ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହେବାପରେ ଏହି ଚର୍ଚ୍ଚା ଆହୁରି ବଢିଛି। ତାଙ୍କ ସବୁଠୁ ବିଶ୍ୱସ୍ତ ବନ୍ଧୁ ଅନନ୍ୟା ପାଣ୍ଡେ ସୁହାନାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ସୁହାନା ଜଣେ ସିଙ୍ଗ୍‌ର। ତାହା ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟା। ସ୍କୁଲରେ ମଧ୍ୟ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ। ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଫିଲ୍ମରେ ସୁହାନାଙ୍କ ଅଭିନୟ ବେଶ ଦମଦାର ହୋଇଛି। ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି। ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା। ଲଣ୍ଡନରେ ପଢା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇର୍‌ଫାନ୍‌ଙ୍କ ଇମୋଶନାଲ୍‌ ପୋଷ୍ଟ

ମୁମ୍ବାଇ: ଅନେକ ଦିନ ହେଲାଣି ବଲିଉଡ୍‌ ଭର୍ସାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ପ୍ରଥମ ଲୁକ୍‌ ରିଲିଜ୍‌...

କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ...

କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ...

କରନଙ୍କ ଷ୍ଟାର କିଡ୍ସ !

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ...

ଲଭ୍‌ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍‌-ମନସ୍ମିତା’

ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି...

‘ଗୁଡ୍‌ ନ୍ୟୁଜ’କୁ ନେଇ ଟ୍ରୋଲ୍‌ ହେଲେ ଅକ୍ଷୟ

ମୁମ୍ବାଇ: ବଳିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ...

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ...

କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *