ସୁଫିଆନା ପନିର ଟିକା

ପୁରୀ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ରୁଚିକୁ ଦେଖି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିଲେ ମଧ୍ୟ ସୁସ୍ବାଦୁ ଷ୍ଟାର୍ଟର ଡିଶ୍‌ ମଧ୍ୟ ମିଳିଥାଏ। ଏହିପରି ଏକ ହୋଟେଲ ହେଉଛି ପୁରୀ ସିଟି ରୋଡ୍‌ରେ ଥିବା ମହାବୀର ସେରାଟନ୍‌। ଏଠାରେ ସୁଫିଆନା ପନିର ଟିକାର ବେଶ୍‌ ଚାହିଦା ରହିଛି। ପ୍ଲେଟ୍‌ ଦାମ୍‌ ୧୪୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ଦୀପ୍ତିରଞ୍ଜନ ନାୟକ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌ : ୨୦୦ ଗ୍ରାମ୍‌
ପାନମଧୁରି: ୧ ଚାମଚ
ଗୁଜୁରାତି: ୨ ପିସ୍‌
ରସୁଣ: ୪ ପାଖୁଡା
ଅଦା: ୫ ଗ୍ରାମ୍‌
ଲଙ୍କା: ୨ଟା
ଅମୁଲ କ୍ରିମ୍‌: ୨ ଚାମଚ
ବେସନ: ୧ ଚାମଚ
ବଟର: ୧ ଚାମଚ
ତେଲ: ୨୦ ଗ୍ରାମ୍‌
କେଶର: ୬ ପିସ୍‌
ମରିଚ ପାଉଡର: ୨ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଚାଟ୍‌ ମସଲା: ୫ ଗ୍ରାମ୍‌
ଲେମ୍ବୁ ରସ: ୧ ଚାମଚ
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଅଦା, ରସୁଣ ଓ ଲଙ୍କା ଭଲ ଭାବେ ପେଷ୍ଟ କରନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ବଟର ପକାଇ ସେଥିରେ ବେସନ ଭାଜି ତାକୁ ଅଲଗା ପାତ୍ରରେ କାଢି ରଖନ୍ତୁ। ଭଜା ଯାଇଥିବା ବେସନରେ ପୂର୍ବରୁ ପ୍ରସ୍ତୁତ ପେଷ୍ଟ, ଅମୁଲ କ୍ରିମ୍‌, ତେଲ, ମରିଚ ପାଉଡ଼ର, ଚାଟ୍‌ ମସଲା, ହଳଦୀ ପାଉଡର, କେଶର, ଲେମ୍ବୁରସ, ଗୁଜୁରାତି, ପାନମଧୁରୀ ଗୁଣ୍ଡ, ପନିର ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଅଧଘଣ୍ଟା ଛାଡି ତାକୁ ତନ୍ଦୁର ଭାଟିରେ ରୋଷ୍ଟ କରିଦିଅନ୍ତୁ। ଏହାପରେ ପ୍ଲେଟ୍‌ରେ ସଜାଇ ସେଥିରେ ପୁଦିନା ଚଟଣୀ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି...

ପ୍ରେମ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଥିଲେ…

ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ। ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା। ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ...

ଘରେ କରନ୍ତୁ ଫେସିଆଲ

ବେସନ ପ୍ୟାକ୍‌ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍‌ ହଳଦୀ ଗୁଣ୍ଡ, ୧ ଚାମଚ ମହୁ ଓ ୨ ବଡ଼...

ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ...

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ...

ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ

ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ...

ହସ୍ପିଟାଲ ବ୍ୟବସାୟ କଷ୍ଟକର: ଡା. ପ୍ରକାଶ ଚନ୍ଦ୍ର ଦଳେଇ

ବାପା ଥିଲେ ପ୍ରାଣୀ ଚିକିତ୍ସକ, ମା’ ଗୃହିଣୀ। ଚାହୁଁଥିଲେ ପୁଅ ଡାକ୍ତର ହେଉ। ମାତାପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଲକ୍ଷ୍ୟ ସ୍ଥିର କଲେ ଏବଂ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

Advertisement
Archives

Model This Week