Posted inଜାତୀୟ

ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ବିରଳ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବେଳେ ଏହାର ଏକ ଫଟୋ ଶେୟାର କରିଛନ୍ତି। ଏହା ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇ ନ ଥିବା ବେଳେ ସୂର୍ଯ୍ୟର ବାହାର ଭାଗ ଏଥିରେ ଦୃଶ୍ୟମାନ ହୋଇଛି। ମୋଦି ସୂର୍ଯ୍ୟୋପରାଗ ଦେଖୁଥିବାର ଫଟୋ ଶେୟାର କରିବା ପରେ ଏହାକୁ ଦେଖି ୟୁଜରମାନେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। କେହି କହି ଲେଖିଛନ୍ତି ଏବେ ଆପଣଙ୍କ ମିମିକ୍ରି କରାଯିବ। ଏହାର ଉତ୍ତରରେ ମୋଦି ସ୍ବାଗତ ଜଣାଇଛନ୍ତି। ଏହାପରେ ମୋଦି ଲେଖିଛନ୍ତି ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବାକୁ ଉତ୍ସାହିତ ଥିଲି। ହେଲେ ବାଦଲ ଢାଙ୍କି ଦେବାରୁ ଏହା ମୁଁ ଭଲଭାବେ ଦେଖିପାରିଲି ନାହିଁ। କୋଝିକୋଡରେ ସୂର୍ଯ୍ୟୋପରାଗର ସାମାନ୍ୟ ଝଲକ ମିଳିବା ସହ ବିଶେଷଜ୍ଞଙ୍କ ସହ ଏହା ଉପରେ କଥା ହୋଇ କିଛି ଜ୍ଞାନ ଆହରଣ କଲି ବୋଲି ମୋଦି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ...

ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ...

ସିବିଆଇ ସହ ସମନ୍ବୟ ରକ୍ଷା ପାଇଁ ନିଯୁକ୍ତ ହୋଇଥିବା ଡିସିପି କରୋନା ପଜିଟିଭ

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ହାତରେ। ଏହି ମାମଲାରେ ସିବିଆଇ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚଳାଇଛି।...

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…

ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...

ଆଇସୋଲେଶନରେ ସଲମାନ, ଡ୍ରାଇଭର ଦୁଇ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା...

ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଛି। ଏହି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ଲାନେଟୋରିୟମରେ ଏହି...

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...

ଖାଦ୍ୟମନ୍ତ୍ରୀଙ୍କୁ ମହମ ବୋଳା ସେଓ ବିକି ହରଡ଼ଘଣାରେ ଫଳ ଷ୍ଟଲ୍‌ ମାଲିକ

ନୂଆଦିଲ୍ଲୀ,୧୮।୯: ସମ୍ପ୍ରତି ଫଳରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ପ୍ରଲେପ ଦିଆଯାଇ ବିକ୍ରି କରାଯାଉଛି। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।...

Advertisement


Archives

Model This Week