Posted inଜାତୀୟ

ସୋନିଆ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧ା୮(ପି.ଟି.): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ପୁଣିଥରେ ଦଳର ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଛି। ସାରା ଦିନର କସରତ ପରେ ବିଳମ୍ବିତ ରାତିରେ ତାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଘୋଷଣା କରିଥିଲେ। ଫଳରେ ଦୀର୍ଘ ୭୭ ଦିନ ଧରି ଦଳରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ସାମୟିକ ଭାବେ ଟଳିଛି।
ଅଧ୍ୟକ୍ଷ ପଦରୁ ଇସ୍ତଫା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସବୁ ନେତାଙ୍କ ଅନୁରୋଧକୁ ରାହୁଲ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଦେବା ପରେ ରାତିରେ ପୁଣିଥରେ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫା ଗୃହୀତ ହୋଇଥିଲା। ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଦଳର ଦାୟିତ୍ୱରେ ରହିବେ। ସିଡବ୍ଲ୍ୟୁସି ରାହୁଲଙ୍କ ଇସ୍ତଫା ଗ୍ରହଣ କରିବା ସହ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛି। ରାହୁଲଙ୍କ ମାର୍ଗଦର୍ଶନକୁ କଂଗ୍ରେସ ଗ୍ରହଣ କରି ସଂଗଠନକୁ ଆଗେଇନେବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ଦଳର ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୧ଟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅହମ୍ମଦ ପଟେଲ, ଏ.କେ. ଆଣ୍ଟୋନି, ଗୁଲାମ ନବୀ ଆଜାଦ, ପି. ଚିଦାମ୍ବରମ୍‌ ପ୍ରମୁଖ ଏଆଇସିସି ମୁଖ୍ୟାଳୟରେ ଏକାଠି ହୋଇ ନେତା ଚୟନ ନେଇ ଆଲୋଚନା କରିଥିଲେ। ସାରା ଦେଶର ଦଳୀୟ ନେତାମାନଙ୍କ ସହ ପରାମର୍ଶ ପାଇଁ ସିଡବ୍ଲ୍ୟୁସି ନିଷ୍ପତ୍ତି ନେବା ପରେ ବିଭିନ୍ନ ଅଞ୍ଚଳ ପାଇଁ ୫ଟି ଗ୍ରୁପ୍‌ ଗଠନ କରାଯାଇଥିଲା। ଉକ୍ତ ଗ୍ରୁପ୍‌ଗୁଡିକୁ ଭିନ୍ନ ଭିନ୍ନ ଅଞ୍ଚଳର ରାଜ୍ୟ କଂଗ୍ରେସ ମୁଖ୍ୟ, ଏମ୍‌ପି ଓ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିଲା। ପରାମର୍ଶ ପ୍ରକ୍ରିୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପ୍ରମୁଖ ସାମିଲ ହୋଇଥିଲେ। ୫ଟି ସବ୍‌ କମିଟି ଦେଇଥିବା ରିପୋର୍ଟ ଉପରେ ରାତିରେ ଆଲୋଚନା ହୋଇଥିଲା। ଯଦି ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ତେବେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉ ଓ ସେ ନିର୍ବାଚନ ପ୍ରକ୍ରିୟାର ତଦାରଖ କରନ୍ତୁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ରାତି ୧୧ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ମେ’ ମାସରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ୨ ମାସ

ପର୍ଯ୍ୟନ୍ତ ଦଳ ତାଙ୍କ ଉପରେ ଚାପ ପକାଇଥିଲେ ହେଁ ସେ ତାହା ଗ୍ରହଣ କରି ନ ଥିଲେ। ଦଳର ପରାଜୟ ପାଇଁ ସେ ନୈତିକ ଦୃଷ୍ଟିରୁ ନିଜକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ଚାହିଁଥିଲେ। ଫଳରେ ନୂଆ ନେତୃତ୍ୱ ଚୟନ ପାଇଁ ଶନିବାର ସିଡବ୍ଲ୍ୟୁସି ବୈଠକ ବସିଥିଲା। ବୈଠକରେ ନେତୃତ୍ୱକୁ ନେଇ ଦୀର୍ଘସମୟ ଆଲୋଚନା ହୋଇଥିଲା। ସୋନିଆ ଓ ରାହୁଲ ଆଲୋଚନା ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଦିନବେଳା କୌଣସି ନିଷ୍ପତ୍ତି ହୋଇ ନ ପାରିବାରୁ ରାତିରେ ପୁଣି ଥରେ ବୈଠକ ବସିଥିଲା ଓ ସେଥିରେ ସୋନିଆ ଓ ରାହୁଲ ଯୋଗଦେଇଥିଲେ।
ସୋନିଆ ୧୯୯୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୧୯୯୮ରୁ ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୪ ଓ ୨୦୦୯ ଲୋକ ସଭା ନିର୍ବାଚନ ଜିତି ସହଯୋଗୀ ଦଳଗୁଡିକର ସମର୍ଥନରେ ସରକାର ଗଢ଼ିଥିଲା। ସ୍ବାସ୍ଥ୍ୟଗତ କାରଣରୁ ୨୦୧୭ରେ ସୋନିଆ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ରାହୁଲଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?