ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଚମ୍ପୁଆ,୯।୫(ଡି.ଏନ.ଏ.)- କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସୀମାନ୍ତ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଶନିବାର କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ କରିବା ସହିତ ଆନ୍ତଃରାଜ୍ୟ ତନଖି ଫାଟକ ତଥା ଚମ୍ପୁଆ ଓ ଜୟନ୍ତିଗଡ ମଧ୍ୟରେ ରହିଥିବା ଚେକ ପଏଣ୍ଟ ତଦାରଖ କରିଛନ୍ତି। କରୋନା ମହାମାରୀକୁ ରୋକିବା ଏବଂ ପ୍ରବାସୀ ଓଡିଆଙ୍କୁ ଆବଶ୍ୟକ ଯାଞ୍ଚ କରାଯାଇ ଓଡିଶା ମଧ୍ୟକୁ ପ୍ରବେଶ ପାଇଁ ହୋଇଥିବା ବ୍ୟବସ୍ଥା ସହିତ ଓଡିଶାରୁ ବାହାର ରାଜ୍ୟକୁ ଶ୍ରମିକଙ୍କୁ ପଠାଇବା ବ୍ୟବସ୍ଥା ତଦାରଖ କରିଥିଲେ। ଏନେଇ ସେଠାରେ ଉପସ୍ଥିତ ଥିବା ଡାକ୍ତରି ଟିମ୍‌, ପୋଲିସ ପ୍ରଶାସନ, ଆଞ୍ଚଳିକ ପରିବହନ ବିଭାଗ ସହ ଆଲୋଚନା କରିଥିଲେ। ସେଠାରେ ହୋଇଥିବା ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ମାତ୍ର ବହୁଦୂରଦୂରାନ୍ତରୁ ଆସୁଥିବା ଶ୍ରମିକଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା ଏହା ତୁରନ୍ତ କରିବାପାଇଁ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା କାର୍ଯ୍ୟକାରୀଣୀ ସଦସ୍ୟ ରମେଶ ପ୍ରଧାନ, ଏନ୍‌ଏସି ସଭାପତି ରାଜେଶ ଆଚାର୍ଯ୍ୟ, ସନ୍ତୋଷ କୁମାର ସାହୁ, ସଂଖ୍ୟାାାଲଘୁ ସଭାପତି ମହତାବ ଆଲାମ ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବନ୍ୟା ବିତ୍ପାତ : ଅଞ୍ଚଳବାସୀ ଆତଙ୍କିତ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ୪ଟି ରେଡିଏଲ୍‌ ଗେଟ ଖୋଲାଯାଇଛି। ୩୨୦ କ୍ୟୁସେକ୍‌ ବନ୍ୟା ଜଳ ହାତୀକୁ...

ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ

ବଅଁରପାଳ,୯।୮ (ଡିି.ଏନ୍‌.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ...

ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ

କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ...

ତାରାତାରିଣୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ପୁରୁଷୋତ୍ତମପୁର,୧୧ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଥିବା ହେତୁ...

ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡକୁ ଯିବନି ବସ୍‌

ଢେଙ୍କାନାଳ ଅଫିସ,୩୦।୬: ପ୍ରାୟ ସାଢ଼େ ୮କୋଟି ଟଙ୍କାରେ ପ୍ରସ୍ତାବିତ ଢେଙ୍କାନାଳ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଏଠାକୁ କିଛିଦିନ ବସ୍‌...

ଆଲୋଚନା ପାଇଁ ଆସିଲେନି କର୍ତ୍ତୃପକ୍ଷ

ବ୍ରହ୍ମପୁର ଅଫିସ,୧୯ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପ୍ରଶାସନିକ ଭବନ ଆଗରେ ଧାରଣା ଦିଆଯାଇଛି। ୬ ଦଫା ଦାବି ପୂରଣ...

Advertisement
Archives

Model This Week