ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ୍‌

ଗୋଲାମୁଣ୍ଡା,୨୩।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ ମାରୁଛି। ଗୋଲାମୁଣ୍ଡା ବ୍ଲକ ଅଧୀନ ଚପ୍ରିଆ ଗଁାରେ ଦୀର୍ଘ ଏକ ବର୍ଷ ହେବ ଗରିବ ହିତାଧିକାରୀଙ୍କ ଘରେ ଘରେ ମିଟର ଖାଞ୍ଜା ଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ହୋଇନାହଁି । ଦୀର୍ଘ ଏକ ବର୍ଷ ହେବ ମିଟର, ବୋର୍ଡ ଓ ତାର ସବୁ ଖାଞ୍ଜ ଯାଇଛି। କିନ୍ତୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ଚପ୍ରିଆ ଗ୍ରାମର ନିରୀହ ଲୋକ ଏହି ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ଠିକାଦାରମାନେ ରାସ୍ତା କଡରେ ବିଦ୍ୟୁତ୍‌ ଖୁଣ୍ଟ ଆଣି ରଖିବା ପରେ ସ୍ଥାନୀୟ ବିଦ୍ୟୁତ୍‌ ସେବା ପାଇବା ଆଶାରେ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିବା ମଧ୍ୟ ଲୋକଙ୍କ ଆଶା ପୂରୁଣ ହୋଇନାହିଁ । ସେହିଭଳି ଗୋଲାମୁଣ୍ଡା ବ୍ଲକର ଅନେକ ଗଁାରେ ସମାନ ଅବସ୍ଥା ହୋଇଥିବା ଜଣାପଡିଛି । ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରର ମଧ୍ୟ ଦେଖା ମିଳୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଗୋଲାମୁଣ୍ଡା ବିଦ୍ୟୁତ୍‌ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିବାରୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଅଧାପନ୍ତରିଆ ନିର୍ମାଣ କରି ଛାଡି ଦେଇଛନ୍ତି । ଏଭଳି ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମରେ ହୋଇଛି, ଠିକାଦାରମାନେ ଆମ ବିଭାଗକୁ ହସ୍ତାନ୍ତର କରିନାହାନ୍ତି । ହସ୍ତାନ୍ତର କଲେ ବିଦ୍ୟୁତ୍‌ ସଂଯୋଗ କରି ଦିଆଯିବ ବୋଲି କହିଥିଲେ। ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର...

ଭୁବନେଶ୍ୱରର ଏହି ବିଧାୟକଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୧।୯(ବ୍ୟୁରୋ): ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କରୋନା। ସଂକ୍ରମିତ ହେବା ନେଇ ଚିହ୍ନଟ ହେବା ପରେ ସେ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏବେ ତାଙ୍କ...

ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ

ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ...

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାଳକ ମୃତ

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ପୁରୁଣା ବଜାର ନିକଟ ୨୦ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାକଡରେ...

ଭିଜିଲାନ୍ସ ଜାଲରେ ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ସୋର,୫।୨(ଡି.ଏନ୍‌.ଏ.): ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ସନ୍ତୋଷ କୁମାର ନାୟକ ନାମକ...

କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି।...

ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ

କଟକ ରୋଡ,୧୯।୧୨ (ଡି.ଏନ୍‌.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି...

ଗତ ୫ ବର୍ଷରେ ପଛୁଆବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ପଛୁଆ ବର୍ଗ ଅର୍ଥ ସମବାୟ ନିଗମ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ଆତ୍ମନିଯୁକ୍ତି ପାଇଁ ଏସସି, ଏସ୍‌ଟି, ସଂଖାଲଘୁ ଏବଂ ପଛୁଆବର୍ଗ ଯୁବତୀଯୁବକଙ୍କୁ ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ...

Advertisement
Archives

Model This Week