Posted inଜାତୀୟ

ସ୍କୁଲ ଖୋଲିଲା: ଉପସ୍ଥାନ କମ

ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ କମ୍‌ ଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲରେ କେବଳ ଶିକ୍ଷକ ଓ କର୍ମଚାରୀ ଆସିଥିବାବେଳେ ପିଲାଙ୍କ ଦେଖା ମିଳି ନ ଥିଲା।
ଶ୍ରୀନଗରରେ ମୋଟ ୯୦୦ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ସୋମବାର ୧୯୬ଟି ଖୋଲିଥିଲା। ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ କେତେକ ଅଞ୍ଚଳରେ ସ୍କୁଲ ଖୋଲାଯାଇଥିବା ଶ୍ରୀନଗରର ଡେପୁଟି କମିଶନର ଶାହିଦ ଇକ୍‌ବାଲ କହିଛନ୍ତି। ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ତେବେ ପିଲା ନ ଆସିବାରୁ କିଛି ସମୟ ପରେ କେତେକ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଦିନ ହେଲା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌କୁ ପଠାଇବାକୁ ନିରାପଦ ମଣୁନାହାନ୍ତି। ତେଣୁ ଶ୍ରୀନଗରର ସମସ୍ତ ଘରୋଇ ବିଦ୍ୟାଳୟ ବନ୍ଦ ରହିଥିଲା।
ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ୪ ତାରିଖରୁ ସେଠାରେ କଟକଣା ଜାରି କରାଯାଇଥିଲା। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ସତର୍କତା ପଦକ୍ଷେପ ସ୍ବରୂପ ବିଭିନ୍ନ ଦଳର ନେତାମାନଙ୍କୁ ଗୃହବନ୍ଦୀ କରାଯାଇଥିଲା। ଉପତ୍ୟକାରେ ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ଦୁଇ ସପ୍ତାହ ପରେ ରାଜ୍ୟର ସ୍ଥିତି କ୍ରମେ ସ୍ବାଭାବିକ ହେଉଥିବାବେଳେ କେତେକ ଅଞ୍ଚଳରୁ କଟକଣା ହଟାଇଦିଆଯିବା ସହ ଅନ୍ୟ କେତେକ ସ୍ଥାନରେ କୋହଳ କରାଯାଇଛି।

ଶାହଙ୍କୁ ସ୍ଥିତି ଜଣାଇଲେ ଡୋଭାଲ


ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟି ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ପାର୍ଲାମେଣ୍ଟରେ ବିଲ୍‌ ପାସ୍‌ ହେବା ପରେ ସେଠାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଡୋଭାଲ ୧୦ ଦିନ ଉପତ୍ୟକାରେ ରହିଥିଲେ। ସେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେ ସାଧାରଣ ଜନତାଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ସେଠାରୁ ଫେରିବା ପରେ ପ୍ରଥମ ଥର ପାଇଁ ଡୋଭାଲ ଶାହଙ୍କୁ ଭେଟିଛନ୍ତି। କଶ୍ମୀର ସ୍ଥିତି ସମୀକ୍ଷା ବୈଠକରେ ଶାହଙ୍କ ସହିତ ଡୋଭାଲ, ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସମୟରେ କଂଗ୍ରେସ ଦେଖାଉଛି ଲିଙ୍ଗାୟତ ପ୍ରେମ: ଭାଜପା…

ବେଙ୍ଗାଲୁରୁ,୧୯।୪ : କର୍ନାଟକରେ ଶାସକ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ଟାର୍ଗେଟ କରିଛି। ରାଜ୍ୟରେ ରାଜନୈତିକ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟରଙ୍କ ପ୍ରତି କଂଗ୍ରେସ ଅବହେଳା...

ଶେଷରେ କୃଷକଙ୍କ ଜିଦ୍ ସାମ୍ନାରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୭ ।୧୧: କୃଷି ଆଇନ୍ ବିରୋଧରେ ପଞ୍ଜାବରୁ ମାର୍ଚ୍ଚ ବାହାର କରିଥିବା କୃଷକଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ...

ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା

ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ...

ରାକେଶ ଆସ୍ଥାନା ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ, ୧୮ା୮: ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ନୂତନ ବିଏସ୍‌ଏଫ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୨୧ ଜୁଲାଇ ୩୧ ପର୍ଯ୍ୟନ୍ତ...

କରୋନା ଆତଙ୍କ: ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥି ସହ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତା ବଢ଼ାଇଛି। ଦେଶରେ ବର୍ଦ୍ଧିତ କରୋନା...

ତିହାର ଜେଲ୍‌ରେ ଖଲିସ୍ତାନୀ ସକ୍ରିୟ, ସହାୟତା ଯୋଗାଇ ଦେଉଛନ୍ତି ଗ୍ୟାଙ୍ଗଷ୍ଟର- ଜେଲ୍‌ କର୍ମଚାରୀ…

ତିହାର, ୨।୬ : ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ, ଖଲିସ୍ତାନୀ ଗୋଷ୍ଠୀର...

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ...

ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ

ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍‌ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ...

Advertisement
Archives

Model This Week