Posted inଜାତୀୟ

ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ନୂଆଦିଲ୍ଲୀରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାରେ ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଉପସଭାପତି ଭାବେ ଦକ୍ଷିଣ ଆଫ୍ରିକାର ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଗ୍ଲେନ ୟୁମା ମାସନିମିଙ୍କୁ ଓ ନୂତନ ମହାସଚିବ ଭାବେ ଦକ୍ଷିଣ କୋରିଆର ଜୋଙ୍ଗୟୁନ୍‌ ଚୋଙ୍କୁ ନିର୍ବାଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ...

ନିପା ଭାଇରସ୍‌ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଜଣେ କଲେଜ୍‌ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା...

ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମିଳିବ ମାଗଣା ଓ୍ବାଇଫାଇ

ବେଙ୍ଗାଲୁରୁ,୨୦।୧୧: କର୍ନାଟକ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥିଲାଗି ସରକାରଙ୍କୁ...

ଅକ୍ଟୋବରରେ ୩୦% କମିଛି ସଂକ୍ରମଣ

ନୂଆଦିଲ୍ଲୀ,୨ା୧୧(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସକାଳ ସୁଦ୍ଧା ୮୧.୮୪ ଲକ୍ଷରେ ପହଞ୍ଚତ୍ଛି। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ନୂଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା...

ଭୁଟାନ ସହ ଚାଇନାର ନୂଆ ସୀମା ବିବାଦ

ନୂଆଦିଲ୍ଲୀ,୧।୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି।...

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

‘ଅଯୋଧ୍ୟାରେ ରାମମନ୍ଦିର ଚାହାନ୍ତି ମୁସଲମାନ’

ଲକ୍ଷ୍ନୌ,୧୩ା୭(ପି.ଟି.): କଠୋରପନ୍ଥୀଙ୍କୁ ବାଦ୍‌ଦେଇ ଅନ୍ୟ ମୁସଲମାନମାନେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାହାନ୍ତି ବୋଲି ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରାମବିଳାସ ବେଦାନ୍ତୀ ମତ ଦେଇଛନ୍ତି।...

Advertisement
Archives

Model This Week