ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ସୁଇଜରଲାଣ୍ଡ ୧୧ ଜଣ ଭାରତୀୟଙ୍କୁ ଗତ ସପ୍ତାହରେ ନୋଟିସ ଜାରି କରିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚରୁ ଅତିକମ୍‌ରେ ୨୫ ଜଣ ଭାରତୀୟଙ୍କୁ ସୁଇଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଭାରତକୁ ସୂଚନା ଜାରି କରିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କର୍ତ୍ତୃପକ୍ଷ ଅପିଲ୍‌ ପାଇଁ ଅନ୍ତିମ ସୁଯୋଗ ଦେଇଛି। ସୂଚନା ଜାରି କରିବାର ଅଧିକାର ପାଇଥିବା ଫେଡେରାଲ ଟ୍ୟାକ୍ସ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ ବିଶ୍ୱର ବିଭିନ୍ନ ଦେଶକୁ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ପ୍ରଦାନ କରିବା ଆରମ୍ଭ କରାଯାଇଛି। ପ୍ରଦତ୍ତ ତଥ୍ୟ ବିଶ୍ଲେଷଣରୁ ଜଣାପଡିଛି ଯେ, ଗତ କେଇ ସପ୍ତାହ ହେଲା ସୁଇଜରଲାଣ୍ଡ ପକ୍ଷରୁ ଭାରତକୁ ସୂଚନା ପ୍ରଦାନ କରିବା କାର୍ଯ୍ୟ ଜୋରଦାର ହୋଇଛି। ମେ ୨୧ରେ ୧୧ ଜଣ ଭାରତୀୟଙ୍କୁ ଆଡମିନିଷ୍ଟ୍ରେଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ସୁଇସ୍‌ ସରକାରଙ୍କ ଗେଜେଟ୍‌ରେ ପ୍ରକାଶିତ ତଥ୍ୟରେ ଆକାଉଣ୍ଟଧାରୀଙ୍କ ନାମ ଗୋପନ ରଖାଯାଇଛି। ସେମାନଙ୍କ ସଂକ୍ଷେପ ନାମ, ସ୍ବାକ୍ଷର, ଜାତୀୟତା ଏବଂ ଜନ୍ମ ତାରିଖ ପ୍ରକାଶ କରାଯାଇଛି।
ତେବେ ଦୁଇ ଜଣ ଭାରତୀୟଙ୍କ ନାମ ସମ୍ପୂର୍ଣ୍ଣ ପ୍ରକାଶ କରାଯାଇଛି। ସେମାନେ ହେଲେ କ୍ରିଷ୍ଣା ଭଗବାନ ରାମଚନ୍ଦ(ମେ,୧୯୪୯ରେ ଜନ୍ମ) ଏବଂ କଳ୍ପେଶ ହର୍ଷଦ କିନାରିଓ୍ବାଲା(ସେପ୍ଟେମ୍ବର, ୧୯୭୨ରେ ଜନ୍ମ)। ସେମାନଙ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ସଂକ୍ଷେପରେ ନାମ ଜାରି କରାଯାଇଥିବା ଅନ୍ୟ ଭାରତୀୟମାନେ ହେଲେ ଏ. ଏସ.୍‌ ବି. କେ.(ଜନ୍ମ ନଭେମ୍ବର ୨୪,୧୯୪୪), ଏ.ବି.କେ(ଜନ୍ମ ୯ ଜୁଲାଇ, ୧୯୪୪), ପି.ଏ.ଏସ୍‌(ଜନ୍ମ ୨ ନଭେମ୍ବର, ୧୯୮୩), ଆର୍‌.ଏ.ଏସ୍‌(ଜନ୍ମ ୨୨ ନଭେମ୍ବର, ୧୯୭୩), ଏ.ପି.ଏସ୍‌(ଜନ୍ମ ୨୭ ନଭେମ୍ବର, ୧୯୪୪), ଏ.ଡି.ଏସ୍‌(ଜନ୍ମ ୧୪ ଅଗଷ୍ଟ, ୧୯୪୯), ଏମ୍‌.ଏଲ୍‌.ଏ(ଜନ୍ମ ୨୦ ମେ, ୧୯୩୫), ଏନ୍‌, ଏମ୍‌.ଏ(ଜନ୍ମ ୨୧ ଫେବୃୟାର,୧୯୬୮) ଏବଂ ଏମ୍‌.ଏମ୍‌.ଏ(ଜନ୍ମ ୨୭ ଜୁନ୍‌, ୧୯୭୩)। ଜାରି କରାଯାଇଥିବା ନୋଟିସରେ ଆକାଉଣ୍ଟଧାରୀ ନିଜେ ଅଥବା ନିଜର ପ୍ରତିନିଧିଙ୍କ ଜରିଆରେ ଅପିଲ୍‌ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଭିତରେ ସମସ୍ତ କାଗଜପତ୍ର ସହ ଅପିଲ କରିବାକୁ ହେବ ବୋଲି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୭ରେ ରତନ ସିଂ ଚୌଧୁରୀ ନାମକ ଅନ୍ୟ ଭାରତୀୟଙ୍କୁ ନୋଟିସ ଜାରି କରି ସୁଇସ୍‌ କର୍ତ୍ତୃପକ୍ଷ ଅପିଲ କରିବା ଲାଗି ୧୦ ଦିନ ସମୟ ଦେଇଥିଲେ।
ସେହିପରି ମେ ୧୪ରେ ଆର୍‌.ପି.ଏନ୍‌ ନାମକ ଜଣେ ଭାରତୀୟଙ୍କୁ ୩୦ ଦିନ ସମୟ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ନୋଟିସ ଜାରି କରାଯାଇଥିବା ଅଧିକାଂଶ ଭାରତୀୟଙ୍କ ନାମ ଏଚ୍‌ଏସ୍‌ବିସି ଏବଂ ପାନାମା ପେପର୍ସ ଲିକ୍‌ ତାଲିକାରେ ରହିଛି। ସୁଇସ ଆଇନ ଅନୁଯାୟୀ ୩୦ ଦିନ ଅଥବା ବିଶେଷ କ୍ଷେତ୍ରରେ ୧୦ ଦିନ ଭିତରେ ଏଫ୍‌ଟିଏ ନିଷ୍ପତ୍ତି ଉପରେ ଅପିଲ କରାଯାଇପାରିବ। ତେବେ ଏଥିପାଇଁ ଆବେଦନକାରୀଙ୍କ ନିକଟରେ ଯଥେଷ୍ଟ କାରଣ ଥିବା ଆବଶ୍ୟକ। ସୂଚନାଥାଉ କି, ସୁଇଜରଲ୍ୟାଣ୍ଡ କଳାଧନ ଲୁଚାଇ ରଖିବାର ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ବିଶ୍ୱର କୋଟିପତି ମାନେ ସେ ଦେଶରେ ନିଜର କଳାଧନ ଲୁଚାଇ ରଖିଆସୁଛନ୍ତି। ତେବେ ସୁଇସ୍‌ ସରକାର ଆଇନ ଜରିଆରେ ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ କଳାଧନର ତଥ୍ୟ ଦେବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କରଣ, ଏବେ ଏସବୁ କମ୍ପାନୀ ବିକ୍ରି ତାଲିକାରେ…

ନୂଆଦିଲ୍ଲୀ,୧୦।୧୦: ସରକାର ଏୟାର ଇଣ୍ଡିଆର ଘରୋଇ କରଣ କରିଛନ୍ତି। ସାର୍ବଜନୀନ କ୍ଷେତ୍ର କମ୍ପାନୀ(ପିଏସ୍‌ୟୁ)ଗୁଡ଼ିକୁ ଘରୋଇ ହାତକୁ ହସ୍ତାନ୍ତର କରିବାକୁ କେନ୍ଦ୍ରର ଅଭିଯାନ ଦିନକୁ ଦିନ ବୃଦ୍ଧି...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ନୂଆ ହୋଣ୍ଡା ଆମେଜ୍‌ ବିକ୍ରି ୧ ଲକ୍ଷ ୟୁନିଟ ଟପିଲା

ଭୁବନେଶ୍ୱର,୧୯-୬ – ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ପ୍ରମୁଖ ଲୋକପ୍ରିୟ ମଡେଲ ଦ୍ୱିତୀୟ ପିଢିର ନୂଆ ଆମେଜ ବିକ୍ରି ୧ ଲକ୍ଷ ୟୁନିଟ ଟପିଛି।...

ପାର୍ଲାମେଣ୍ଟରେ ଆଗତ ହୋଇଛି ବିଲ୍‌;ଓଭରଟାଇମ୍‌ ପାଇଁ ଲିଖିତ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ,୩୦-୭: ମୋଦି ସରକାରଙ୍କ ପ୍ରସ୍ତାବ ଲାଗୁ ହେଲେ ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନର କର୍ମଚାରୀଙ୍କ ଉପରେ ନିଯୁକ୍ତିଦାତା ଆଉ ହାକିମାତି ଦେଖାଇପାରିବେ ନାହିଁ। କାମ ଶେଷ...

ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ...

ଜଗନ୍ନାଥ ଅଟୋ ପକ୍ଷରୁ ୫୦ ଅଟୋ ଡେଲିଭେରି

ଭୁବନେଶ୍ୱର,୨୩।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଜଗନ୍ନାଥ ଅଟୋ ଜରିଆରେ କମ୍ପାନୀ ୫୦ ଅଟୋ ଗ୍ରାହକଙ୍କୁ ହସ୍ତାନ୍ତରଣ କରାଯାଇଛି। ଏପରିକି...

ଖସିଲା ଶେୟାର ବଜାରର କାରବାର

ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା...

ଏହି ମୁଦ୍ରା ପାଖରେ ଅଛି କି? ହୋଇଯିବେ ଲକ୍ଷପତି

ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ...

Advertisement
Archives

Model This Week