ସ୍ଥଗିତ ହେଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଧାରଣା

ଯୋଡା, ୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବିଭିନ୍ନ ସମୟରେ ଦାବି କରୁଥିଲେ ହେଁ, ପ୍ରଶାସନର ଅଣଦେଖା ହେତୁ ଦାବି ପୁରଣ ହେଉନଥିବାରୁ ଅତିଷ୍ଟ ହୋଇ ଯୋଡାବାସୀ ଧାରଣାକୁ ଓହ୍ଲାଇଥିଲେ। ଯୋଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭ ଦଫା ଦାବି କରି ସୋମବାର ପୌର କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇଥିଲା। ଦୀର୍ଘ ୪ ଘଣ୍ଟା ପ୍ରଚଣ୍ଡ ଖରାରେ ବସିବା ପରେ ପ୍ରଶାସନିକ ଅଧିକାରୀ ତଥା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁଙ୍କ ସମେତ ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଧାରଣା ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରି ଦାବି ପୂରଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ବରିଷ୍ଠ ନାଗରିକ ଶିରିଶ ଚନ୍ଦ୍ର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , କୋଭିଡ-୧୯ ର ପରିସ୍ଥିତିକୁ ବିଚାର କରି ଏହି ଧାରଣାକୁ ୧୫ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ନିବେଦନ କରିଥିଲେ। ମାତ୍ର ୧୫ ଦିନ ପରେ ଏହି ଧାରଣା ସାଧାରଣ ଆନ୍ଦୋଳନରେ ରୂପାନ୍ତରିତ ହେବ ଏବଂ ଏଥିରେ ଯୋଡାର ସମସ୍ତ ଜନସାଧାରଣ ସାମିଲ ହେବେ ବୋଲି ଶିରିଶ ମହାନ୍ତି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଘରୋଇକରଣକୁ ବିରୋଧ, ଲଢେଇ ପାଇଁ ଆହ୍ବାନ

ବରଗଡ଼ ଅଫିସ,୧୦।୪: ବିଦ୍ୟୁତ୍‌ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା ଏବଂ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତାବିତ ବିଦ୍ୟୁତ୍‌ ସଂଶୋଧିତ ବିଲ୍‌-୨୦୨୨ ବାତିଲକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ...

୧୦ ସୁଦ୍ଧା ରଥ ପ୍ରସ୍ତୁତ ହେବ

ପୁରୀ ଅଫିସ,୮।୭: ରଥଯାତ୍ରା ପାଇଁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସିଂ...

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ...

ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଅରୁଣ ସ୍ତମ୍ଭ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଓଡ଼ିଶାର ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରସିଦ୍ଧ ଦ୍ବିତୀୟ କାଷ୍ଠ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଅରୁଣ ସ୍ତମ୍ଭଟି ଟ୍ରକ୍‌ ଧକ୍କାରେ ଭାଙ୍ଗି ମୁଖଶାଳା...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା...

ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ...

ଡାକ୍ତରଖାନା ଛାତରୁ ପ୍ଲାଷ୍ଟର ଖସି ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ

ବାରିପଦା ଅଫିସ,୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ଶାମାଖୁଣ୍ଟା ବ୍ଲକ ଅଧୀନ ପୋଡାରଅସ୍ତିଆ ଗ୍ରାମର ଚକ୍ରଧର...

କୋଡିଙ୍ଗାମାଳି ପାହାଡ଼ରେ ଚାରା ଲଗାଇଲେ ଛାତ୍ରୀଛାତ୍ର

ଲକ୍ଷ୍ମୀପୁର,୭ା୭: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଉପରଚମ୍ପି ପଞ୍ଚାୟତରେ ଥିବା କୋଡିଙ୍ଗାମାଳି ପାହାଡ଼ରେ ଚାରା ରୋପଣ କରିଛନ୍ତି ସ୍କୁଲ ଛାତ୍ରୀଛାତ୍ର। ଖଣି ଅଞ୍ଚଳ ଭାବେ ପରିଚିତ...

Advertisement
Archives

Model This Week