ସ୍ଥାନୀୟ ସାମଗ୍ରୀକୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ,୧।୬: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଦଶନ୍ଧିରେ ଦେଶକୁ ଏକ ନୂଆ ଉପଲବ୍ଧି ପ୍ରଦାନ କରିବା ସହ ନୂଆ ସୋପାନକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଯେଉଁ ସାମଗ୍ରୀ ଭାରତରେ ପ୍ରସ୍ତୁତ ହେଉଛି ତାକୁ ଦେଶ ମଧ୍ୟରେ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯିବ। ଅର୍ଥାତ୍‌ ଭାରତରେ ତିଆରି ହେଉଥିବା ସାମଗ୍ରୀଗୁଡ଼ିକୁ ଆମଦାନୀ ଉପରେ କଟକଣା ଲାଗିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଏ ସମ୍ପର୍କରେ ଆଭାସ ଦେଇଛନ୍ତି। ଗ୍ରାମାଞ୍ଚଳରେ କ୍ଷୁଦ୍ରଶିଳ୍ପ ଏବଂ କୁଟୀରଶିଳ୍ପ ସ୍ଥାପନ ଦ୍ୱାରା ଲୋକଙ୍କୁ ନିଯୁକ୍ତି ଯୋଗାଣ କରିବା ଦିଗରେ ମଧ୍ୟ ସରକାର ଫୋକସ୍‌ କରୁଛନ୍ତି।
ଏହି ଅବସରରେ ମୋଦି କହିଛନ୍ତି ଯେ, ଶୀଘ୍ର ଜାତୀୟ ପ୍ରବାସୀ କମିଶନ ସ୍ଥାପନ କରାଯିବ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶ୍ରମିକଙ୍କ ଦକ୍ଷତାକୁ ଉନ୍ନତୀକରଣ କରାଯିବ। ଯେଉଁ ସାମଗ୍ରୀ ଭାରତରେ ନାହିଁ କେବଳ ତା’ର ଆମଦାନୀ ଉପରେ ନଜର ରଖାଯିବ। ମାତ୍ର ଯାହା ଦେଶ ମଧ୍ୟରେ ପ୍ରସ୍ତୁତ ହେଉଛି ବିଦେଶୀ ସାମଗ୍ରୀର ବିକଳ୍ପ ଭାବେ ତାକୁ ବ୍ୟବହାର କରିବା ଲାଗି ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଯୁବବର୍ଗ ଏକ ପ୍ରମୁଖ ସ୍ଥାନ ହାସଲ କରିବେ। ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ସହ ‘ଭୋକାଲ ଫର୍‌ ଲୋକାଲ’ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ସମର୍ଥନ ଜଣାଇପାରିବେ। ଏଭଳି ଛୋଟ ଛୋଟ ପଦକ୍ଷେପ ଭାରତକୁ ଆତ୍ମନିର୍ଭର କରାଇବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ହେଲେ ସେମାନେ ଅଭିବୃଦ୍ଧି ଇଞ୍ଜିନ ଭାବେ ଯୋଗଦାନ ରଖିବେ। ସେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ସଫଳତାକୁ ନେଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହି ଯୋଜନା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୧ କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଗରିବ ଲୋକଙ୍କୁ ୧୪ ହଜାର କୋଟି ଟଙ୍କାର ସଞ୍ଚୟ ହୋଇପାରିଛି। ମୋଟ ୧କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୮୦ ଗ୍ରାମାଞ୍ଚଳର ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହୋଇଥିବା ମୋଦି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି...

ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ

ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ...

କୋଟିଏ ଲୋକଙ୍କୁ ନିଯୁକ୍ତି ଲାଗି ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ,୧୬।୫: ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର କର୍ମବଳ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି...

ରୁଷିଆରେ ଫସିଛି ଭାରତୀୟଙ୍କ ୪୦୦ମିଲିୟନ ଡଲାର

ନୂଆଦିଲ୍ଲୀ, ୩ା୩: ୟୁକ୍ରେନ୍‌କୁ ଆକ୍ରମଣ କରିଥିବାରୁ ବିଭିନ୍ନ ୟୁରୋପୀୟ ଦେଶ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟ ରପ୍ତାନିକାରୀଙ୍କ ଉପରେ ରୁଷିଆ ପକ୍ଷରୁ ଲଗାଯାଇଥିବା...

କରୋନା ପ୍ରଭାବ ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ...

ନିବେଶ ସହ ନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ୩ୟ ସଂସ୍କରଣର ୨ୟ କାର୍ଯ୍ୟଦିବସ ଶେଷ ସୁଦ୍ଧା ମୋଟ ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ ଆଗ୍ରହପତ୍ର ପ୍ରାପ୍ତ...

ଭଦ୍ରକରେ ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌

ଭଦ୍ରକ ଅଫିସ, ୨୨।୨: ଭଦ୍ରକ ସହର ନୂଆ ବଜାରସ୍ଥିତ ରାଜଘାଟ ପୋଲ ନିକଟରେ ପ୍ରଥମକରି ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୪୫୦ ସ୍କୋୟାର...

ଚାଇନା ବ୍ୟାଙ୍କ ଋଣ ପଇଠ ଲାଗି ଅନିଲ ଅମ୍ବାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ଚାଇନା ବ୍ୟାଙ୍କଗୁଡ଼ିକୁ ୭୧୭ ନିୟୁତ ଡଲାର ୨୧ ଦିନ ମଧ୍ୟରେ ପଇଠ କରିବା ପାଇଁ ୟୁକେର କୋର୍ଟ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ...

Advertisement
Archives

Model This Week