ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କିଛି ଲୋକଙ୍କ ପାଇଁ ଏକ ଅବିସ୍ମରଣୀୟ ହୋଇ ରହିଯିବ। କାରଣ ମାତ୍ର ୩ ଘଣ୍ଟାରେ ଏହି ରୁଟ୍‌ରେ ବିମାନ ଯାତ୍ରା କରିହୁଏ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ଏହି ରୁଟ୍‌ରେ ଯାତ୍ରା ପାଇଁ ଲାଗି ଯାଇଥିଲା ୧୫ ଘଣ୍ଟା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ସ୍ପାଇସଜେଟ୍‌ର ଫ୍ଲାଇଟ୍‌ ଏସ୍‌ଜି-୮୭୨୦ ବେଙ୍ଗାଲୁରୁରୁ ସିଧାସଳଖ ଦିଲ୍ଲୀ ଲାଗି ଯାତ୍ରା କରିଥିଲା। ଦୁଇ ସହର ମଧ୍ୟରେ ଏହି ବିମାନ ନନ୍‌ ଷ୍ଟପ୍‌ ଅର୍ଥାତ୍‌ ବିନା ରହଣିରେ ଉଡ଼ିବାର ଥିଲା। ରାତି ୧୦ଟାରେ ନିର୍ଦ୍ଧାରିତ ସମୟରେ ଏହା ବେଙ୍ଗାଲୁରୁର ଉଡାଣ ଭରିବା ଥିଲା। କିନ୍ତୁ ଏହା ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୧୧.୩୦ଟାରେ ଉଡ଼ିବା ଆରମ୍ଭ କରିଥିଲା। ତେବେ କିଛି ସମୟ ଉଡ଼ିବା ପରେ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ  ଉକ୍ତ ବିମାନଟି ନାଗପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯାତ୍ରୀଙ୍କ କହିବାନୁଯାୟୀ ସ୍ପାଇସଜେଟ୍‌ର ବୋଇଂ ୭୩୭ ବିମାନରେ ସେମାନଙ୍କୁ ରାତି ସାରା ବସି ରହିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ଏକ ବିକଳ୍ପ ବିମାନରେ ନେବା ପର୍ଯ୍ୟନ୍ତ ବିମାନ ମଧ୍ୟରେ ରହିବାକୁ ପଡ଼ିଥିଲା। ସେହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବେଙ୍ଗାଲୁରୁରୁ ଏସ୍‌ଜି-୮୭୨୦ ବିମାନଟି ଉଡ଼ିବାର ପ୍ରାୟ ୧ ଘଣ୍ଟା ପରେ ନାଗପୁର ବିମାନ ବନ୍ଦରରେ ଓହ୍ଲାଇଥିଲା। ସେମାନେ ୬ ଘଣ୍ଟା ପର୍ଯ୍ୟନ୍ତ ବିମାନରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ବାହାରକୁ ଆସିବା ଲାଗି ସେମାନଙ୍କୁ ଛଡ଼ା ଯାଇ ନ ଥିଲା। ଶନିବାର ସକାଳ ୧୦ଟାରେ ନୂଆ ବିମାନରେ ଦିଲ୍ଲୀ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ତେଜନା କାରଣରୁ ତାଙ୍କର ଶରୀର ଅସୁସ୍ଥ ହୋଇଛି। ସେ ଏବେ ଡାକ୍ତରଙ୍କ ପରାମର୍ଶ ନେବାକୁ ବାଧ୍ୟ। ବିମାନଯାତ୍ରୀ ମାନେ ଅଧୈର୍ଯ୍ୟ ହୋଇ ଉତ୍ତେଜିତ ହୋଇ ଉଠି ଥିଲେ। ସେମାନେ ବିମାନରୁ ବାହାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସ୍ପାଇସଜେଟ୍‌ ଆରମ୍ଭରୁ ସେମାନଙ୍କ ସହ ଅସହଯୋଗ କରିଆସୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଏୟାରଲାଇନ୍ସ ମୁଖପାତ୍ର ଏହି ଘଟଣା ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ବେଙ୍ଗାଲୁରୁ-ଦିଲ୍ଲୀ ରୁଟ୍‌ରେ ଯାତ୍ରା କରୁଥିବା ବିମାନରେ ତ୍ରୁଟି ଦେଖାଦେବା ପରେ ନାଗପୁର ବିମାନବନ୍ଦରରେ ଏହାକୁ ଅବତରଣ କରାଯାଇଥିଲା। ସେଠାରେ ଯାତ୍ରୀଙ୍କର ଆରାମ ବ୍ୟବସ୍ଥା କରାଯାଇଥିଲା।  ଆଉ ଏକ ବିକଳ୍ପ ବିମାନ ପଠାଯାଇ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯାଇଥିଲା। ନାଗପୁରରେ କମ୍ପାନୀର କର୍ମଚାରୀ ନ ଥିବାରୁ ବିକଳ୍ପ ବିମାନ ଯୋଗାଡ କରିବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଯାତ୍ରୀଙ୍କ କହିବାନୁଯାୟୀ, ଏଭଳି ସ୍ଥିତିରେ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଦେବା ଉଚିତ। ଏହାଦ୍ୱାରା ଯାତ୍ରୀମାନେ ଆରାମରେ ସମୟ ବିତାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?