Posted inଜାତୀୟ

ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ନାଗରିକତ୍ୱ ଆଇନର ଭାଗ୍ୟ: ଚ୍ୟାଲେଞ୍ଜ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): କାମ ଦେଲାନି ବିରୋଧୀଙ୍କ ବିରୋଧ। ଲୋକ ସଭା ପରେ ରାଜ୍ୟ ସଭାରେ ଗୃହୀତ ହୋଇଛି ନାଗରିକତ୍ୱ ସଂଶୋଧନ ବିଲ୍‌। ଏହା ଆଇନରେ ପରିଣତ ହେବା ପାଇଁ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା। ତେବେ ଏହି ବିବାଦୀୟ ବିଲ୍‌ ସାମ୍ନାରୁ ପ୍ରତିବନ୍ଧକ ଦୂର ହୋଇନାହିଁ। କାରଣ କଂଗ୍ରେସ ଖୁବ୍‌ ଶୀଘ୍ର ଏହାର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯାଉଛି।
ଘଣ୍ଟାର ବିତର୍କ ପରେ ରାଜ୍ୟ ସଭାରେ ଗୃହୀତ ହୋଇଛି ବହୁଚର୍ଚ୍ଚିତ ନାଗରିକତ୍ୱ ସଂଶୋଧନ ବିଲ। ଏହି ବିଧେୟକ ସପକ୍ଷରେ ଭାଜପା ସମେତ ସଂଯୁକ୍ତ ଜନତା ଦଳ (ଜେଡିୟୁ), ଶିରୋମଣି ଅକାଳୀ ଦଳ, ଏଆଇଏଡିଏମ୍‌କେ, ଏଲ୍‌ଜେପି ସଦସ୍ୟ ଭୋଟ ଦେଇଛନ୍ତି। ସେହିପରି ଅଣଏନ୍‌ଡିଏ ଦଳ ଭାବେ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ଓ୍ବାଇଏସ୍‌ଆର୍‌ସିପି ଏବଂ ବିଜେଡିର ମଧ୍ୟ ସମର୍ଥନ ପାଇଛନ୍ତି ମୋଦି ସରକାର। ଅନ୍ୟପକ୍ଷରେ କଂଗ୍ରେସ, ଏନ୍‌ସିପି, ଟିଏମ୍‌ସି, ଡିଏମ୍‌କେ ଏହାକୁ ବିରୋଧ କରିଛନ୍ତି। ଶିବସେନାର ୩ ସଦସ୍ୟଙ୍କ କକ୍ଷତ୍ୟାଗ ଓ ଅନ୍ୟ ୭ ସଦସ୍ୟ ମତଦାନରୁ ବିରତ ରହିବା ପରେ ବିଲ୍‌କୁ ଗୃହୀତ କରାଇବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଅସୁବିଧା ହୋଇ ନ ଥିଲା। ପ୍ରସ୍ତାବିତ ଆଇନାନୁସାରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ପାକିସ୍ତାନ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଭାରତରେ ଶରଣାର୍ଥୀ ଭାବେ ପରିଗଣିତ ହେବେ ନାହିଁ। ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ। ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି, ନାଗରିକତ୍ୱ ସଂଶୋଧନ ବିଲ୍‌ ସାମ୍ବିଧାନିକତା ଦୃଷ୍ଟିରୁ ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏହାକୁ ନିକଟ ଭବିଷ୍ୟତରେ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ସେହିପରି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ମଧ୍ୟ ଅନୁରୂପ ସଙ୍କେତ ଦେଇଛନ୍ତି। ଏହାକୁ ରଦ୍ଦ କରାଇବା ପାଇଁ କଂଗ୍ରେସ ସମସ୍ତ ବିକଳ୍ପ ସନ୍ଧାନ କରିବ ବୋଲି ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଏହି ବିଲ୍‌ ସମ୍ବିଧାନର ମୌଳିକ ଧାରଣା ଉପରେ ଏକ ଖୋଲା ଆକ୍ରମଣ ବୋଲି ଅଭିହିତ କରିଥିଲେ। ଏହାସହ ଏହି ଆଇନର ଭାଗ୍ୟ ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ବାରୀ ବିଲ୍‌କୁ ଅସାମ୍ବିଧାନିକ ଭାବେ ଅଭିହିତ କରିବା ସହ ତାଙ୍କ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ ଅନୁସାରେ ଧର୍ମ ଆଧାରରେ କୌଣସି ନାଗରିକଙ୍କ ପ୍ରତି ଭେଦଭାବ କରାଯାଇପାରିବ ନାହିଁ। ତେଣୁ ଏହି ବିଲ୍‌ ସମାନତା ଅଧିକାରର ଉଲ୍ଲଂଘନ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ନାଗରିକତ୍ୱ ସଂଶୋଧନ ବିଲ୍‌ କ’ଣ
ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ରହିଥିବା ଅଣମୁସଲମାନ ଶରଣାର୍ଥୀ ଅର୍ଥାତ୍‌ ହିନ୍ଦୁ, ଶିଖ୍‌, ପାର୍ସୀ, ବୌଦ୍ଧ ଓ ଖ୍ରୀଷ୍ଟିୟାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)ର ଉଦ୍ଦେଶ୍ୟ। ପୂର୍ବରୁ ନାଗରିକତ୍ୱ ପାଇବା ଲାଗି ଭାରତରେ ଅନୂ୍ୟନ ୧୧ ବର୍ଷ ରହିବା ଆବଶ୍ୟକ ହେଉଥିବାବେଳେ ନୂଆ ବିଲ୍‌ରେ ଏହି ସମୟସୀମାକୁ ୫ ବର୍ଷକୁ ହ୍ରାସ କରାଯାଇଛି।
କେଉଁମାନେ ଯୋଗ୍ୟ
ଧର୍ମ ଆଧାରରେ ଦେଶ ଛାଡ଼ିବାକୁ ବାଧ୍ୟହୋଇ ଭାରତର ଶରଣ ନେଇଥିବା ଅଣମୁସଲମାନଙ୍କ କ୍ଷେତ୍ରରେ ଏହି ବିଲ୍‌ ଲାଗୁ ହେବ। ସେମାନେ ୨୦୧୪ ଡିସେମ୍ବର ୩୧ କିମ୍ବା ଏହା ପୂର୍ବରୁ ଭାରତ ଆସିଥିବେ। ବର୍ତ୍ତମାନର ଆଇନ ଅନୁସାରେ ଯେଉଁମାନେ ଭାରତରେ ଜନ୍ମ ହୋଇଥିବେ କିମ୍ବା ଅନୂ୍ୟନ ୧୧ ବର୍ଷ ଏଠାରେ ରହିଥିବେ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଉଛି।
ସରକାରଙ୍କ ଯୁକ୍ତି

କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ମୁସଲମାନ ବହୁଳ ପଡୋଶୀ ଦେଶରେ ସଂଖ୍ୟାଲଘୁମାନେ ନିର୍ଯାତିତ ହେଉଛନ୍ତି। ତେବେ ଏହା ତର୍କସଙ୍ଗତ ନୁହେଁ, କାରଣ ଏହା ସମସ୍ତ ଧର୍ମୀୟ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେଉନାହିଁ, କିମ୍ବା ସବୁ ପଡୋଶୀଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ। ଅହମଦିଆ ମୁସଲମାନ ଏବଂ ଶିହାମାନେ ପାକିସ୍ତାନରେ ପକ୍ଷପାତିତାର ସମ୍ମୁଖୀନ ହେଉଛନ୍ତି। ସେହିପରି ବର୍ମାରେ ରୋହିଙ୍ଗ୍ୟା ଏବଂ ଶ୍ରୀଲଙ୍କାରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ ତାମିଲମାନେ ନିର୍ଯାତିତ ହେଉଛନ୍ତି। ସରକାରଙ୍କ କହିବା ହେଲା ମୁସଲମାନମାନେ ଇସଲାମୀୟ ରାଷ୍ଟ୍ରର ଶରଣ ନେଇପାରିବେ।
ଏହା ବିଭାଜନ ଭଳି କି?

କଂଗ୍ରେସ ଧର୍ମ ଆଧାରରେ ଦେଶ ବିଭାଜନ ପାଇଁ ରାଜି ହୋଇ ନ ଥିଲେ, ଏହି ବିଲ୍‌ ଆଣିବା ଆବଶ୍ୟକ ନ ଥିଲା ବୋଲି ଅମିତ୍‌ ଶାହା କହିଛନ୍ତି। ତେବେ ଧର୍ମ ଆଧାରରେ ଭାରତ ନୁହେଁ, ପାକିସ୍ତାନ ସୃଷ୍ଟି ହୋଇଥିଲା। କେବଳ ମୁସଲିମ୍‌ ଲିଗ୍‌ ଓ ହିନ୍ଦୁ ଅଧିକାର ସଂଗଠନ ହିନ୍ଦୁ ଓ ମୁସଲମାନ ରାଷ୍ଟ୍ର ସୂତ୍ର କଥା କହିଥାନ୍ତି। ତେବେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର କରିବା ପାଇଁ ସମ୍ବିଧାନ ପ୍ରଣେତାମାନେ ପ୍ରତିବଦ୍ଧ ଥିଲେ, ଯେଉଁଠି ସବୁ ଧର୍ମର ଲୋକଙ୍କୁ ପୂର୍ଣ୍ଣ ସଦସ୍ୟତା ମିଳିବ। ସରକାରଙ୍କ ଯୁକ୍ତି ଆଫଗାନିସ୍ତାନ ପାଇଁ ପ୍ରଯୁଜ୍ୟ ନୁହେଁ, କାରଣ ଭାରତ ବିଭାଜନ ପୂର୍ବରୁ ଏହା ତା’ର ଅଂଶବିଶେଷ ନ ଥିଲା।

ବିଲ୍‌ରେ ବ୍ୟତିକ୍ରମ

ସିଏବି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଆସୁଥିବା ସ୍ବୟଂକ୍ରିୟ ଆଦିବାସୀ ବହୁଳ ଅଞ୍ଚଳ ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ ପାଇଁ ଲାଗୁ ହେବ ନାହିଁ। ସେହିପରି ଇନର-ଲାଇନ ପରମିଟ୍‌ ଅଞ୍ଚଳ (ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମ)ରେ ମଧ୍ୟ ଏହା ଲାଗୁ ହେବନି।

ଏନ୍‌ଆର୍‌ସି ସହ ସମାନ ନୁହେଁ ସିଏବି

ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସହ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ସମାନ ନୁହେଁ। କାରଣ ଏନ୍‌ଆର୍‌ସି ଆସାମରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଟାର୍ଗେଟ କରି ଅଣାଯାଇଛି। ଏନ୍‌ଆର୍‌ସିରେ ରହିବାକୁ ହେଲେ ଜଣେ ବ୍ୟକ୍ତି କିମ୍ବା ପୂର୍ବଜ ୧୯୭୧ ମାର୍ଚ୍ଚ ୨୪ କିମ୍ବା ଏହା ପୂର୍ବରୁ ଆସାମରେ ରହିଥିବା ଆବଶ୍ୟକ। ଏନ୍‌ଆର୍‌ସିକୁ ଦେଶର ଅନ୍ୟ ଭାଗକୁ ସମ୍ପ୍ରସାରଣ କରାଯାଇପାରିବ। କିନ୍ତୁ ସିଏବି ସେଭଳି ନୁହେଁ।

ବିରୋଧ କାହିଁକି

ସିଏବିରେ ଅଣମୁସଲମାନଙ୍କୁ ନାଗରିକତ୍ୱ ମିଳିବା ବ୍ୟବସ୍ଥା ଥିବାରୁ ଭାରତ ଅନ୍ୟ ସବୁ ଧର୍ମର ଲୋକଙ୍କୁ ଶରଣାର୍ଥୀ ଭାବେ ସ୍ବାଗତ କରୁଥିବା ସ୍ପଷ୍ଟ ହୋଇଯାଇଛି। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି। ଅନୁଚ୍ଛେଦ ୧୪ରେ ସମସ୍ତଙ୍କୁ ସମାନତା ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଇଛି। ସମ୍ବିଧାନର ଏହି ମୂଳ ଢାଞ୍ଚାକୁ ପାର୍ଲାମେଣ୍ଟ ବଦଳାଇପାରିବ ନାହିଁ। ହେଲେ ସରକାର ପକ୍ଷପାତ କରୁ ନ ଥିବା କିମ୍ବା ସମାନତା ଅଧିକାରର ଉଲ୍ଲଂଘନ କରୁ ନ ଥିବା କଥା କହୁଛନ୍ତି, ଯାହାକୁ ନେଇ ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?