ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଅନଗ୍ରସର ଏବଂ ଗରିବ ମେଧାବୀ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇ ଆଇଆଇଟି ଏବଂ ସଫଳତା ପ୍ରଦାନରେ ଆନନ୍ଦ କୁମାର ଗ୍ରହଣ କରିଥିବା ଯୋଜନା ସମ୍ପର୍କିତ କାହାଣୀକୁ ଚଚଚ୍ଚିତ୍ରରେ ଦେଖିବାକୁ ମିଳିବ। ମୁମ୍ବାଇର ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆନନ୍ଦ କୁମାର ଏବଂ ସିନେମାର ସବୁ କଳାକାର ଉପସ୍ଥିତ ଥିଲେ। ଏହି ଅବସରରେ ଅଜୟ ବାହାଦୁର ସିଂ କହିଛନ୍ତି ଆନନ୍ଦ କୁମାର ତାଙ୍କର ବାଲ୍ୟବନ୍ଧୁ । ଆନନ୍ଦଙ୍କ ପ୍ରେରଣାରେ ଶିକ୍ଷାକୁ ବୃତ୍ତି ଭାବେ ଗ୍ରହଣ କରି ଆନନ୍ଦିତ ବୋଲି ସିଂ କହିଛନ୍ତି।
ସିଂ ବର୍ତ୍ତମାନ ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ଗରିବ ବର୍ଗର ପିଲାମାନଙ୍କୁ ମାଗଣାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶିକ୍ଷଣ ଏବଂ ରହିବାର ସୁବିଧା କରିଛନ୍ତି। ଜିନ୍ଦେଗୀ ଫାଉଣ୍ଡେଶନ ଭୁବନେଶ୍ୱରରେ ସୁପର ୩୦ ଉପରେ ପର୍ଯ୍ୟବସିତ ଫିଲ୍ମ ପ୍ରଦର୍ଶନକରି ସ୍କୁଲରେ ପଢୁଥିବା ଆର୍ଥତ୍କ ଅନଗ୍ରସର ବର୍ଗର ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବେ। ଏହି ଫିଲ୍ମ ଦ୍ୱାରା ଛାତ୍ରୀଛାତ୍ରଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଆନନ୍ଦ କୁମାର ଏବଂ ହ୍ରିତିକ ରୋଶନ ଆଶାବ୍ୟକ୍ତ କରିଛନ୍ତି। ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ଉପକୃତ କ୍ରୀଷ୍ଣା ମହାନ୍ତି କୁହନ୍ତି, ବାପା ଚାଲିଗଲା ପରେ ମା ଭୁବନେଶ୍ୱର ଇସ୍କନ ମନ୍ଦିରରେ ମା ଫୁଲ ଏବଂ କେକ ବିକି ଗୁଜୁରାଣ ଚଳାଉଥିଲେ। ଜିନ୍ଦେଗୀ ଫାଉଣ୍ଡେଶନ ଦ୍ୱାରା ମେଡିକାଲ ପ୍ରବେଶିକାରେ ସଫଳ ହେବା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri