ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ଶିଶୁଙ୍କୁ ୬ମାସ କିମ୍ବା ଏହାଠାରୁ ଅଧିକ ସମୟ ସ୍ତନ୍ୟପାନ କରାଇଲେ ଟାଇପ୍‌-୨ ଡାଇବେଟିସ୍‌ ଦେଖାଯାଇ ନ ଥାଏ। ଏଭଳି ମହିଳାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ୪୭ ପ୍ରତିଶତ କମିଯାଇଥାଏ ବୋଲି ଡାକ୍ତରମାନେ ସୂଚିତ କରିଛନ୍ତି। ପୂର୍ବରୁ ଜଣାପଡିଥିଲା ଯେ, ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ ଓ ଗର୍ଭାଶୟ ଗ୍ରୀବା କର୍କଟ ହୋଇ ନ ଥାଏ। ସ୍ତନ୍ୟପାନ ଉଭୟ ମା’ ଓ ଶିଶୁ ପାଇଁ ସୁରକ୍ଷା କବଚ ସଦୃଶ୍ୟ କାର୍ଯ୍ୟ କରିଥାଏ। ଗର୍ଭଧାରଣ ସମୟରେ ମା’ଠାରେ ସାମୟିକ ଭାବେ ଡାଇବେଟିସ୍‌ ରୋଗ ଦେଖାଯାଇଥାଏ। ପରବର୍ତ୍ତୀ ସମୟରେ ଏହା ଦୂର ହୋଇଯାଇଥାଏ। ରକ୍ତରେ ଶର୍କରା ମାତ୍ରାରେ ତାରତମ୍ୟ ଯୋଗୁ ଏହା ହୋଇଥାଏ। ଅଧିକ ଦିନ ଧରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଜୈବିକ କ୍ରିୟାରେ କେତେକ ପରିବର୍ତ୍ତନ ହୋଇଥାଏ। ଯାହାଦ୍ୱାରା ରକ୍ତ ଶର୍କରାରେ ସମନ୍ବୟ ସୃଷ୍ଟି ହୋଇଥାଏ। ଫଳରେ ଏଭଳି ମହିଳାଙ୍କଠାରେ ପରବର୍ତ୍ତୀ ଜୀବନରେ ଟାଇପ୍‌-୨ ଡାଇବେଟିସ୍‌ ରୋଗ ଦେଖାଯିବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ...

୯ରେ ଜାମିନରେ ଆସିିବେ ଲାଲୁ

ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା...

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ...

ଟ୍ରକ୍‌ ପୋଡ଼ି ମାମଲାରେ ଓ୍ବାରାଓ୍ବାରାଙ୍କୁ ଜାମିନ

ନୂଆଦିଲ୍ଲୀ, ୨୪।୨ : ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କୁ ମଙ୍ଗଳବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଅନ୍ୟ ଏକ ମାମଲାରେ ୬...

ମହିଳାଙ୍କୁ ଅସଦାଚରଣ ପାଇଁ ଉଲଗ୍ନ କରି ଚଲାଇଲେ

ହାସନ (କର୍ନାଟକ),୧୨।୧: ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ଚଲାଇଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା...

ଚାଷୀଙ୍କ ବିରୋଧରେ ଲାଗିବ ଏନ୍‌ଏସ୍‌ଏ, ମାତ୍ର ଦିଆଯିବନି ଏମ୍‌ଏସ୍‌ପି, ପ୍ରିୟଙ୍କାଙ୍କ କଟାକ୍ଷ…

ଲକ୍ଷ୍ନୌ,୧୯।୧୦: କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହି ମର୍ମରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌...

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ...

Advertisement
Archives

Model This Week