ସେନ୍‌ସେକ୍ସ ୧୦ବର୍ଷରେ ସର୍ବବୃହତ ବୃଦ୍ଧି

ମୁମ୍ବାଇ,୨୧-୯: ଅର୍ଥନୀତି ଅଭିବୃଦ୍ଧି ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପକ୍ଷରୁ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ସମେତ ନିବେଶ ବୃଦ୍ଧି ଲାଗି କେତେକ ଘୋଷଣା କରାଯାଇଛି। ଏହାକୁ ଷ୍ଟକ୍‌ ମାର୍କେଟ ସକାରାମତ୍କ ଭାବେ ଗ୍ରହଣ କରିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ଗୋଟିଏ ଦିନରେ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇଛି, ଯାହା କି ୧୦ ବର୍ଷରେ ସର୍ବବୃହତ ବୃଦ୍ଧି କୁହାଯାଉଛି। ଶୁକ୍ରବାର କାରବାର ଶେଷ ବେଳକୁ ସେନ୍‌ସେକ୍ସ ୩୮,୦୧୪.୬୨ରେ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଫଳରେ ନିବେଶକ ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ମାଲାମାଲ୍‌ ହୋଇଛନ୍ତି। ସୀତାରାମନ୍‌ଙ୍କ ଘୋଷଣା ଦ୍ୱାରା ଦେଶରେ ନିବେଶ ବଢ଼ିବ ଓ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri