ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ

ଔପଦା, ୪।୫(ଡି.ଏନ୍‌.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍‌ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ ୪ ଓ ଗଣ୍ଡିବେଡ଼ରେ ୨ଜଣ ଓହ୍ଲାଇଥିବା ବେଳେ ବାକି ୧୧୧ଜଣ ଅପରାହ୍ନ ୨ଟା ବେଳେ ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ଇନ୍ଦିରାଗାନ୍ଧୀ ଗୋଲେଇରେ ପହଞ୍ଚିଛନ୍ତି। ସେଥିମଧ୍ୟରୁ ମୟୂରଭଞ୍ଜ ଜିଲାର ୫, କେନ୍ଦୁଝର ଜିଲାର ୫ ଓ ଖଇରା ବ୍ଲକର ୯ଜଣ ଅଛନ୍ତି। ଔପଦା ବ୍ଲକ ଅଞ୍ଚଳରେ କେବଳ ୯୨ଜଣ ପ୍ରବାସୀ ଆସିଛନ୍ତି। ଏମାନଙ୍କୁ ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା ହେଉଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କୁ ନିଜ ନିଜ ଜିଲାକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଥିବା ଔପଦା ବିଡ଼ିଓ ସନ୍ତୋଷ କୁମାର ପତି, ଔପଦା ଥାନାଧିକାରିଣୀ ସୁଜାତା ଖମାରି ଓ ତହସିଲଦାର ପିତାମ୍ବର ଭୋଇ ସୂଚନା ଦେଇଛନ୍ତି। ସେହିପରି ସୋମବାର ପୂର୍ବାହ୍ନରେ ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତ ବରଖୋଳି ଗ୍ରାମର ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରତାପ ପରିଡ଼ା କୋଲକାତାରୁ ଚାଲି ଚାଲି ଆସି ଔପଦାରେ ପହଞ୍ଚିଛନ୍ତି। ତାଙ୍କୁୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ନିୟନ୍ତ୍ରଣରେ, ଆଗକୁ କ’ଣ ହେବ କହିବା କଷ୍ଟକର; ରୁହନ୍ତୁ ସତର୍କ-ସଚେତନ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ...

ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର।...

ଇ-ଅଫିସ୍‌ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ

ଜଗତ୍‌ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍‌ ସହାୟକ ହୋଇପାରିଛି ବୋଲି...

ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍‌ଓର ମଞ୍ଜୁରୀ

ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ...

ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ

କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ...

କାଳବୈଶାଖୀର ତାଣ୍ଡବ: ଘର ଭାଙ୍ଗିଲା, ଧାନ, ପନିପରିବା ଫସଲ ନଷ୍ଟ

ତଳଗାଁ,୨୮ା୪(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ କାଳ ବୈଶାଖୀ ଯୋଗୁ ବହୁ ଘର ଛପର ଉଡିଯାଇଛି ା ଏଥିସହିତ ବ୍ୟାପକ ଫସଲ ସବୁ ନଷ୍ଟ...

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ,ଦୈନିକ ସଂକ୍ରମଣ ୯ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର...

Advertisement
Archives

Model This Week