ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ନିଶାଶକ୍ତ ସ୍ବାମୀ

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ସହର ସାନ୍ତରାପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ସ୍ବାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ସୂଚନାଯୋଗ୍ୟ, ସାନ୍ତରାପୁର ସାହିରେ ରହୁଥିବା ବାବୁଲି ପ୍ରଧାନ ରଙ୍ଗ ମିସ୍ତ୍ରୀ ଭାବେ କାମ କରେ। ଶୁକ୍ରବାର ରାତିରେ ପ୍ରଚୁର ମଦ ପିଇ ବାବୁଲି ଘରକୁ ଫେରିବା ପରେ ଘରେ ଖାଇବାକୁ ନେଇ ସ୍ତ୍ରୀ ମଞ୍ଜୁ ପ୍ରଧାନଙ୍କ ସହ ଝଗଡ଼ା କରିଥିଲେ। ଏହି କଳହ ଏତେ ଦୂର ବଢ଼ିଯାଇଥିଲା ଯେ, ଉତ୍ତ୍ୟକ୍ତ ମଦ୍ୟପ ସ୍ବାମୀ ସ୍ତ୍ରୀ ମଞ୍ଜୁଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ବାବୁଲି ମୃତଦେହକୁ ଏକ କନ୍ଥାରେ ଗୁଡ଼ାଇ ରଖିଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ବାବୁଲିଙ୍କୁ ଗିରଫ କରିଛି। ଏଥିସହ ବିଳମ୍ବିତ ରାତିରେ ପୋଲିସ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ସୂଚନା ମିଳିଛି। ଅପରପକ୍ଷେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...

ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଯାଉ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦାବି କରିଛି। ଏହି ଦାବି ନେଇ ମହାସଂଘ...

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ ଅଫିସ, ୭।୧: ରାଜ୍ୟରେ ଦିନକୁ ଦିନ କୋଭିଡ ପଜିଟିଭ୍‌ ବଢିଚାଲିଛି। ତେବେ ରାଜ୍ୟରେ ଶୁକ୍ରବାର ଠାରୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ରାତି ୯ରୁ...

ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ...

ପେଟ୍ରୋଲ ପମ୍ପରେ ଛିଡ଼ା ହୋଇଥିବା ଟ୍ରକରୁ ଲୁଟ ,୨ ଗିରଫ

ବଡବିଲ, ୩ା୪(ସ୍ବ.ପ୍ର.)-ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ ଟ୍ରକରୁ ଲୁଟ ଅଭିଯୋଗରେ କେନ୍ଦୁଝର ଜିଲା ବଡବିଲ ପୋଲିସ ଶୁକ୍ରବାର ୨ ଜଣ ଲୁଟେରାଙ୍କୁ ଗିରଫ କରି...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହାୟତା ପାଇଁ ସ୍ମାରକପତ୍ର ପ୍ରଦାନ କଲା ପାଚିକା ସଂଘ

ନିଶ୍ଚିନ୍ତକୋଇଲି,୩୦ା୫: ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀ ଭୟାନକ ରୂପ ଧାରଣ କରିଛି। ସରକାର ଏନେଇ ଲକ୍‌ଡଉନ ଜାରି କରିଛନ୍ତି। ଫଳରେ ବହୁ ଲୋକ ଜୀବନ ଜୀବିକା...

Advertisement
Archives

Model This Week