Posted inଜାତୀୟ

ସୋନିଆ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧ା୮(ପି.ଟି.): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ପୁଣିଥରେ ଦଳର ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଛି। ସାରା ଦିନର କସରତ ପରେ ବିଳମ୍ବିତ ରାତିରେ ତାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଘୋଷଣା କରିଥିଲେ। ଫଳରେ ଦୀର୍ଘ ୭୭ ଦିନ ଧରି ଦଳରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ସାମୟିକ ଭାବେ ଟଳିଛି।
ଅଧ୍ୟକ୍ଷ ପଦରୁ ଇସ୍ତଫା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସବୁ ନେତାଙ୍କ ଅନୁରୋଧକୁ ରାହୁଲ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଦେବା ପରେ ରାତିରେ ପୁଣିଥରେ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫା ଗୃହୀତ ହୋଇଥିଲା। ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଦଳର ଦାୟିତ୍ୱରେ ରହିବେ। ସିଡବ୍ଲ୍ୟୁସି ରାହୁଲଙ୍କ ଇସ୍ତଫା ଗ୍ରହଣ କରିବା ସହ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛି। ରାହୁଲଙ୍କ ମାର୍ଗଦର୍ଶନକୁ କଂଗ୍ରେସ ଗ୍ରହଣ କରି ସଂଗଠନକୁ ଆଗେଇନେବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ଦଳର ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୧ଟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅହମ୍ମଦ ପଟେଲ, ଏ.କେ. ଆଣ୍ଟୋନି, ଗୁଲାମ ନବୀ ଆଜାଦ, ପି. ଚିଦାମ୍ବରମ୍‌ ପ୍ରମୁଖ ଏଆଇସିସି ମୁଖ୍ୟାଳୟରେ ଏକାଠି ହୋଇ ନେତା ଚୟନ ନେଇ ଆଲୋଚନା କରିଥିଲେ। ସାରା ଦେଶର ଦଳୀୟ ନେତାମାନଙ୍କ ସହ ପରାମର୍ଶ ପାଇଁ ସିଡବ୍ଲ୍ୟୁସି ନିଷ୍ପତ୍ତି ନେବା ପରେ ବିଭିନ୍ନ ଅଞ୍ଚଳ ପାଇଁ ୫ଟି ଗ୍ରୁପ୍‌ ଗଠନ କରାଯାଇଥିଲା। ଉକ୍ତ ଗ୍ରୁପ୍‌ଗୁଡିକୁ ଭିନ୍ନ ଭିନ୍ନ ଅଞ୍ଚଳର ରାଜ୍ୟ କଂଗ୍ରେସ ମୁଖ୍ୟ, ଏମ୍‌ପି ଓ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିଲା। ପରାମର୍ଶ ପ୍ରକ୍ରିୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପ୍ରମୁଖ ସାମିଲ ହୋଇଥିଲେ। ୫ଟି ସବ୍‌ କମିଟି ଦେଇଥିବା ରିପୋର୍ଟ ଉପରେ ରାତିରେ ଆଲୋଚନା ହୋଇଥିଲା। ଯଦି ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ତେବେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉ ଓ ସେ ନିର୍ବାଚନ ପ୍ରକ୍ରିୟାର ତଦାରଖ କରନ୍ତୁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ରାତି ୧୧ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ମେ’ ମାସରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ୨ ମାସ

ପର୍ଯ୍ୟନ୍ତ ଦଳ ତାଙ୍କ ଉପରେ ଚାପ ପକାଇଥିଲେ ହେଁ ସେ ତାହା ଗ୍ରହଣ କରି ନ ଥିଲେ। ଦଳର ପରାଜୟ ପାଇଁ ସେ ନୈତିକ ଦୃଷ୍ଟିରୁ ନିଜକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ଚାହିଁଥିଲେ। ଫଳରେ ନୂଆ ନେତୃତ୍ୱ ଚୟନ ପାଇଁ ଶନିବାର ସିଡବ୍ଲ୍ୟୁସି ବୈଠକ ବସିଥିଲା। ବୈଠକରେ ନେତୃତ୍ୱକୁ ନେଇ ଦୀର୍ଘସମୟ ଆଲୋଚନା ହୋଇଥିଲା। ସୋନିଆ ଓ ରାହୁଲ ଆଲୋଚନା ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଦିନବେଳା କୌଣସି ନିଷ୍ପତ୍ତି ହୋଇ ନ ପାରିବାରୁ ରାତିରେ ପୁଣି ଥରେ ବୈଠକ ବସିଥିଲା ଓ ସେଥିରେ ସୋନିଆ ଓ ରାହୁଲ ଯୋଗଦେଇଥିଲେ।
ସୋନିଆ ୧୯୯୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୧୯୯୮ରୁ ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୪ ଓ ୨୦୦୯ ଲୋକ ସଭା ନିର୍ବାଚନ ଜିତି ସହଯୋଗୀ ଦଳଗୁଡିକର ସମର୍ଥନରେ ସରକାର ଗଢ଼ିଥିଲା। ସ୍ବାସ୍ଥ୍ୟଗତ କାରଣରୁ ୨୦୧୭ରେ ସୋନିଆ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ରାହୁଲଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତ-ଜର୍ମାନୀ ସହମତ: ମୋଦି…

ନୂଆଦିଲ୍ଲୀ,୨୫।୨ : ଜର୍ମାନ ଚାନନ୍ସଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଉଭୟ...

ପ୍ରତିଶୋଧର ରାଜନୀତି କରୁଛି କେନ୍ଦ୍ର: ମମତା

କୋଲକାତା, ୨୯।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଇବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର...

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର...

କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ...

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପଦ୍ମ ପୁରସ୍କାର ମଧ୍ୟରୁ ୬ ପଦ୍ମ ବିଭୂଷଣ,...

ଭାଜପା-ଶିବସେନା: ଅଲ୍‌ ଇଜ୍‌ ନଟ୍‌ ଓ୍ବେଲ

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ଏମାନେ ଏକାଠି ମିଶି ବିଧାନସଭା ନିର୍ବାଚନ ଲଢିବେ। ହେଲେ...

୬୪% ଭାରତୀୟଙ୍କୁ ଦୈନିକ ୩ରୁ ଅଧିକ ସ୍ପାମ୍‌ କଲ୍‌

ନୂଆଦିଲ୍ଲୀ,୧୮।୫: ଭାରତୀୟମାନେ ସର୍ବାଧିକ ବିରକ୍ତିକର ଫୋନ୍‌ କଲ୍‌ ପାଉଛନ୍ତି। କେହି ଫୋନ୍‌ ଯୋଗେ ସୁବିଧାରେ ଋଣ ନେବା କିମ୍ବା ସମ୍ପତ୍ତି ବିକ୍ରି କରିବା ପାଇଁ ଉଦ୍ୟମ...

ଗାଈଙ୍କ ଉପରେ ହେବ ଅନ୍‌ଲାଇନ୍‌ ପରୀକ୍ଷା, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୭।୧: କେନ୍ଦ୍ରୀୟ ପଶୁପାଳନ ବିଭାଗ ଗାଈଙ୍କୁ ନେଇ ଦେଶବ୍ୟାପୀ ପରୀକ୍ଷା କରିବାକୁ ଯାଉଛି। ବାସ୍ତବରେ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ ‘ରାଷ୍ଟ୍ରୀୟ କାମଧେନୁ’ ନାମକ...

Advertisement
Archives

Model This Week