ସେଣ୍ଟ୍ରାଲ ବ୍ୟାଙ୍କରେ ସତର୍କତା ସଚେତନତା

ଭୁବନେଶ୍ୱର,୧୮-୪: ସଚେତନତା ଅଭାବ ଓ ଚାରିତ୍ରିକ ବିଷମତା ଯୋଗୁ ମଣିଷ ଭ୍ରଷ୍ଟାଚାରରେ ଲିପ୍ତ ହୋଇଥାଏ। ଏହା ଦ୍ୱାରା ସାମାଜିକ ପ୍ରଣାଳୀ ଏବଂ ଆର୍ଥତ୍କ ବ୍ୟବସ୍ଥା ଦୁର୍ବଳ ହୋଇପଡେ। ଭ୍ରଷ୍ଟାଚାର ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଏହାକୁ ରୋକିବା ଲାଗି କଠୋର ଆଇନ ପ୍ରଣୟନ ସହ ଜନ ସମାଜର ମିଳିତ ଉଦ୍ୟମ ଜରୁରୀ ବୋଲି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସତର୍କତା ଅଧିକାରୀ(ସିଭିଓ) ପର୍ଶୁରାମ ପଣ୍ଡା କହିଛନ୍ତି। ନୟାପଲ୍ଲୀସ୍ଥିତ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ପ୍ରିଭେଣ୍ଟିଭ ଆଓ୍ବାରନେସ ଭିଜିଲାନ୍ସ ମିଟ୍‌’ରେ ଅଧିକାରୀଙ୍କୁ ସମ୍ବୋଧିତ କରି ପଣ୍ଡା କହିଛନ୍ତି ଯେ, ଭ୍ରଷ୍ଟାଚାର ବିରୋଧୀ ଲଢେଇରେ ସତର୍କତା ବିଭାଗ ଏବଂ ସିଭିଲ ସୋସାଇଟି ମିଳିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ସୂଚନା ଅଧିକାର, ଲୋକପାଳ, ଲୋକାୟୁକ୍ତ, ହ୍ବିସିଲ ବ୍ଲୋୟର ପ୍ରୋଟେକ୍ସନ ଆଇନ , ଆଇବିସି  ଏବଂ  ପଳାତକ ଆର୍ଥତ୍କ ଅପରାଧୀ ଭଳି ଆଇନ ଦ୍ୱାରା ଭ୍ରଷ୍ଟାଚାର ବିରୋଧରେ ଲଢିବା ଲାଗି ବ୍ୟବସ୍ଥାକୁ ସୁଦୃଢ କରାଯାଇଥିବା  ପଣ୍ଡା ସୂଚନା ଦେଇଛନ୍ତି।  ଭ୍ରଷ୍ଟାଚାରରେ ଲିପ୍ତ ନ ହେବାକୁ ଆଞ୍ଚଳିକ ପ୍ରବନ୍ଧକ ସୋହେଲ ଅହମ୍ମଦ  କର୍ମଚାରୀଙ୍କୁ ଏଥିରେ ଆହ୍ବାନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶ ପ୍ରସ୍ତାବରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା): କ୍ରମାଗତ ଭାବେ ଓଡ଼ିଶାରେ ନିବେଶ ପ୍ରସ୍ତାବ ବୃଦ୍ଧି ପାଉଥିବାବେଳେ ନିବେଶକମାନେ ମଧ୍ୟ ରାଜ୍ୟରେ ବ୍ୟାପକ ପରିମାଣର ପୁଞ୍ଜି ନିବେଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ...

ସୁମିତ ବିଓବିର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୫।୬: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍‌ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଉଦୀୟମାନ ତଥା...

ଜୁଲାଇ ୨୭ରେ ଆଇସିସିର ମେଗା ନିଯୁକ୍ତି ମେଳା

ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମେଗା ନିଯୁକ୍ତି ମେଳା’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ୨୦୨୪...

ଅଖିଲ ଗୁପ୍ତା ଭାରତୀ ଆକ୍ସାର ନ୍ୟୁ ଚେୟାରମ୍ୟାନ

ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ...

ଗହମ ଷ୍ଟକ୍‌ ପାଇଁ ସୀମା ନିର୍ଦ୍ଧାରିତ

ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା): ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ ମହଜୁଦ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟୀ,...

‘କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକୀକରଣ’

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକରଣ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ...

ବିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୬: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ (ବିଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡ୍‌’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା ଏକ...

ଆୟୁଷ୍ମାନ ଏନ୍‌ଏସ୍‌ଏମ୍‌ର ନୂଆ ଚେହେରା

ଭୁବନେଶ୍ୱର,୨୪ା୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଅଗ୍ରଣୀ ରିଟେଲ ୟୁନିଟ୍‌ ନେକ୍ସସ୍‌ ସିଲେକ୍ଟ ମଲ୍‌ ବା ଏନ୍‌ଏସ୍‌ଏମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri