Posted inଖେଳ

ସେହ୍ବାଗଙ୍କ କେଶଠାରୁ ମୋ ପାଖରେ ଅଧିକ ଟଙ୍କା ଅଛି

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସୀମା ଟପିଛି। ସୋଏବ ବ୍ୟବସାୟ ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ବୋଲି ସେହ୍ବାଗ କହିବାର ଗୋଟିଏ ଦିନ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଉଲପିଣ୍ଡି ଏକ୍ସପ୍ରେସ୍‌। ସେହ୍ବାଗଙ୍କ କେଶଠାରୁ ଅଧିକ ଟଙ୍କା ମୋ ପାଖରେ ଅଛି ବୋଲି ସେ କହିଛନ୍ତି। ସେହ୍ବାଗଙ୍କୁ ବୁଝିବା ଦରକାର ଯେ, ମୁଁ ୪ଟି ଖବର ଲେଖି ପ୍ରସିଦ୍ଧି ଅର୍ଜନ କରିନାହିଁ। ୧୫ ବର୍ଷ ଧରି କ୍ରିକେଟ ଖେଳି ଇଜ୍ଜତ କମାଇଛି। ମୁଁ ଖୁସି ଯେ, ଆଜିକାଲି ମୋ କଥା ପ୍ରାଥମିକତା ଦିଆଯାଉଛି। ଯିଏ ମୋ କଥା ନ ବୁଝି ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛି ବୋଲି କହୁଛନ୍ତି ତେବେ କ’ଣ ଭାରତ ବିଶ୍ୱର ନମ୍ବର ୧ ଟିମ୍‌ ନୁହେଁ, ବିରାଟ କୋହଲି ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ନୁହଁନ୍ତି। ସେମାନଙ୍କୁ ପ୍ରଶଂସା କରିବା କ’ଣ ମୋର ଭୁଲ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେହ୍ବାଗ କହିଥିଲେ, ସୋଏବ ଭାରତର ଭଲ ବନ୍ଧୁ ହୋଇଯାଇଛନ୍ତି। କାରଣ ଭାରତରୁ ଭଲ ବ୍ୟବସାୟ ଚାହୁଁଛନ୍ତି ସେଥିପାଇଁ ସେ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି। ନିଜ ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ଅପେକ୍ଷା ଭାରତୀୟ ଦଳକୁ ଅଧିକ ସମର୍ଥନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା...

ଏସ୍‌ଆର ଅନ୍‌ଲାଇନ୍‌ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ୨୫ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି।...

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ...

ଅଶ୍ୱିନଙ୍କୁ ଭଜିଙ୍କ ଶୁଭେଚ୍ଛା

କାନପୁର,୨୯।୧୧: ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ...

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର

ଲିଡ୍ସ,୬।୭(ପିଟି)- ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଏଠାରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ପରେ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ଶନିବାର...

ଆଇସିସି ବିଶ୍ୱକପ: ପ୍ରତିଶୋଧ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ବର୍ମିଂହାମ, ୧୯।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଗତଥରର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ପରସ୍ପରକୁ...

ଲଗାତର ୨ ଉଇକେଟ୍‌ ନେଲେ ଚହଲ; ଖୁସିରେ ତାଳି ମାରିଲେ ଭାବି ସ୍ତ୍ରୀ ଧନଶ୍ରୀ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍‌ ସହ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ...

୭ ବର୍ଷ ଝିଅର ଶଟ୍‌ ଦେଖି ଏମିତି କହିଲେ ଏହି କ୍ରିକେଟର

ଆଗାମୀ ଆଇପିଏଲ୍‌ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍‌ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଏହି ସମୟ ମଧ୍ୟରେ...

Advertisement
Archives

Model This Week