Posted inଜାତୀୟ

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୭ା୮(ପି.ଟି.)- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା ୧୫ ମିନିଟରେ ଏମ୍ସର ଏମର୍ଜେନ୍ସସି ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିବାବେଳେ ସୁଷମା ଆଖି ବୁଜିଦେଇଥିଲେ।
ଏହା ପୂର୍ବରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନେଇ ସୁଷମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ। ଏହି ଦିନକୁ ଦେଖିବା ପାଇଁ ସେ ଅପେକ୍ଷା କରିଥିଲେ ବୋଲି ସୁଷମା ଟୁଇଟ୍‌ କରିଥିଲେ। ୨୦୧୬ରେ ସୁଷମାଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ପାର୍ଲାମେଣ୍ଟକୁ ସେ ୭ ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ଓକିଲ ସୁଷମା ମାତ୍ର ୨୫ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ (ହରିୟାଣା) ହେବାର କୀର୍ତ୍ତି ଅର୍ଜନ କରିଥିଲେ। ଦିଲ୍ଲୀର ୫ମ ମୁଖ୍ୟମନ୍ତ୍ରୀଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ ହେଁ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ୨୦୧୯ ଲୋକ ସଭା ନିର୍ବାଚନ ନ ଲଢ଼ିବା ପାଇଁ ନିଜଆଡ଼ୁ ନିଷ୍ପତ୍ତି ନେଇଥିଲେ। ୧୯୫୩ ଫେବୃୟାରୀ ୧୪ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁଷମାଙ୍କ ବାପା ହରଦେବ ଶର୍ମା ଆର୍‌ଏସ୍‌ଏସ୍‌ର ଜଣେ ପ୍ରମୁଖ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଘୁବରଙ୍କୁ ହଟାଇବା ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ରାଞ୍ଚତ୍,୨ା୧୧: ଝାଡ଼ଖଣ୍ଡ ବିଧାନସଭା ଭୋଟ ପାଇଁ ଶୁକ୍ରବାର ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଏହି ଆଦିବାସୀ ଅଧ୍ୟୁଷିତ ରାଜ୍ୟର...

ମୋଦି କଲେ ଏମିତି କାମ: ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା ସୁଅ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବପ୍ନର...

୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା

ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି...

ସୀମା ବିବାଦର ଲମ୍ବା ତାଲିକାରେ ଚାଇନା

ନୂଆଦିଲ୍ଲୀ, ୨୧ା୬: ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ ଅଛପା ନାହିଁ। ବିଭିନ୍ନ ଚୁକ୍ତିକୁ ପାଦତଳେ ଚାପି ଷଡ଼ଯନ୍ତ୍ର ସହି ନିଜର ଆଭିମୁଖ୍ୟକୁ ପୂରଣକରିବା ଲାଗି...

ଅଧ୍ୟକ୍ଷ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ରାହୁଲ ଚିନ୍ତା କରିବା ଆବଶ୍ୟକ: ବିରପ୍ପା ମୋଇଲୀ

ବେଙ୍ଗାଲୁର୍‌,୮।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ବିରପ୍ପା ମୋଇଲୀ। ରାହୁଲ ପଦ ଛାଡିବା ପୂର୍ବରୁ ବିକଳ୍ପ ସମ୍ପର୍କରେ ଚିନ୍ତା କରିବା...

ଥାନାରେ ପ୍ରଥମ ରାତି କାଟିଲେ ବର-କନ୍ୟା

ଅହମ୍ମଦାବାଦ, ୨୫।୫: ରାଜସ୍ଥାନର ଭରତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କ ଝଗଡା ଯୋଗୁ ବର-କନ୍ୟାଙ୍କୁ ଥାନାରେ ପ୍ରଥମ ରାତି...

ବ୍ରିଟିଶ ସମୟର ଆଇନ ପରିବର୍ତ୍ତନ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି, ନିର୍ଯାତିତ ହେବେ ସାଧାରଣ ଲୋକେ: ସିବଲ…

ନୂଆଦିଲ୍ଲୀ,୧୨।୮ : ୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି...

ଫାସିବାଦୀ ଶକ୍ତିକୁ ସହାୟତା କରୁଛନ୍ତି ମମତା

ନୂଆଦିଲ୍ଲୀ, ୩।୧୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ସୁବିଧାବାଦୀ ରାଜନେତ୍ରୀ ବୋଲି କହିଛନ୍ତି। ଦେଶର ସର୍ବପୁରାତନ ଦଳ ବିରୋଧରେ ଲଢ଼ି ସେ ଫାସିଦାଦୀ ଶକ୍ତିକୁ ସହାୟତା...

Advertisement
Archives

Model This Week