Posted inଜାତୀୟ

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଘେରିଛନ୍ତି ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ। ସୀତାରାମନ ମୁମ୍ବାଇର ନରୀମାନ ପଏଣ୍ଟରେ ଥିବା ଭାଜପା ଅଫିସକୁ ଆସିଥିବାବେଳେ ତାଙ୍କୁ ଘେରିଯାଇ ଆମ ଟଙ୍କା ଫେରସ୍ତ ଦିଅ ବୋଲି ନାରା ଦେଇଥିଲେ। ପୂର୍ବରୁ ମଧ୍ୟ ବ୍ୟାଙ୍କର ଖାତାଧାରୀମାନେ ଟଙ୍କା ଫେରସ୍ତକୁ ନେଇ ବ୍ୟାଙ୍କ୍‌ ଏବଂ କୋର୍ଟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସର ଅଭିଯୋଗକୁ ଭିତ୍ତିକରି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନଫୋର୍ସମେଣ୍ଟ କେସ୍‌ ଇନଫରମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି। ଏଥିରେ ୬୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା: ପ୍ରତି ଜିଲାରୁ ୨ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୭।୬ : ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ତାହା ଏକ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ...

କେବେ ନିର୍ବାଚନ ଲଢି ନ ଥିବା ନେତା ଏବେ ଦାବି କରୁଛନ୍ତି ନିର୍ବାଚନ ପାଇଁ: ଜାଖଡ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ନିକଟରେ ୨୩ ଜଣ କଂଗ୍ରେସ ନେତା ଚିଠି ଲେଖିଥିଲେ। ଯାହାକୁ ନେଇ ଆଜିବି...

ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା

ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...

ଲକ୍ଷ୍ମୀପୁର ଖେରି ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ,୫ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାରେ ମୃତ୍ୟୁ ହୋଇଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଚପଲ ବ୍ୟବସ୍ଥା କଲା ଆଗ୍ରା ପୋଲିସ

ଆଗ୍ରା,୧୯।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଦେଶର ବିଭିନ୍ନ...

‘ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ’

ପୁଣେ,୧୫।୫: ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ୧୪ ବର୍ଷର ବାଳକଙ୍କୁ ଯୌନ ନିର୍ଯାତନା...

ହିଣ୍ଡନବର୍ଗ ରିପୋର୍ଟ ନେଇ ବିଶେଷଜ୍ଞ କମିଟି ଗଠନ, ସେବିକୁ ୨ ମାସରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨।୩ : ହିଣ୍ଡେନବର୍ଗ ରିପୋର୍ଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏଏମ ସାପ୍ରେ ଏହି କମିଟିର ଅଧ୍ୟକ୍ଷ...

ଇଡି କାର୍ଯ୍ୟାଳୟରେ ରାହୁଲ ହାଜର ହେବାବେଳେ କଂଗ୍ରେସ ଦେଖାଇବ ଶକ୍ତି

ନୂଆଦିଲ୍ଲୀ,୯ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ୧୩ ଜୁନରେ ହାଜର ହେବାର ସମୟ ଦିଆଯାଇଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ...

Advertisement
Archives

Model This Week