତ୍ୱରେ ୧୦୦ରୁ ଅଧିକ କର୍ମୀ ଯୋଗଦେଇ ଖଲିସ୍ତାନ ସ୍ଲୋଗାନ୍‌ ଦେଇଥିବା କୁହାଯାଉଛି। ଇମନ୍‌ ଶିରୋମଣୀ ଅକାଳୀ ଦଳ ଅଧ୍ୟକ୍ଷ ସିମରନଜିତ୍‌ ସିଂ ମନ୍‌ଙ୍କ ପୁଅ। ସୂଚନାଯୋଗ୍ୟ, ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ୩ ଦିନିଆ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ଏଥିରେ ୪ଶହ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୪ ସେନାର ଅଧିକାରୀଙ୍କ ସମେତ ୮୩ ଜଣ ଯବାନ ଶହୀଦ୍‌ ଏଥିରେ ହୋଇଥିଲେ। ତତ୍‌କାଳୀନ ସେନା ଅଧ୍ୟକ୍ଷ ଅରୁଣ କୁମାର ବୈଦ ଅପରେଶନ୍‌ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସୂଚନା ଦେଇଥିଲେ। ତେବେ ଏହି ଘଟଣାର ପ୍ରକୃତ ସ୍ବରୂପ ସମ୍ପର୍କରେ ଅବଗତ ହେବାପରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମର୍ମାହତ ହୋଇଥିଲେ। ଅଳ୍ପ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଇନ୍ଦିରାଙ୍କୁ କୁହାଯାଇଥିଲା। ଏଥିରେ ସେନା ପକ୍ଷରୁ ସ୍ବର୍ଣ୍ଣମନ୍ଦିର ପରିସରରେ ଟ୍ୟାଙ୍କର ଉପଯୋଗ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା...

୪୭ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୬।୯(ପି.ଟି.): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଗଣିତ ଜ୍ଞାନକୁ ସହଜ ଓ ବୋଧଗମ୍ୟ ଉପାୟରେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଦେଶର ବିଭିନ୍ନ ପ୍ରନ୍ତର...

ଚାଇନାରେ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ମୋଦି: ଏବେ କ୍ୟାବିନେଟରେ ଦେଲେ ଯାଗା

ନୂଆଦିଲ୍ଲୀ, ୩୧।୫: ୫୭ ମନ୍ତ୍ରୀଙ୍କ ସହ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମନ୍ତ୍ରୀମଣ୍ଡଳରେ ବହୁ ପୁରୁଣାଙ୍କୁ ନୂଆ ନେତାଙ୍କୁ ସାମିଲ...

ମଦ୍ରାସାରେ ବିବାହ କଲେ ୭୬ ମୁସଲମାନ, ୨୫ ହିନ୍ଦୁ ଯୋଡି

ବେଲାଗଭି,୨୨।୨: ସାମ୍ପ୍ରଦାୟିକ ସଦ୍‌ଭାବର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ବେଲାଗଭିରେ ଥିବା ଏକ ମଦ୍ରାସାରେ। ଶୁକ୍ରବାର ଏହି ମଦ୍ରାସା ପରିସରରେ ଏକ ସାମୁହିକ...

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦%...

ଦୁର୍ଘଟଣା ରୋକିବା ପାଇଁ ରାତି ସାରା ପାଟ୍ରୋଲିଂ କରୁଛନ୍ତି ମହିଳା

ମୁମ୍ବାଇ,୩।୬: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଟ୍ରାଫିକ୍‌ ଚାଲିଯିବା ପରେ ବଢୁଛି ଦୁର୍ଘଟଣା। ଏମିତିକି ପୋଲିସ ପାଟ୍ରୋଲିଂ ନ...

ଲିଭ୍‌ ଇନ୍‌ରେ ରହୁଥିବା ମହିଳା ଅଧିକ ଦୁଃଖି: ସର୍ଭେ ରିପୋର୍ଟ ଲୋକାର୍ପଣ କରିବେ ଆର୍‌ଏସ୍‌ଏସ୍‌ ପ୍ରମୁଖ

ନୂଆଦିଲ୍ଲୀ,୨୨।୯: ସମ୍ପ୍ରତି ଦେଶରେ ଲିଭ୍‌ ଇନ୍‌ରେ ରହିବା ମହିଳା ପୁରୁଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଭଳି ସମ୍ପର୍କରେ ରହୁଥିବା ମହିଳା ଅଧିକ ଦୁଃଖୀ। ଏନେଇ...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି...


Coronavirus Update

Archives

Model This Week

Why Dharitri