ସୋଲେମାନୀ ନିହତ ଘଟଣା: ଆମେରିକାର ୭୦ ସହରରେ ବିରୋଧ ପ୍ରଦର୍ଶନ ଜାରି

ଓ୍ବାଶିଂଟନ୍‌,୫।୧: ଇରାନ୍‌ର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୋଲେମାନୀ ଆମେରିକା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ହେବାପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଏହା ବିରୋଧରେ ଆମେରିକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ହ୍ବାଇଟ୍‌ ହାଉସ୍‌ ଆଗରେ ଲୋକମାନେ ବିରୋଧ ପ୍ରଦର୍ଶନ କରି ଇରାନ୍‌ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍‌କୁ ନିନ୍ଦା କରିଥିଲେ। ଏହାସହ ଇରାନ୍‌ ଯୁଦ୍ଧ କରା ନ ଯାଉ ବୋଲି ଲୋକମାନେ ନାରାବାଜି କରିଥିଲେ। ସୂଚନାଯୋଗ୍ୟ, ଆମେରିକାର ଏୟାର ଷ୍ଟ୍ରାଇକରେ ଇରାନ୍‌ର ଶୀର୍ଷ ସାମରିକ କମାଣ୍ଡର କସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଜାତିସଂଘ ସମେତ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦର ଗ୍ରୀନ୍‌ ଜୋନରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରିଥିଲା ଇରାନ୍‌। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକର ଅଲ-ବାଲାଦ ଏୟାରବେସ ଉପରେ ମଧ୍ୟ ଦୁଇଟି ରକେଟ ମାଡ଼ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବାଇଡେନ୍‌ ଯୁଗ

ଓ୍ବାଶିଂଟନ,୨୦ା୧: ୨୦୨୦ ନଭେମ୍ବର ୩। ଏହି ଦିନ ଆମେରିକାବାସୀ ବାଛିଥିଲେ ଦେଶର ନୂଆ ନେତା। କେବଳ ନୂଆ ନେତାଙ୍କୁ ବାଛି ନ ଥିଲେ, ବରଂ ସ୍ଥିର...

ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…

କ୍ୱିଭ୍‌,୧୭।୩ : ୟୁକ୍ରେନ୍‌ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ...

ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି...

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ...

ଆଣ୍ଡ୍ରିଆ ମେଜା ହେଲେ ମିସ ୟୁନିଭର୍ସ

ଫ୍ଲୋରିଡା,୧୭।୫: ମିସ ୟୁନିଭର୍ସ ୬୯ତମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛି। ମେକ୍ସିକୋର ଆଣ୍ଡ୍ରିଆ ମେଜା ମିସ ୟୁନିଭର୍ସ ୨୦୨୦ ଟାଇଟଲ ଜିତିଛନ୍ତି। ଦ୍ୱିତୀୟ ଏବଂ...

ଗନିଙ୍କୁ ସ୍ବାଗତ କଲା ୟୁଏଇ

କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା...

ପଡ଼ୋଶୀ ଦେଶଙ୍କୁ ଡରାଉଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୨୬।୧୦: ବିସ୍ତାରବାଦୀ ନୀତି ଆପଣେଇ ଚାଇନା ପଡ଼ୋଶୀ ଦେଶଙ୍କୁ ଡରାଇବା ସହିତ ଧମକ ଦେଉଛି। ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ଏସମ୍ପର୍କିତ ଏକ...

ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ

ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ...

Advertisement
Archives

Model This Week