ସୁଧୁରୁଛି ବନ୍ୟା ପରିସ୍ଥିତି :ଆଜି କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଧୀରେ ଧୀରେ ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ମାଲକାନଗିରି, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲାରେ ବନ୍ୟା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବହୁ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଭାସିଯିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଗୁରୁବାର ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାନେଇ ଯେଉଁ ଆଶଙ୍କା ରହିଥିଲା ତାହା ଟଳିଯାଇଛି। ବର୍ଷାର ପରିମାଣ କମିବା ସହ ଯେଉଁ ଅଞ୍ଚଳ ପାଣିଘେରରେ ରହିଥିଲା ସେଠାରେ ପାଣିର ସ୍ତର ହ୍ରାସ ପାଇଛି। ମାଲାକାନାଗିରି ଓ ରାୟଗଡ଼ା ଭଳି ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୁଧୁରୁଛି ବୋଲି ମାର୍ଣ୍ଡିଂ କହିଛନ୍ତି। ରାଜ୍ୟ ସରକାର ବନ୍ୟା ଅଞ୍ଚଳରେ ପୂରା ନଜର ରଖିଛନ୍ତି। ଏହି ଅଞ୍ଚଳକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। କୋରାପୁଟର ୨ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିଲା, କିନ୍ତୁ ଏବେ ସ୍ଥିତି ସୁଧୁରିଛି ବୋଲି ସେ ସୂଚନା ଦେଇଛନ୍ତି। ରାୟଗଡାରେ ୩୧୨୮ ଜଣଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଥିବା ବେଳେ ମାଲକାନଗିରିର ୬ଟି ବ୍ଲକର ୨୦୭୨ ଜଣ, କଳାହାଣ୍ଡିରେ ୧୬୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଅଞ୍ଚଳକୁ ଓଡ୍ରାଫ, ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ ଆଦି ପଠାଯାଇଛି। ବନ୍ୟାରେ ଭାସି ଯାଇ ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ୨ ଜଣ ଲୋକ ନିଖୋଜ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନ ଲୋକଙ୍କ ନିକଟରେ ରିଲିଫ୍‌ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ କ୍ଷତିଗ୍ରସ୍ତ ଜିଲାର ଜିଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ବନ୍ୟା ଛାଡ଼ିବା ପରେ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପଠାଇବା ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ମରାମତି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେଠୀ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଶୁକ୍ରବାର ଓଡ଼ିଶାର ବିଭିନ୍ନ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଛତିଶଗଡ଼ ଆଡ଼କୁ ଏହି ଲଘୁଚାପ ମୁହାଁଇଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲୁଇସ୍‌କୁ ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ଜୁଲାଇରେ ଲୋକାର୍ପଣ ହୋଇଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ୍‌ (ବ୍ଲୁଇସ୍‌) ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର...

ବ୍ୟବସାୟ ସହ ଗ୍ରାହକଙ୍କୁ ମନୋରଞ୍ଜନ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ପ୍ରଦର୍ଶନୀ କିମ୍ବା ମେଳା ପଡ଼ିଲେ ବ୍ୟବସାୟର କଥା ଆସେ। କିଣାକିଣି ସହ ମେଳା ବୁଲାର ମଜା ନେଇଥାନ୍ତି ଲୋକେ। ଏବେ ଏସବୁ ଭିତରେ ଲୋକଙ୍କୁ...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର ଅଫିସ,୨୩।୮: ବଲାଙ୍ଗୀର ଜିଲା ମୁରିବାହାଲ ଏବିଇଓ ଦେବରାଜ ଦାସ ସୋମବାର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେବାବେଳେ...

ହୀରାକୁଦରେ ହେବ ନୂତନ ସ୍ପିଲଓ୍ବେ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ହୀରାକୁଦ ବନ୍ଧର ଦୀର୍ଘ ମିଆଦୀ ନିରାପତ୍ତା ପାଇଁ ରାଜ୍ୟ ସରକାର ସ୍ପିଲଓ୍ବେ ନିର୍ମାଣ କରୁଛନ୍ତି। ସମାନଭାବେ ଆଉ ଏକ ସ୍ପିଲଓ୍ବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ...

ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି

କଟକ ଅଫିସ, ୫ା୧୦: ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ଜିଲା ଓ ସେସନ୍ସ ଜଜ୍‌ ବିଭୁପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି...

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନଓ୍ବାଡ଼ି କର୍ମୀ

ଭୁବନେଶ୍ୱର,୧୮ା୯(ଅନୁରାଧା ମହାରଣା): ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ସହ ଆଉ କେତେକ ଦାବି ପୂରଣ ନ ହେବାରୁ ପୁଣି...

ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା

ଭୁବନେଶ୍ୱର,୫।୨(ବ୍ୟୁରୋ): ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଶନିବାର ଡୁବୁରୀ-ପାରାଦୀପ ଏକ୍ସପ୍ରେସ୍‌ ହାଇୱେ କଡ଼ରେ ଶିଳ୍ପ ପ୍ରତିଷ୍ଠା ଲାଗି ଜମି ଚିହ୍ନଟ ପାଇଁ...

ଧାମନଗରରେ ଚାଲିଛି ମତଦାନ

ଭଦ୍ରକ ଅଫିସ/ଧାମନଗର,୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ...

Advertisement
Archives

Model This Week