ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁକିଛି ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୨ମାସ ହେଲା ଦେଶରେ ଲକ୍‌ଡାଉନ ଜାରି ହୋଇଛି। ମାର୍ଚ୍ଚ ମଧ୍ୟଭାଗରେ ଦେଶରେ ଯେତେବେଳେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେଲା, ସେତେବେଳେ ବିଭିନ୍ନ ରାଜ୍ୟରେ ସ୍କୁଲଗୁଡ଼ିକୁ ପ୍ରଥମେ ବନ୍ଦ କରିଦିଆଗଲା। ପିଲାମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ସ୍କୁଲ କଲେଜ ବନ୍ଦ କରାଯାଇଥିଲା। ୟୁନେସ୍କୋର ଆକଳନ ଅନୁସାରେ ଦେଶରେ ଏବେ ପ୍ରାୟ ୩୨୧ନିୟୁତ ଅର୍ଥାତ ୩୨କୋଟି ୧୦ଲକ୍ଷ ଛାତ୍ରୀଛାତ୍ର ସ୍କୁଲ୍‌ ନ ଯାଇ ଘରେ ରହୁଛନ୍ତି। ଗତ ୧୦ସପ୍ତାହ ଧରି ପିଲାମାନେ ସ୍କୁଲ ଯାଇପାରି ନାହାନ୍ତି। ଅଧିକାଂଶ ପିଲାଙ୍କୁ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ିବାକୁ କୁହାଯାଉଛି। ହେଲେ ଦେଶର ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠାରେ ଇଣ୍ଟରନେଟର ସୁବିଧା ଠିକ୍‌ଭାବେ ଉପଲବ୍ଧ ହୋଇପାରୁ ନାହିଁ, ଯାହାଫଳରେ ଗ୍ରାମାଞ୍ଚଳର ପିଲାମାନେ ଅନ୍‌ଲାଇନ ପାଠପଢ଼ାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି।
ଏକ ବାର୍ଷିକ ଶିକ୍ଷା ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ୨୦୧୮ରେ ୫ଶ୍ରେଣୀରେ ପଢ଼ୁଥିବା ଗ୍ରାମାଞ୍ଚଳର ପ୍ରାୟ ୫୦ପ୍ରତିଶତ ଛାତ୍ରୀଛାତ୍ର ଦ୍ୱିତୀୟ ଶ୍ରେଣୀର ପାଠ ଠିକ୍‌ଭାବେ ପଢ଼ିପାରୁ ନାହାନ୍ତି। ଏପରି ୨୮ପ୍ରତିଶତ ପିଲା ହରଣ କ’ଣ ଜାଣନ୍ତି ନାହିଁ। ବିଭିନ୍ନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟସ୍ତରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ଘରେ ସେମାନେ ଠିକ୍‌ଭାବେ ଶିକ୍ଷା ପାଇପାରୁ ନାହାନ୍ତି। ଶିକ୍ଷିତ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଅଭିଭାବକମାନେ ଯେପରି ପିଲାମାନଙ୍କୁ ଘରେ ଶିକ୍ଷା ପ୍ରଦାନରେ ସହାୟକ ହେଉଛନ୍ତି, ତାହା ଗ୍ରାମାଞ୍ଚଳରେ ସମ୍ଭବ ହୋଇପାରୁ ନାହିଁ, ଯେଉଁଥିପାଇଁ ଗ୍ରାମାଞ୍ଚଳରେ ପିଲାମାନଙ୍କ ସଫଳତା ହାର କମିଯାଉଛି। ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ୫ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ମଧ୍ୟରୁ କେବଳ ୩୪ ପ୍ରତିଶତ ପିଲା ବହି ପଢ଼ିପାରୁଛନ୍ତି, ଯାହାକି ଦେଶରେ ସବୁଠାରୁ କମ୍‌ ଅଟେ। ଯଦି ଅନ୍ୟ ଦିଗକୁ ଦେଖିବା ତେବେ ୪୩ ପ୍ରତିଶତ ମା’ ଏବଂ ୬୭ପ୍ରତିଶତ ବାପା ସ୍କୁଲ୍‌ ଯାଇଛନ୍ତି। ମାତ୍ର ୧୧ପ୍ରତିଶତ ପରିବାରର ସଦସ୍ୟ କମ୍ପ୍ୟୁଟର ଜ୍ଞାନ ରଖୁଛନ୍ତି। ଏପରିକି ମାତ୍ର ୪ପ୍ରତିଶତ ଅଭିଭାବକଙ୍କ ଘରେ ପଠନୀୟ ସାମଗ୍ରୀ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ଡିଷ୍ଟାନ୍ସ ଲର୍ନିଂ ପାଇଁ ଇଣ୍ଟରନେଟ ବ୍ୟବସ୍ଥା ଜରୁରୀ। ନ୍ୟାଶନାଲ ସାମ୍ପଲ ସର୍ଭେ(ଏନ୍‌ଏସ୍‌ଏସ୍‌) ଶିକ୍ଷା ରିପୋର୍ଟ ଅନୁସାରେ ୫ବର୍ଷରୁ ଊର୍ଦ୍ଧ୍ୱ ୨୦ପ୍ରତିଶତ ଭାରତୀୟ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଏହି ତଥ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଅଟେ। ବିଶେଷକରି ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ବୋଲି ଜଣାପଡ଼ିଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅନେକ ପିଲା ଠିକ୍‌ଭାବେ ପାଠ ପଢ଼ିପାରୁ ନାହାନ୍ତି କି ଶିକ୍ଷା ପାହାଚ ଠିକ୍‌ଭାବେ ଚଢ଼ିପାରୁ ନାହାନ୍ତି ବୋଲି ତଥ୍ୟ ମିଳିଛି। ଲକ୍‌ଡାଉନ ସମୟରେ ବହୁ ଲୋକ କାମଧନ୍ଦା ନ ପାଇ ଗରିବୀ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ସେମାନେ ଏବେ ପିଲାଙ୍କ ପାଠପଢ଼ା କଥା ଚିନ୍ତା ନ କରି କିପରି ରୋଜଗାର କରିବେ ସେନେଇ ଦିନ ଗଣୁଛନ୍ତି। ଅନେକ ସ୍ଥାନରେ ଛୋଟ ଛୋଟ ପିଲାମାନେ ପରିବାର ପାଇଁ ଅର୍ଥ ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁଥିପାଇଁ ବିଦ୍ୟାଳୟକୁ ମଧ୍ୟ ସେମାନେ ଠିକ୍‌ ଭାବେ ଯାଇପାରୁ ନାହାନ୍ତି। ୨୦୧୧ ଜନଗଣନା ଅନୁସାରେ ୧୫ରୁ ୧୯ବର୍ଷର ପ୍ରାୟ ୩୦ ଲକ୍ଷ ପିଲା କାମ କରିବା ସହ ସ୍କୁଲ୍‌କୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କାମ ପାଇଁ ଅଧାରୁ ପାଠ ମଧ୍ୟ ଛାଡ଼ିଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ପିଲାଙ୍କ ପରିବାରର ଆର୍ଥିକ ବୋଝ ସେମାନଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କରିଥିବା ଏନଏସ୍‌ଏସ୍‌ର ଏକ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକରେ ପହଞ୍ଚି ୨ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରେ ସେ କହିଛନ୍ତି...

ତାଲିକାରେ ଅଣସେବକଙ୍କ ନାଁ

ପୁରୀ ଅଫିସ,୧୩ା୬: କରୋନା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ...

କୋଭାକ୍ସିନ୍‌-କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ୬ ଗୁଣା ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିବାକୁ ସକ୍ଷମ…

ନୂଆଦିଲ୍ଲୀ, ୧୯।୩ : ପୃଥିବୀର ବହୁ ଦେଶରେ ପୁଣି କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଟିକାକରଣ ହୋଇଥିବା ଲୋକଙ୍କୁ କରୋନା ସଂକ୍ରମଣରୁ...

୬ ଦିନ ଶଟ୍‌ଡାଉନ୍‌ ଛତ୍ରପୁର ଏନ୍‌ଏସି

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି।...

ସିଭିଲ ସର୍ଭିସେସ ମେନ ପରୀକ୍ଷା -୨୦୨୨ର ଫଳ ପ୍ରକାଶ…

ନୂଆଦିଲ୍ଲୀ,୬।୧୨ : ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସେସ ମେନ ପରୀକ୍ଷା ୨୦୨୨ ର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଦେଇଥିବା ପ୍ରାର୍ଥୀମାନେ...

୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ମୁହାଁ

ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୫,୦୦୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ...

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି।...

୨୦୨୨ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଅମିତ ଶାହା

ଲକ୍ଷ୍ନୌ,୧।୮: ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ...

Advertisement
Archives

Model This Week