Posted inଫୁରସତ

ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡିବ ବୋଲି ୫ କୋଟି ଟଙ୍କାରେ ନିଆଁ ଲଗାଇଲେ ବ୍ୟବସାୟୀ

ବୈବାହିକ ଜୀବନରେ ଝଡ ଆସିଲେ ସ୍ତ୍ରୀସ୍ବାମୀ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ପରେ କୋର୍ଟରେ ଛାଡପତ୍ର ମାମଲା ଚାଲେ। ଶେଷରେ ସ୍ତ୍ରୀଙ୍କୁ ଭରପୋଷଣ ପାଇଁ ଅର୍ଥ ଦେବାପରେ ମାମଲାଟି ଶାନ୍ତ ପଡେ। କାନାଡାରେ ଛାଡପତ୍ରର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କୁ ଭରପୋଷଣ ଅର୍ଥ ବାବଦରେ ପ୍ରତିଦିନ ୧ ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ଜାଣି ଜଣେ ବ୍ୟକ୍ତି ୫କୋଟି ଟଙ୍କାରେ ନିଆଁ ଲଗାଇଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପେସାରେ ବ୍ୟବସାୟୀ। ତାଙ୍କ ନାଁ ବ୍ରୁସ ମ୍ୟାକ୍‌କନ୍‌ଭିଲେ। କୋର୍ଟରେ ବ୍ରୁସ୍‌ ବିଚାରପତିଙ୍କୁ କହିଥିଲେ, ମୁଁ ମୋର ସମସ୍ତ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ବାହାର କରି ଜାଳିଦେଇଛି। ବ୍ରୁସ୍‌ଙ୍କ କଥା ବିଚାରପତି ପ୍ରଥମେ ବିଶ୍ୱାସ କରି ନ ଥିଲେ ମଧ୍ୟ ସେ ତାଙ୍କୁ ସମସ୍ତ ପ୍ରମାଣ ଦେଖାଇଥିଲେ। ନିଜର ସମସ୍ତ ସମ୍ପତ୍ତି ବିକି ଟଙ୍କା ବ୍ୟାଙ୍କ୍‌ରେ ରଖିଥିଲେ ବୋଲି ସେ କୋର୍ଟରେ କହିଥିଲେ। ଏହି ଘଟଣା ପାଇଁ ତାଙ୍କୁ ୩୦ ଦିନ ପାଇଁ ଜେଲ୍‌ ପଠାଯାଇଛି। ଏହାସହ ତାଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍‌ଲାଇନ ମିଟିଂ ପରେ ମାଇକ୍‌ ବନ୍ଦ କରିବାକୁ ଭୁଲି...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

ଯନ୍ତ୍ରଣାମୁକ୍ତ ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକ ଗୁରୁତ୍ୱପୂର୍ଣ୍ଣ

ସମ୍ପ୍ରତି ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି...

ସାବଧାନ! ଏମିତି ମାଛ, ଯାହାକୁ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି...

ରାଜାଙ୍କର ଅଛନ୍ତି ୬୦ ସ୍ତ୍ରୀ…

ପୂର୍ବକାଳରେ ରାଜାମାନଙ୍କର ଏକାଧିକ ସ୍ତ୍ରୀ ରହୁଥିବାର ନଜିର ରହିଛି । ସେହିପରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରହିଛି କେତେଜଣ ରାଜାଙ୍କର ଥାଟବାଟ। ନାଗାଲାଣ୍ଡର ଲୋଙ୍ଗବା...

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ...

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ...

ପୁରୁଷ ଟିଭି ଦେଖିବାରେ ଏବଂ ମହିଳା ଇସ୍ତ୍ରୀ କରିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି କରନ୍ତି ଖର୍ଚ୍ଚ …

ଭାରତରେ ଅଧିକ ବିଦ୍ୟୁତ୍‌ ଶକ୍ତି କେଉଁମାନେ ଖର୍ଚ୍ଚ କରିଥାନ୍ତି ତାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ପେନସିଲ୍‌ଭାନିଆର ପିଟସ୍‌ବର୍ଗ ସ୍ଥିତ କାନେଗି ମେଲୋନ୍‌ ବିଶ୍ୱବିଦ୍ୟାଳୟର ଗବେଷକ...

Advertisement
Archives

Model This Week