ସେନା କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ

ଦିଗପହଣ୍ଡି,୯ା୨(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକଆଁ ଛକ ନିକଟସ୍ଥ ସାରଥି ନରସିଂହ କଲୋନୀର ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରବୀନ୍ଦ୍ରଙ୍କ ଏତଲା କ୍ରମେ ପୋଲିସ ନଂ. ୩୦/୨୦ରେ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଶନିବାର ରାତ୍ରି ଭୋଜନ ସାରି ରବୀନ୍ଦ୍ର ପରିବାର ସହ ଶୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିଲେ ମଧ୍ୟ ସେମାନେ ଜାଣି ପାରି ନ ଥିଲେ। ରବିବାର ଭୋର ପ୍ରାୟ ସାଢ଼େ ୪ଟାରେ ରବୀନ୍ଦ୍ର ପରିସ୍ରା ପାଇଁ ଉଠିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। ଲଗାଣ ବର୍ଷା ଯୋଗୁ କଲୋନୀ ନିଛାଟିଆ ଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଛ ପଟ ଗ୍ରିଲ ଓ ଝରକା ଭାଙ୍ଗି ଘରେ ପଶି ଟ୍ରଙ୍କ୍‌ରେ ଥିବା ସୁନା ମୁଦି ଓ ମୂଲ୍ୟବାନ ଶାଢ଼ି, ନଗଦ ୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଓ ପ୍ୟାଣ୍ଟ ପକେଟରୁ ପର୍ସ ନେଇ ଯାଇଛନ୍ତି। ଏଥିସହ ଘରର ଅନ୍ୟ ଆସବାବପତ୍ର ନେଇ ବାରିପଟେ ଫୋପାଡି ଦେଇଥିଲେ। ଖବର ପାଇ ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ସମ୍ପର୍କରେ ସୁରାକ ମିଳି ପାରିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରେ ବିକ୍ରି ହେଉଥିଲା ଚୋରାଗାଡ଼ି

ଯାଜପୁର ଟାଉନ,୮।୧୧(ଡି.ଏନ.ଏ.): ଯାଜପୁର ସହରସ୍ଥ ଶିତଳେଶ୍ୱର ଅଞ୍ଚଳର ରାଧା କବାଡ଼ିଆ ଦୋକାନରେ ଚୋରା ଗାଡ଼ି କଟାଯାଇ ରାଜ୍ୟ ବାହାରେ ବିକ୍ରି କରାଯାଉଥିଲା। ଏକଥା ଜଣାପଡ଼ିବା ପରେ...

ଜବାବ ଦାଖଲ ଲାଗି ଭଦ୍ରକ, ଯାଜପୁର ଜିଲା ପ୍ରଶାସନର କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ,୧୦ା୭(ଡି.ଏନ.ଏ.): ବୈତରଣୀ ନଦୀଶଯ୍ୟାରେ ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଆଗତ ମାମଲାରେ ନୋଟିସ୍‌ର ଜବାବ ଦାଖଲ ପାଇଁ ଶୁକ୍ରବାର ଭଦ୍ରକ ଓ...

ଋଷିକୁଲ୍ୟାରେ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ପୁରୁଷୋତ୍ତମପୁର,୩୧।୩(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ବୁଧବାର ମହାବାରୁଣୀ ସ୍ନାନ ଲାଗି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।...

ଅଲୋଡ଼ା କନ୍ୟା ସନ୍ତାନ: ମେଡିକାଲ ବେଡ୍‌ରେ ଛାଡ଼ି ପଳାଇଲେ ମା’

କଟକ ଅଫିସ, ୨୬।୧୦: ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନମନ୍ୟତା ବଢିବାରେ ଲାଗିଛି, ଯାହାର ଏକ ଉଦାହରଣ ଏସ୍‌ସିବି ମେଡିକାଲରେ ଦେଖିବାକୁ ମିଳିଛି। ଗତ...

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ପାଠ୍ୟ ପୁସ୍ତକ ସହ ଅନ୍ୟ ବହି ପଢ଼ିବାକୁ ପରାର୍ମଶ

ନୟାଗଡ଼ ଅଫିସ,୧୫।୧-ନୟାଗଡ଼ ସ୍ବୟଂଶାସିତ ଓ ଯୁକ୍ତ ୨ କନିଷ୍ଠ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ ଅଟୋ ପେଷ୍ଟ-୨୦୨୦ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ...

ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ...

ଦଳୀୟ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୨୫ା୧: ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ କାହାର ଫୋନ ସୁଇଚ ଅଫ ତ ଆଉ...

ବେଆଇନ୍‌ ମାଟି ଉଠାଣ: ୪ ଟ୍ରାକ୍ଟର, ୧ ଜେସିବିଠାରୁ ୩୦ ହଜାର ଜରିମାନା ଆଦାୟ

ଜମନକିରା, ୩।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ତହସିଲ ଅଧୀନ ଗୁଣ୍ଡୁରୁଚୁଆ ଗାଁ ନିକଟରୁ ସୋମବାର ବେଆଇନ ଭାବେ ମାଟି ଉଠାଣ କରୁଥିବା ବେଳେ ରାଜସ୍ବ ବିଭାଗ...

Advertisement
Archives

Model This Week