ସୁମନଙ୍କୁ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ଅନ୍ୟତମ ଲୋକପ୍ରିୟ ବ୍ୟୁଟି ପାଜେଣ୍ଟ ‘ଏଆର୍‌ ମିସେସ୍‌ ଇଣ୍ଡିଆ’ର ୨୦୧୯ ସଂସ୍କରଣ ପାଇଁ ନିକଟରେ ଦେଶର ବିଭିନ୍ନ ସହରରେ ଅଡିଶନ୍‌ ଶେଷ ହୋଇଛି। ଏହାସହ ବିଭିନ୍ନ ରାଜ୍ୟ ପାଇଁ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାର ସୁମନ ମିଶ୍ର ଚଳିତବର୍ଷ ପାଇଁ ଏଆର୍‌ ମିସେସ୍‌ ଇଣ୍ଡିଆ ୨୦୧୯ର ଷ୍ଟେଟ୍‌ ଓ୍ବିନର୍‌ ଭାବେ ଘୋଷିତ ହୋଇଥିବାବେଳେ ତାଙ୍କୁ ମିଳିଛି ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ। ରାଜଧାନୀ ବାସିନ୍ଦା ଦିବାକର ମିଶ୍ରଙ୍କ ନାତୁଣୀ ସୁମନ ରାଜ୍ୟସ୍ତରରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ମୋଟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬୦ ପ୍ରତିଯୋଗୀଙ୍କୁ ଫିନାଲେ ଟିକେଟ୍‌ ମିଳିଛି। ଏହି ୬୦ ପ୍ରତିଯୋଗୀଙ୍କୁ ନେଇ ମୁମ୍ବାଇରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ସୁମନ ଶ୍ରେଷ୍ଠ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ରହିବାରେ ସଫଳ ହୋଇଛନ୍ତି। ସୁମନଙ୍କ ବ୍ୟତୀତ ଓଡ଼ିଶାର ଆଉ ଜଣେ ପ୍ରତିଯୋଗୀ ସୁଚରିତା ଲେଙ୍କା ‘ଏଆର୍‌ ମିସେସ୍‌ ର଼୍ୟାମ୍ପ୍‌ଓ୍ବାକ୍‌’ ଟାଇଟଲ୍‌ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି ଭୁବନେଶ୍ୱର ସିଟି ଅଡିଶନ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ନୀତୁ ଅଗ୍ରଓ୍ବାଲ୍‌ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଭୁବନେଶ୍ୱର’ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ମୁମ୍ବାଇର ଏଆର୍‌ ଏଣ୍ଟରଟେନ୍‌ମେଣ୍ଟ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଦେଶର ୨୨ ସହରରେ ଅଡିଶନ୍‌ ଅନୁଷ୍ଠିତ ହୋଇଥିଲା। ଖୁବଶୀଘ୍ର ଏହାର ଗ୍ରାଣ୍ଡ୍‌ ଫିନାଲେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଶନରେଟ ପୋଲିସର ନିର୍ଦ୍ଦେଶାବଳୀ: ଜାଣନ୍ତୁ ଆଇଡି କାର୍ଡ ଦେଖାଇ କେଉଁମାନେ ଶଟ୍‌ଡାଉନ୍‌ରେ ଯାଇପାରିବେ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶଟ୍‌ଡାଉନ୍‌କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଶୁକ୍ରବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ...

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଫେସବୁକ୍‌ ଲାଇଭ୍‌ କରି ନିଦବଟିକା ଖାଇଲେ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଦ ବଟିକା ଖାଇ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସୂଚନା...

ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…

ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ...

୪ ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ...

ନୟାପଲ୍ଲୀ ବୋମାମାଡ଼ ଘଟଣା: ୨ ଭାଇ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ସୁନାମି କ୍ଲବରେ ଗଣ୍ଡଗୋଳକୁ ନେଇ ଗଉଡ଼ପଡିଆ ନିକଟରେ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ରବିବାର ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରିଛି। ସେମାନେ...

ଆସନ୍ତା ୮ରେ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।...

ଜବରଦସ୍ତ ଚାନ୍ଦା ଆଦାୟ:ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩ ଗିରଫ

କଟକ ଅଫିସ, ୪ା୯:ଆରମ୍ଭ ହୋଇଛି ପାର୍ବଣ ଋତୁ। ତେଣୁ ସବୁଠି ଖୁସିର ମାହୋଲ। ତେବେ ଏହି ସୁଯୋଗରେ ପୂଜା ନାମରେ କେତେକ ଅସାଧୁ ଯୁବକ ବଳପୂର୍ବକ...

ଶୀତ ବଢ଼ିଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ। ଅନେକ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ମୃତ୍ୟୁ ସଂଖ୍ୟା...

Play 250+ Trending Games
Archives

Model This Week

Why Dharitri