ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି। ଫଳରେ ଏହି କ୍ଷେତ୍ର ସହ ଜଡ଼ିତ ଲୋକଙ୍କର ଚାକିରି ଚାଲିଯିବା ଆରମ୍ଭ ହୋଇଗଲାଣି। ଏପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିମର୍ର୍ଳା ସୀତାରାମନ୍‌ ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ମଙ୍ଗଳବାର ଅଜବ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ଅଟୋମୋବାଇଲ ସେକ୍ଟରରେ କେତେକ କାରଣ ଯୋଗୁ ମାନ୍ଦାବସ୍ଥା ଦେଖାଯାଇଛି। ବିଏସ-୬ ମୁଭମେଣ୍ଟ, ରେଜିଷ୍ଟ୍ରେଶନ ଫି ବୃଦ୍ଧି ପାଇବା,ସର୍ବୋପରି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି। ତାଙ୍କ ମତରେ ଲୋକେ ଇଏମ୍‌ଆଇ ଦେଇ ନୂଆ ଗାଡ଼ି କିଣିବା ଅପେକ୍ଷା ଓଲା, ଉବର ଭଳି କ୍ୟାବ୍‌ରେ ଯାତାୟାତ କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଅଟୋ ସେକ୍ଟରରେ ବିକ୍ରି ହ୍ରାସ ଏକ ଗମ୍ଭୀର ସମସ୍ୟା ବୋଲି ସୀତାରାମନ୍‌ ସ୍ବୀକାର କରିଛନ୍ତି ଏବଂ ଏହାର ସମାଧାନ ବାହାରିବା ନିହାତି ଜରୁରୀ ବୋଲି କହିଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂର୍ଣ୍ଣ ହେବା ଅବସରରେ ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ସୀତାରାମନ୍‌ ସରକାରଙ୍କ ସଫଳତା ବଖାଣିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ସମସ୍ତ ସେକ୍ଟରରେ ଦେଖାଦେଇଥିବା ସମସ୍ୟାକୁ ନେଇ ଅତ୍ୟନ୍ତ ଗମ୍ଭୀର ଅଛନ୍ତି। ଏନେଇ ସରକାର ଇତିମଧ୍ୟରେ ଆବଶ୍ୟକୀୟ ପଦକ୍ଷେପମାନ ମଧ୍ୟ ନେଉଛନ୍ତି। ସରକାର ସମସ୍ତଙ୍କର ଅଭିଯୋଗକୁ ଶୁଣୁଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଦୁଇଟି ବଡ଼ ଘୋଷଣା ହୋଇଛି। ଆବଶ୍ୟକ ହେଲେ ଆହୁରି କିଛି ଘୋଷଣା କରାଯିବ।
ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ
ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ। ଏଥିଲାଗି ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି। ତାଙ୍କର କହିବାନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଉଚ୍ଚହାରରେ ଟିକସ ଆଦାୟ, ସଡ଼କ ଟିକସ ବୃଦ୍ଧି କରାଯାଉଥିବାରୁ ଲୋକେ ଏବେ କାର୍‌ କିଣିବାରୁ ଦୂରେଇ ଯାଉଛନ୍ତି। ଏହାଛଡ଼ା ଏୟାର ବ୍ୟାଗ୍‌ ଓ ଏବିଏସ୍‌ ଭଳି ନୂଆ ସୁରକ୍ଷା ଫିଚର ଯୋଡାଯିବା କାରଣରୁ ଏବେ କାର୍‌ ଦାମ ବହୁଗୁଣ ବଢ଼ିଯାଇଛି। ଏହି କାରଣରୁ ଏଣ୍ଟ୍ରି ଲେଭେଲ କାର୍‌ ଦାମ୍‌ ମହଙ୍ଗା ହୋଇଗଲାଣି। ଫଳରେ ଏହା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିବିଶେଷଙ୍କ ହାତପାହାନ୍ତାରୁ ବାହାରିଗଲାଣି। ଅଟୋ ଉଦ୍ୟୋଗ ଏବେ ଜିଏସ୍‌ଟି ହ୍ରାସ ପାଇଁ ଜୋରଦାର ଦାବି କରୁଥିବା ବେଳେ ଭାର୍ଗବଙ୍କ ମତରେ ଏହାଦ୍ୱାରା ସେଭଳି ବିଶେଷ ଫରକ ପଡ଼ିବ ନାହିଁ। ତାଙ୍କ ମତରେ ଓଲା, ଉବର ନୁହେଁ ବରଂ କଡ଼ା ସୁରକ୍ଷା ଓ ପ୍ରଦୂଷଣ ମାନଦଣ୍ଡ ପ୍ରଚଳନ, ବୀମା ପ୍ରିମିୟମ ବାବଦରେ ଖର୍ଚ୍ଚ ବୃଦ୍ଧି, ଅତିରିକ୍ତ ରୋଡ୍‌ ଟିକସ ଲାଗୁ ହେବା ଯୋଗୁ ଲୋକେ ଆଉ ଗାଡ଼ି କିଣିବାକୁ ଆଗ୍ରହ ଦେଖାଉନାହାନ୍ତି।
ସୂଚନାଥାଉ କି, ଘରୋଇ ପାସେଞ୍ଜର କାର୍‌ ବିକ୍ରି ବାର୍ଷିକ ଆଧାରରେ ଅଗଷ୍ଟରେ ୩୧.୬% ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ପକ୍ଷରୁ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି। ୧୯୯୭-୯୮ ପରେ ସର୍ବନିମ୍ନ ହ୍ରାସ ବୋଲି କୁହାଯାଉଛି। ସେହିପରି ଦୁଇଚକିଆ ଯାନ ବିକ୍ରି ମଧ୍ୟ ଆଲୋଚ୍ୟ ମାସରେ ୨୨.୨୪% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭% ରୁ କମ୍‌ ରହିପାରେ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୩।୧୧: ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। କୋଭିଡ୍‌ ପରଠାରୁ ତାହା ଉଚ୍ଚ ହାରରେ ରହିଛି। ଫଳରେ ଗତ କିଛି...

ସଙ୍କଟ ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକ

ନୂଆଦିଲ୍ଲୀ,୧୧।୪: ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ...

ଭବିଷ୍ୟନିଧି ପାଣ୍ଠିରୁ ଉଠାଇଲେ ୩ ହଜାର କୋଟି

ନୂଆଦିଲ୍ଲୀ,୨୯।୪: ବର୍ତ୍ତମାନ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଲୋକଙ୍କର ଆର୍ଥତ୍କ ସ୍ଥିତିକୁ କରୋନା ଖରାପ କରିଥିବା ନଜରକୁ ଆସିଛି। ଲକ୍‌ଡାଉନର ବର୍ତ୍ତମାନ...

ଏଆଇଏଫ୍‌ଏଫ୍‌ ସଭାପତି ପାଇଁ ଭୂତିଆଙ୍କ ନାମାଙ୍କନ

ନୂଆଦିଲ୍ଲୀ,୨୬ା୮(ପି.ଟି):ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବାଇଚୁଙ୍ଗ ଭୂତିଆ। ଭାରତୀୟ ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ଭୂତିଆ...

ଡାଲମିଆ ସିମେଣ୍ଟର ‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ଆର୍‌ବିଆଇ କର୍ମଚାରୀ ୟୁନିୟନର ଦାବି;ଗଭର୍ନର, ଡେପୁଟି ଗଭର୍ନର ଚୟନ କଲେଜିୟମ ଦ୍ୱାରା ହେଉ

ମୁମ୍ବାଇ,୨୬-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କ ଚୟନ ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ...

ପାର୍ବଣରେ ହିରୋ ମୋଟୋକର୍ପର ‘ହିରୋ ଗିଫ୍ଟ’

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷର ପାର୍ବଣ ଅବସରରେ ହିରୋ ମୋଟୋକର୍ପ ପକ୍ଷରୁ ‘ହିରୋ ଗିଫ୍ଟ’ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍‌ ଟ୍ରଷ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

୧୧ଶହ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ଏଲ୍‌ ଆଣ୍ଡ ଟି

ଭୁବନେଶ୍ୱର: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି ) ୨୦୨୧ରେ ୧୧୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ବୋଲି ଯୋଜନା କରିଥିବା ସୂଚନା ମିଳିଛି। କମ୍ପାନୀ...

Advertisement
Archives

Model This Week