ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭୫ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର। ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁକିଛି ଆଇନ ଅନୁସାରେ କରାଯାଉ। ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ବେଳେ ପୁରୀ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣକରି ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୩ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ମହିଳା ଗିରଫ, ସ୍ବାମୀ ଫେରାର

କଟକ ଅଫିସ/ଆଠଗଡ,୨୫।୭(ସ୍ବ.ପ୍ର.) କଟକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।...

ଦୁଇରୁ ତିନି ଦିନ ମଧ୍ୟରେ କମିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଦୀର୍ଘ ଚାରି ମାସ ଧରି ପିଆଜ ଦର ଆକାଶଛୁଆଁ। ମହାରାଷ୍ଟ୍ର ଓ ଇଜିପ୍ଟରୁ ପିଆଜ ଆସିବା ସତ୍ତ୍ୱେ ବଜାରରେ ଏହାର ଖୁଚୁରା ଦର କମୁନାହିଁ।...

ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ...

୬ ଜିଲାକୁ ଛାଡ଼ି ସବୁଠି ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲାରେ ପ୍ରବେଶ କରିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର...

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି...

ରଥଯାତ୍ରା ପ୍ରସଙ୍ଗ: ବସିଲା ରୁଦ୍ଧଦ୍ୱାର ବୈଠକ, ଘୋଷଣାକୁ ଅପେକ୍ଷା

ପୁରୀ ଅଫିସ,୧୩ା୬: ରଥଯାତ୍ରାକୁ ଆଉ ମାତ୍ର ରହିଲା ୧୦ଦିନ। ହେଲେ କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ...

‘ଡିସ୍‌ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍‌ ପରୀକ୍ଷା’

ଯାଜପୁର ଅଫିସ୍‌/ରସୁଲପୁର, ୨।୬ (ଡି.ଏନ୍‌.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ...

Coronavirus Update


Archives

Model This Week

Why Dharitri