Posted inଜାତୀୟ

ସୁଷମା ସ୍ବରାଜଙ୍କୁ ମନେପକାଇଲେ ସ୍ବାମୀ: କହିଲେ ବିଦେଶରେ ନୁହେଁ, ନିଜ ଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ, ୫।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଚଳିତବର୍ଷ ଅଗଷ୍ଟରେ ନିଧନ ହୋଇଯାଇଥିଲା। ତାଙ୍କ ବିୟୋଗର ୩ମାସ ପରେ ସ୍ବାମୀ ସ୍ବରାଜ କୌଶଳ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ସେ ଟୁଇଟରେ କହିଛନ୍ତି, ଏମ୍ସ ଡାକ୍ତର ସୁଷମାଙ୍କ କିଡନୀ ପ୍ରତିରୋପଣ ସର୍ଜରୀ ଭାରତରେ କରିବାକୁ ଚାହୁଁ ନ ଥିଲେ, ସେମାନେ ବିଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ। ଏପରିକି ସର୍ଜତୀ ତାରିଖ ମଧ୍ୟ ନିର୍ଘଣ୍ଟ ହୋଇଯାଇଥିଲା। କିନ୍ତୁ ଏଥିପାଇଁ ଆଦୌ ପ୍ରସ୍ତୁତ ନ ଥିଲେ ସୁଷମା। ସେ ଦେଶର ଗୌରବକୁ ଦୃଷ୍ଟିରେ ରଖି ବାହାରେ ସର୍ଜରୀ କରିବାକୁ ଚାହଁୁ ନ ଥିଲେ। ତାଙ୍କ ଚିନ୍ତାଧାରା ଅନୁଯାୟୀ ଯଦି ଆମେ ବିଦେଶ ଯିବା ତେବେ ସାଧାରଣ ଲୋକଙ୍କର ଆମ ଡାକ୍ତର ଏବଂ ହସ୍ପିଟାଲ ଉପରେ ବିଶ୍ୱାସ ହଟିଯିବ। ଏଥିପାଇଁ ସେ ଡାକ୍ତର ମୁକୁଟ ମିଞ୍ଜଙ୍କୁ ସର୍ଜରୀ ଯନ୍ତ୍ରପାତି ଧରିବାକୁ କହିଥିଲେ। କ୍ରିଷ୍ଣା ଆପଣ ମୋ ସର୍ଜରୀ କରିବେ ବୋଲି କହିଥିଲେ। ୨୦୧୬ରେ ସୁଷମାଙ୍କ ସର୍ଜରୀ ଏମ୍ସରେ ହୋଇଥିଲା। ପରଦିନ ଚେୟାର ଉପରେ ବସି ସେ ହସିବାକୁ ଲାଗିଥିଲେ ବୋଲି କୌଶଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଲୱାନ ଘାଟିରେ ଶହୀଦ କର୍ନେଲଙ୍କ ପତ୍ନୀ ହେଲେ ଉପଜିଲାପାଳ

ହାଇଦ୍ରାବାଦ,୨୨।୭: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କ ପତ୍ନୀ ହେଲେ ଉପଜିଲାପାଳ। ଦେଶ ପାଇଁ...

ଭାଜପାରେ ସାମିଲ ହେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୯।୧୨-ଭାଜପାରେ ସାମିଲ ହେଲେ ଟିଏମସିର ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଶନିବାର ପଶ୍ଚିମବଙ୍ଗ ମେଦିନାପୁରରେ ଭାଜପା ପକ୍ଷରୁ ଆୟୋଜିତ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା...

ଛାତ ଉପରେ ୪୦ ପ୍ରକାର ଆମ୍ବ କିସମ ଚାଷ କରି କୃଷି ବିଭାଗର ଦୃଷ୍ଟି ଆକର୍ଷଣ କଲେ ଜୋସେଫ୍‌

କୋଚି,୧୯।୫: ନିଜ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଏବେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କୋଚି ବାସିନ୍ଦା ଜୋସେଫ୍‌। ୨ଶହ...

ନମାଜ ପଢୁଥିବାବେଳେ ଚଢିଗଲା କାର୍‌

ନୂଆଦିଲ୍ଲୀ, ୫।୬: ବୁଧବାର ସାରା ଦେଶରେ ଇଦ୍‌-ଉଲ୍‌-ଫିତର ଧୂମଧାମରେ ପାଳନ କରାଯାଉଥିଲାବେଳେ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖୁରେଜିରେ ମୁସଲମାନ ସମ୍ପ୍ରଦାୟର ଲୋକେ...

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୋପାଳ,୧୧ ।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ...

ଶର୍ଟସ୍‌ ପିନ୍ଧିଲେ ଇମାମ୍‌ବାଡ଼ାରେ ପ୍ରବେଶ ପାଇଁ ମିଳିବନି ଅନୁମତି

ଲକ୍ଷ୍ନୌ,୩୦।୬: ଏଣିକି ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିଲେ ହିଁ ପର୍ଯ୍ୟଟକଙ୍କୁ ଲକ୍ଷ୍ନୌର ଇମାମ୍‌ବାଡ଼ାରେ ପ୍ରବେଶ ଅନୁମତି ମିଳିବ। କେତେକ ପର୍ଯ୍ୟଟକ ଶର୍ଟସ୍‌ ପିନ୍ଧି ଇମାମ୍‌ବାଡ଼ା ଦେଖିବାକୁ...

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା...

Play 250+ Trending Games
Archives

Model This Week

Why Dharitri