Posted inUncategorized

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌ ଭାବେ ଅବତରଣ କରି ନ ଥିବାରୁ ସେମାନଙ୍କୁ ଏହି ଦଣ୍ଡ ମିଳିଛି। ସୂଚନାଥାଉ କି, ଜୁଲାଇ ୨ରେ କୋଇମ୍ବାଟୁର୍‌ରୁ ମୁମ୍ବାଇ ଉଦ୍ଦେଶ୍ୟରେ ଉଡିଥିବା ବି୭୩୭ ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ବେଳେ ରନ୍‌ଓ୍ବେର ନିର୍ଦ୍ଧାରିତ ସୀମାଠାରୁ ବହୁ ଦୂରକୁ ଚାଲିଯାଇଥିଲା। ଏହି ବିମାନକୁ ସେତେବେଳେ ଚଳାଉଥିଲେ କ୍ୟାପ୍ଟେନ କରଣ ଗୁଜରାଲ ଓ କ୍ୟାପ୍ଟେନ ଅର୍ପିତ ଗାନ୍ଧୀ। ଡିଜିସିଏ ପକ୍ଷରୁ ସେମାନଙ୍କୁ ଜୁଲାଇ ୪ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୧୫ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନ ଥିବାରୁ ଡିଜିସିଏ ପକ୍ଷରୁ ଉକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଦୁଇ ପାଇଲଟଙ୍କ ଦଣ୍ଡ ଘଟଣାର ତାରିଖ ଠାରୁ ଏକ ବର୍ଷ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ବିବାଦୀୟ ଜମିରେ ଲଜିଷ୍ଟିକ ପାର୍କ ନିର୍ମାଣ ମାମଲା:ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଯାଜପୁର ଅଫିସ, ୧୩ା୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ୧୧.୯୯୦ ଏକର ପରିମିତ ଶାଳ କିସମ ଜମିରେ ବିନା ପରିବେଶ ମଞ୍ଜୁରୀରେ...

ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ

କଟକ ଅଫିସ,୧୨।୨: ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ(୮୫)ର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ବାସଭବନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ...

ବ୍ୟାଙ୍କ ମିଶ୍ରଣକୁ ବିରୋଧ;୨୬ରୁ ଦୁଇଦିନିଆ ବ୍ୟାଙ୍କ ୟୁନିୟନ ଧର୍ମଘଟ

ନୂଆଦିଲ୍ଲୀ,୧୩-୯: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଧିକାରୀଙ୍କ ୟୁନିୟନ ପକ୍ଷରୁ ଚଳିତ ମାସ ୨୬ରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି। ସରକାର...

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ତାଳଚେର ପୁସ୍ତକ ମେଳା ଉଦ୍‌ଘାଟିତ

ତାଳଚେର,୨୪ା୧(ନି.ପ୍ର.) ପୁସ୍ତକ ବନ୍ଧୁ ଭାବେ କାର୍ଯ୍ୟ କରେ। ତାହାର ବିକଳ୍ପ ନାହିଁ। ପୁସ୍ତକ ଜ୍ଞାନ ବିକାଶ ଓ ରୋଜଗାରର ମାଧ୍ୟମ ହେବା ଆବଶ୍ୟକ ବୋଲି ହାଟତୋଟା...

ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ...

୩୭ ବର୍ଷୀୟ ଏହି କ୍ରିକେଟରଙ୍କ ପାଇଁ ଯୁବତୀ ଖୋଜୁଛନ୍ତି ହରଭଜନ ସିଂ

ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ସାଥୀ ଖେଳାଳି ଅମିତ ମିଶ୍ରଙ୍କ ବିବାହ ପାଇଁ ଯୁବତୀ ଖୋଜୁଛନ୍ତି। ଟୁଇଟରରେ ଭଜ୍ଜି ଏହି ସୂଚନା ଦେଇଛନ୍ତି।...

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା...


Coronavirus Update

Archives

Model This Week

Why Dharitri