ସୁଧୁରୁନି ସହର ପରିମଳ ବ୍ୟବସ୍ଥା:ରାସ୍ତା ପାଲଟିଲାଣି ଡମ୍ପିଂୟାର୍ଡ

ଅନୁଗୋଳ ଅଫିସ, ୭।୯- ସହର ସଫା କରିବାକୁ ଅନୁଗୋଳ ପୌରପାଳିକା ଯେପରି ଯୋଜନା ହୀନ ହୋଇପଡିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌର କର୍ତ୍ତୃପକ୍ଷଙ୍କ କୌଣସି ନୀତି କାମ କରୁନାହିଁ। ଜାଗା ମିଳୁ ନ ଥିବାରୁ ପୌର କର୍ମଚାରୀମାନେ ସର୍ବସାଧାରଣ ସ୍ଥାନରେ ସହରର ଅଳିଆ ଗଦା କରୁଥିବାରୁ ରାସ୍ତାଘାଟ ଡମ୍ପିଂୟାର୍ଡ ପାଲଟିଗଲାଣି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ସହର ଚିତ୍ର ସଜାଡିବାକୁ ପୌର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି।
ସହର ସାରା ଏଣେତେଣେ ପଡିଛି ଅଳିଆ। ଦୁର୍ଗନ୍ଧରେ ନାକ ଫାଟୁଛି। ଜାଗା ନ ଥିବାରୁ ପୌରପାଳିକାର ସଫେଇ କର୍ମଚାରୀ ଅଳିଆ ଆଣି ରାସ୍ତାରେ ଗଦା କରି ଦେଉଛନ୍ତି। ଏଥିଯୋଗୁ ଅନୁଗୋଳ ବଜାର ଛକରୁ-ହରିମହୁରୀ ଛକକୁ ଯିବା ରାସ୍ତା ସାରା ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇଛି। ସେହିପରି ଅନୁଗୋଳ ବସ୍‌ଷ୍ଟାଣ୍ଡ ଗୋଲେଇ ଛକ ମାର୍କେଟ କଥା ନ କହିଲେ ଭଲ। ବିଭିନ୍ନ ସ୍ଥାନର ଆବର୍ଜନାକୁ ଏହି ଛକରେ ଗଦା କରାଯାଇଛି। ବର୍ଷା ହେଲେ ଅବସ୍ଥା ସଙ୍ଗୀନ ହୋଇପଡୁଛି। ପୌରପାଳିକା ପକ୍ଷରୁ ନିକିତି ଧରି ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଏହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ଓ୍ବାର୍ଡରୁ ସଂଗ୍ରହ କରାଯାଉଥିବା ଅଳିଆ ଗୋଳେଇ ଘାଣ୍ଟି ଓ୍ବାର୍ଡମୁଣ୍ଡରେ ଗଦା କରାଯାଉଛି। ଅନ୍ୟପକ୍ଷରେ ପୌରପାଳିକାରୁ ହଟାଯାଇଥିବା ୨୨ ଜଣ ଠିକା କର୍ମଚାରୀଙ୍କ ମଧ୍ୟରେ ଟ୍ରଲି ଓ ଟ୍ରାକ୍ଟର ଚାଳକ ରହିଥିଲେ। ସେମାନେ ଗଲା ପରେ ଟ୍ରାକ୍ଟରରେ ଅଳିଆ ନେବାରେ ଅସୁବିଧା ହେଉଥିବା ଜଣାପଡିଛି। ଅନେକ ସମୟରେ ଗଦା ହୋଇଥିବା ଅଳିଆରେ ପୌରପାଳିକା ପକ୍ଷରୁ ନିଆଁ ଲଗାଯାଇ ପୋଡି ଦିଆଯାଉଛି। ଏଥିଯୋଗୁ ସେଥିରୁ ଉତ୍କଟ ଗନ୍ଧ ବାହାରୁ ଥିବା ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କୁ ପଚାରିବାରେ କହିଛନ୍ତି, ସହରରେ ଅଳିଆ ସଫା କରିବା ପାଇଁ ଯୋଜନା ଚାଲିଛି। ମୁଁ ଦୁଇ ଦିନ ହେବ ଅସ୍ଥାୟୀ ଭାବେ ଦାୟିତ୍ୱ ନେଇଛି। ପୂର୍ବରୁ ଥିବା ଅଧିକାରୀ କ’ଣ କରୁଥିଲେ ମୁଁ ଜାଣି ନାହିଁ। ତେବେ ଯଥା ସମ୍ଭବ ସହରରେ ପଡ଼ିଥିବା ଅଳିଆ ଉଠାଇବାକୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ...

ଦୁର୍ବଳ ନଦୀବନ୍ଧ ଚିହ୍ନଟକରି ମରାମତି ନିର୍ଦ୍ଦେଶ

ନବରଙ୍ଗପୁର, ୧୭।୫(ବି.ପ୍ର.): ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସଭାଗୃହରେ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର...

ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀଙ୍କ ପରଲୋକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀ ପୁଷ୍ପଲତା ଜେନାଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍‌-୬ ପ୍ରାଥମିକ...

ଭୁବନେଶ୍ୱରୁ ଆଜି ପୁଣି ୨୯୦ ପଜିିଟିଭ୍‌ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍‌ ସଂଖ୍ୟା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୨୯୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୯ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ସୌର ବାଡ଼ ଓ ଟ୍ରେଞ୍ଚ ବିପର୍ଯ୍ୟସ୍ତ ସ୍ଥିିତିରେ

ଚମ୍ପୁଆ, ୧୬ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ବର୍ଷର ଅଧାରୁ ଅଧିକ ସମୟ ହାତୀ ଉପଦ୍ରବ ଲାଗି ରହୁଛି ା କେତେବେଳେ ଶିମିଳିପାଳ ଅଞ୍ଚଳରୁ ହାତୀପଲ ଚମ୍ପୁଆ...

ହାଇଓ୍ବା ଧକ୍କାରେ ଯୁବକ ମୃତ: ରାସ୍ତାରୋକୋ

ପାରାଦୀପ,୮।୪(ସ୍ବ.ପ୍ର.): ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ସବ୍‌ଷ୍ଟେଶନ ଛକର ଓଭରବ୍ରିଜ୍‌ ଗଡ଼ାଣିରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

ଜେଇଇ, ଏନ୍‌ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍‌ଇ ୧୦ମ ପରୀକ୍ଷା

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଓ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି ୟୁଜି ୨୦୨୦) ନେଇ...

ଅସହ୍ୟ ତାତି: ଝାରସୁଗୁଡାରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାହ। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଶୁକ୍ରବାର ଦିନ ୨ ଟା ୩୦ ସୁଦ୍ଧା...

Advertisement
Archives

Model This Week