ସ୍ପେଶାଲ୍‌ ସ୍କ୍ବାଡ୍‌ ଆଳରେ ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣା : ୩ ପୋଲିସ କର୍ମଚାରୀଙ୍କ ଜାମିନ ଖାରଜ

କଟକ ଅଫିସ,୩୦।୮: କମିଶନରେଟ୍‌ ପୋଲିସ ସ୍ପେଶାଲ୍‌ ସ୍କ୍ବାଡ୍‌ କହି ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣାରେ ଅଭିଯୁକ୍ତ ଟାଙ୍ଗୀ ଥାନାର ୩ ପୋଲିସ କର୍ମଚାରୀଙ୍କ ଜାମିନ ଖାରଜ ହୋଇଛି। ଏହି ତିନିଜଣ କଟକ ଜେଏମ୍‌ଏଫସି(ଗ୍ରାମ୍ୟ)ରେ ଜାମିନ ପାଇଁ ଆବେଦନ କରିଥିଲେ। ଅଭିଯୁକ୍ତ କନଷ୍ଟେବଳ ଯୋଗେଶ ପାଣି, ହୋମ୍‌ଗାର୍ଡ ବ୍ରଜକିଶୋର ପଣ୍ଡା ଓ ସନ୍ତୋଷ ମଲ୍ଲିକ ଜେଲ୍‌କୁ ଫେରିଛନ୍ତି। ଗତ ୨୧ ତାରିଖ ରାତିରେ ଜଣେ ବ୍ୟବସାୟୀ କୋଲକତାରୁ ଏକ କାର୍‌ରେ ପରିବାର ସହିତ ଭୁବନେଶ୍ୱର ଫେରୁଥିବାବେଳେ ନିର୍ଗୁଣ୍ଡି ଟୋଲ୍‌ ଗେଟ୍‌ ପାଖରେ ଅଭିଯୁକ୍ତମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ସେମାନେ ନିଜକୁ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କ କାର୍‌କୁ ଯାଞ୍ଚ କରିଥିଲେ। ଏହାପରେ କାର୍‌ରେ ଥିବା ବାକ୍ସରୁ ସେମାନେ ୧ ଲକ୍ଷ ୪୭ ହଜାର ଟଙ୍କା ଜୋରଜବରଦସ୍ତ ନେଇ ପଳାଇଥିଲେ। ପରଦିନ ସମ୍ପୃକ୍ତ ବ୍ୟବସାୟୀ ଟାଙ୍ଗୀ ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କରିଥିଲେ। ଟାଙ୍ଗୀ ପୋଲିସର ତଦନ୍ତ ପରେ ଲୁଟ୍‌ରେ ସାମିଲ ଥିବା ଜଣେ କନ୍‌ଷ୍ଟେବଳ ଓ ଦୁଇଜଣ ହୋମ୍‌ଗାର୍ଡଙ୍କୁ ଅଟକ ରଖିଥିଲେ। ଏହାପରେ ଟାଙ୍ଗୀ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ୩ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହାପରେ ସେମାନେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ...

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ...

‘ଭାରତ-ଆମେରିକା ବ୍ୟବସାୟିକ ସମ୍ପର୍କକୁ ମଜଭୁତ କରିଛି ଉର୍ଜା’

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ବନ୍ଧକୁ ମଜଭୁତ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ...

ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ...

ପଦୋନ୍ନତି ଅଦାଲତ ଗଠନ କଲେ ସରକାର: ଠିକ୍‌ ସମୟରେ ପ୍ରକ୍ରିୟା ସାରିବାକୁ ଗୁରୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ)- ରାଜ୍ୟ ସରକାର କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଗୁରୁବାର...

ଆଇଏଲ୍‌ଏସ୍‌ରେ ମେରାଇନ୍‌ ବାୟୋଟେକ୍ନୋଲୋଜି କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର, ୧୮।୨(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌)ରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ୍‌ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

କରୋନା ପାଇଁ ବୟସ୍କଙ୍କ ପ୍ରତି ଅତ୍ୟାଚାର ଆଶଙ୍କା ବଢ଼ିଛି

ଭୁବନେଶ୍ୱର, ୧୬।୬(ବ୍ୟୁରୋ):‘ବିଶ୍ୱ ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ’ ଅବସରରେ ମଙ୍ଗଳବାର ହେଲ୍ପ ଏଜ୍‌ ଇଣ୍ଡିଆର ସର୍ଭେ ରିପୋର୍ଟ ‘ଦ ସାଇଲେଣ୍ଟ ଟର୍‌ମେଣ୍ଟର୍‌: କୋଭିଡ୍‌-୧୯ ଆଣ୍ଡ୍‌...

ପୁରୀ ହାଜତ ମୃତ୍ୟୁ ମାମଲା: ସତ୍ୟ ପାଠ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସରକାର ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ଅସ୍ବୀକାର କରିଛନ୍ତି। ଏହା ସହ...

Advertisement


Archives

Model This Week