ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ ଯିବା ପାଇଁ ରାସ୍ତା ଖରାପ ଥିବାରୁ ୮୫ ଜଣ ଛାତ୍ରୀଛାତ୍ର କାହାର ସହାୟତା ନ ନେଇ ୧୦ କିମି ରାସ୍ତା କରାମତି କରିଛନ୍ତି। ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଥିବା ଖାଲଖମାରେ ପିଲାମାନେ ପଥରରେ ଭର୍ତ୍ତି କରି ସମତୁଲ କରିଛନ୍ତି। ଏଥି ପାଇଁ ପିଲାମାନେ ଜାନୁୟାରୀ ୧୦ରୁ ସ୍କୁଲ ବନ୍ଦ କରି ମରାମତି କାମରେ ଲାଗିପଡ଼ିଥିଲେ। ଖରାପ ରାସ୍ତା ଯୋଗୁ ଏଠାରେ ବସ ସେବା ବନ୍ଦ ହୋଇଯାଇଥିଲା। ଫଳରେ ପିଲାମାନେ ଚାଲିଚାଲି ସ୍କୁଲକୁ ଯାଉଥିଲେ। ସୂଚନାଯୋଗ୍ୟ, ୨୦୧୯ରେ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ସ୍ଥାନୀୟ ୧୦ କିମି ଲମ୍ବ ରାସ୍ତାର ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲା। ତେବେ କୌଣସି କାରଣରୁ କାମ ଅଧାରେ ଅଟକି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ବିଧାନସଭାକୁ ‘ମେ ଭି ସଭରକର’ ଟୋପି ପିନ୍ଧି ଆସିଲେ ଭାଜପା ବିଧାୟକ

ନାଗପୁର,୧୬।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସଭରକର’ ବୟାନକୁ ନେଇ ବିବାଦ ଥମୁନାହିଁ। ନାଗପୁରରେ ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି।...

ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ

ନୂଆଦିଲ୍ଲୀ,୧୦ା୫: ଜଣଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ୍ୟ ଓ ସ୍ବେଚ୍ଛାକୃତ ବୋଲି କୋର୍ଟ ଗ୍ରହଣ କରିବା ପରେ ତାକୁ ଦଣ୍ଡବିଧାନର ମୌଳିକ ଆଧାର ରୂପେ ଧରାଯାଇପାରିବ। ଏଥିଲାଗି...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

ସୋସିଆଲ୍‌ ମିଡ଼ିଆରେ ଆଧାର ସଂଯୋଗ ମାମଲା: କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୦।୮: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ...

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ...

ଜମ୍ମୁ-କଶ୍ମୀରର ୪ ଭାଜପା ନେତାଙ୍କ ଇସ୍ତଫା

ଜମ୍ମୁ, ୧୦।୮: ଜମ୍ମୁ-କଶ୍ମୀରର ବଡ୍‌ଗାମ ଜିଲାର ଭାଜପା କର୍ମୀ ଅବଦୁଲ୍‌ ହମିତ ନାଜାର ରବିବାର ସକାଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି...

୨୦ରୁ କମ୍‌ ପିଏଲ୍‌ଏ ସୈନ୍ୟ ନିହତ ହୋଇଥିବା ଚାଇନା ମାନିଲା

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ଗତ ୧୫ ତାରିଖରେ ଲଦାଖ ଅନ୍ତର୍ଗତ ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ୨୦ରୁ କମ୍‌ ସୈନ୍ୟ ନିହତ ହୋଇଥିବା...

Advertisement


Archives

Model This Week

Why Dharitri