ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ହାଇକୋର୍ଟ ଶେଷ ନିଷ୍ପତ୍ତି ଶୁଣାଇବାରେ ବିଫଳ ହେଲେ ଟିକଟକ୍‌ ଆପ୍‌ ଉପରେ ଲାଗିଥିବା ବ୍ୟାନ ଆପଣାଛାଏଁ ହଟିଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସୂଚନାଥାଉ କି, ଏଥିପୂର୍ବରୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଜାରି ବ୍ୟାନ୍‌ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ସର୍ବୋଚ୍ଚ ଅଦାଲତରେ ଶୁଣାଣି ବେଳେ  ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ ଡାନ୍ସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ କମ୍ପାନୀ ଯୁକ୍ତି ନ ଶୁଣି ଏକତରଫା ଭାବେ ଉକ୍ତ ଆପ୍‌କୁ ବ୍ୟାନ କରିଦେଇଥିଲେ। ଏହି ଆପ୍‌ ଦ୍ୱାରା ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରାଯାଉଛି ବୋଲି ହାଇକୋର୍ଟ ଖଣ୍ଡପୀଠ ଯୁକ୍ତି ଦର୍ଶାଇଥିଲେ। ଦେଶର ସହରଠାରୁ ଆରମ୍ଭ କରି ସୁଦୂର ଗ୍ରାମାଞ୍ଚଳରେ ଲୋକପ୍ରିୟ ହୋଇଥିବା ଟିକଟକ୍‌ ଜରିଆରେ ୧୫ ସେକେଣ୍ଡର ଭିଡ଼ିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ସେୟାର ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ବୃଦ୍ଧି ପାଇବ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୨୧।୮: ଚଳିତ ବର୍ଷ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷଠାରୁ ରେକର୍ଡ ପରିମାଣରେ ବୃଦ୍ଧି ପାଇବ ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

୩୫ ହଜାର କୋଟି କ୍ଷତି ସହିପାରେ ରେଲଓ୍ବେ

ନୂଆଦିଲ୍ଲୀ,୨୯।୭: ଚଳିତ ବର୍ଷ ରେଲଓ୍ବେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିପାରେ। କରୋନା କାରଣରୁ ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏଭଳି...

‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍‌ୱର୍କରେ ସ୍ବତନ୍ତ୍ର...

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ...

ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ...

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

ସାହୁଜୀ ଜୁଏଲର୍ସର ଧନତେରସ ଅଫର

ଭୁବନେଶ୍ୱର,୨୪।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ନିର୍ମାତା ତଥା ବିକ୍ରେତା ସାହୁଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନତେରସ ଅବସରରେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement
Archives

Model This Week