ସୋସିଆଲ ମିଡିଆ ଯୋଗୁ ଡାକଟିକେଟ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୨-୮: ଏକଦା ଭାବର ଆଦାନପ୍ରଦାନ ଏବଂ କୁଶଳତା ଜାଣିବାର ମୁଖ୍ୟ ମାଧ୍ୟମ ଥିଲା ଚିଠି। କିନ୍ତୁ ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତିର ବିକାଶ ସାଧନ ହେବା କାରଣରୁ ଚିଠି ପଠାଇବାର ଚଳନ କମିବାରେ ଲାଗିଲା। ଏବେ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆର ପ୍ରଚଳନ ପରେ ଲୋକେ ଚିଠି ପଠାଇବା ଭୁଲିବାକୁ ବସିଲେଣି। ଭାବର ଆଦାନପ୍ରଦାନ ଏବେ ସୋସିଆଲ ମିଡିଆ ଜରିଆରେ ସହଜରେ ଓ ତତ୍‌କ୍ଷଣାତ୍‌ ହୋଇପାରୁଛି। ଏଣୁ ଏବେ ଚିଠି ପଠାଇବା କମିବାରେ ଲାଗିଛି। ଅବସ୍ଥା ଏପରି ହେଲାଣି ଯେ, ଏବେ ଡାକଟିକେଟ ବିକ୍ରି ବହୁ ପରିମାଣରେ କମିଯାଇଛି। ଡାକ ବିଭାଗରୁ ଆର୍‌ଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ ଡାକ ଟିକେଟ ବିକ୍ରି ପ୍ରତିବର୍ଷ ହ୍ରାସ ପାଇଚାଲିଛି। ମଧ୍ୟପ୍ରଦେଶର ନିମଚ ନିବାସୀ ଆର୍‌ଟିଆଇ କର୍ମୀଙ୍କ ଦ୍ୱାରା ହାସଲ କରାଯାଇଥିବା ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଡାକ ବିଭାଗ ଟିକେଟ ବିକ୍ରିରୁ ଯେଉଁ ରାଜସ୍ବ ପାଇଛନ୍ତି, ତାହା ତହିଁ ପୂର୍ବବର୍ଷ ଅପେକ୍ଷା ୭୮.୬୬ ପ୍ରତିଶତ କମି ୭୮.୨୫ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଟିକେଟ ବିକ୍ରିରୁ ଡାକ ବିଭାଗ ୩୬୬.୬୯ କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲା। ତେବେ ଆର୍ଥିକ ବର୍ଷ ୨୦୧୬-୧୭ରେ ଏହା ୪୭୦.୯୦ କୋଟି ଟଙ୍କା ଥିଲା। ସାଇକୋଲୋଜିଷ୍ଟ ଡ.ସ୍ବାତୀ ପ୍ରସାଦଙ୍କ କହିବାନୁଯାୟୀ, ହାତ ଲେଖା ଚିଠିରେ ଜଣଙ୍କର ଭାବନା ଜଡିତ ରହୁଥିଲା। ତେବେ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଭାବାବେଗ ଦୃଷ୍ଟିଗୋଚର ହେଉ ନାହିଁ। କାରଣ ଦେଖାଯାଇଛି ଯେ, ସୋସିଆଲ ମିଡିଆ ୟୁଜର ତୁରନ୍ତ ପ୍ରତିକ୍ରିୟା ଦେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ନକାରାମତ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏଥିଯୋଗୁ ଲୋକଙ୍କ ମଧ୍ୟରେ ଚାପ ବଢ଼ୁଛି ଓ ଭାବାବେଗର ଶୀତଳଯୁଦ୍ଧ ଆରମ୍ଭ ହୋଇଯାଉଛି। ଏହାଦ୍ୱାରା ସମ୍ପର୍କ ପ୍ରଭାବିତ ହେଉଥିବା ଦେଖାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri