ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରି ଆର୍‌ବିଆଇ କହିଛି ଯେ, ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ମିଡିଆରେ ପ୍ରକାଶିତ ରିପୋର୍ଟରେ ସତ୍ୟତା ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ସୂଚନାଥାଉ କି, ମାସର ସମସ୍ତ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଏଣୁ ଆଗାମୀ ଦିନରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ସମସ୍ତ ଶାଖାରେ ୫ ଦିନିଆ କାର୍ଯ୍ୟଦିବସ ଧାର୍ଯ୍ୟ କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ଅନ୍ୟ ଶନିବାରଗୁଡ଼ିକରେ ଏହା ଖୋଲା ରୁହେ।


Enter your email to get our daily news in your inbox.

All Right Reserved By Dharitri.Com

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ...

ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ...

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସାରା ବିଶ୍ୱର ବାଣିଜ୍ୟ କାରବାରକୁ ବହୁ ହାରରେ କ୍ଷତି ପହଞ୍ଚାଇଛି। ଏଥିଯୋଗୁ କମ୍ପାନୀଗୁଡିକ ଦେବାଳିଆ ହେବା ସହ ବୃହତ୍‌ ହାରରେ ଅନାଦାୟ...

ଓଡ଼ିଶାର ବିକାଶ ପାଇଁ ତ୍ରିସ୍ତରୀୟ ବୁଝାମଣାପତ୍ର

ଭୁବନେଶ୍ୱର,୯।୧୨: ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସ୍ଲରି ପରିବହନ, ସାଧାରଣ ପରିବହନ, ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ନେଇ...

ରିଲାଏନ୍ସ ରିଟେଲରେ ନିବେଶ କରିବ ସିଲ୍‌ଭରଲେକ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ ସିଲ୍‌ଭରଲେକ ଶନିବାର ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ପ୍ରାୟ ୭,୫୦୦ କୋଟି ଟଙ୍କା ନିବେଶ କରିଥିବା ସୂଚନା ମିଳିଛି।...

ବିସ୍‌ଲେରିକୁ କିଣିପାରେ ଟାଟା

ନୂଆଦିଲ୍ଲୀ,୨୫।୧୧:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍‌ ପ୍ରାୟ ୭୦୦୦ କୋଟି ଟଙ୍କାରେ ପ୍ୟାକେଜିଂ ଓ୍ବାଟର କମ୍ପାନୀ ବିସ୍‌ଲେରିକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି...

ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍‌ ପ୍ରଦାନକାରୀ କମ୍ପାନୀ…

ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ...

ଶ୍ରୀଦୁର୍ଗାରୁ ‘ଯେତେ କିଣିବେ ସେତେ ଜିତିବେ’

ଭୁବନେଶ୍ୱର,୨୦।୯: ରାଜ୍ୟର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଷ୍ଟୋର ‘ଶ୍ରୀଦୁର୍ଗା’ରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଏକ ଅଭିନବ ଅଫର‘ଯେତେ କିଣିବେ ସେତେ ଜିତିବେ’ ସମ୍ପର୍କରେ...

Advertisement
Archives

Model This Week